Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Debaki Behera

Children Stories Classics Inspirational

4.0  

Debaki Behera

Children Stories Classics Inspirational

ସାକ୍ଷର

ସାକ୍ଷର

5 mins
267


 

ନିଶାର ଏବେ ଏବେ ସ୍କୁଲର ପରୀକ୍ଷା ସରିଛି । ପରୀକ୍ଷା ସରିଥିବାରୁ ନିଶାର ମନ ବହୁତ ଖୁସି । ସ୍କୁଲ ବର୍ତମାନ ଖୋଲିବ ନାହିଁ । ପୁରା ଦେଢ ମାସ ଛୁଟି । ପୁଣି ନୂଆ କ୍ଲାସ କୁ ଯିବ । ତେଣୁ ସେ ଏହି ଦେଢ ମାସ ନିଜ ଅନୁସାରେ ବଂଚିବାକୁ ଚାହୁଁଛି । ସେ କେତେବେଳେ କମ୍ପୁଟରରେ ଗୀତ ଶୁଣିଲାନି ତ କେତେବେଳେ ଟିଭିରେ ଫିଲ୍ମ ଦେଖିଲାଣି । ଏହାଠୁ ତ ବଡ କଥା ଗୋଟେ ଗୋଟେ ଦିନ ପୁରା ବେଡ଼ରେ ସୋଇରହି ସମୟ କଟେଇ ଥାଏ । ନିଶାର ବାପା ଏ ସବୁ ଦେଖି ଦିନେ ନିଶା କୁ ପାଖକୁ ଡାକିଲେ ଓ କହିଲେ" ନିଶା ତୋର ମାସେ କି ଦେଢ ମାସେ ଯାଏଁ ଏବେ ସ୍କୁଲ ଛୁଟିରହିବ, ତ ମୁଁ ଚାହୁଁଛି ତୁ ଏମିତି ଖଟରେ ସୋଇରହି କିମ୍ବା ଅଯଥା ଟାରେ ସମୟକୁ ଏବଂ ଏହି ଛୁଟି ଟିକୁ ନଷ୍ଟ କରେନାହିଁ । ତୁ ଏମିତି କିଛି କାମ କରେ ଯାହା ଫଳରେ ତୋର ଛୁଟି ବି କଟିଯିବ ଆଉ ତୋତେ ଆତ୍ମସନ୍ତୋଷ ବି ମିଳିବ ।" ନିଶା ବାପାଙ୍କର ଏହି କଥା ଶୁଣି କହିଲା "ହଁ, ବାପା ଆପଣ ଠିକ କହୁଛନ୍ତି କିନ୍ତୁ ଏମିତି କି କାମ ମୁଁ କରିବି ଜାଣିପାରୁନି "।


ବାପା ଏହି କଥା ଶୁଣି କହିଲେ କି ମୋ ପାଖରେ ତୋ ପାଇଁ ଏକା ବହୁତ ବଢିଆ କାମ ଟେ ଅଛି । ଆମ ଘରର କାମବାଲୀ ଆଣ୍ଟି ଲକ୍ଷ୍ମୀ ତାର ୭ ବର୍ଷର ପୁଅ ଟେ ଅଛି ତ ତୁ ତାକୁ ଯଦି କିଛି ସମୟ ଦେଇ ପଢ଼ାନ୍ତୁ ତ ତୋର ସମୟ ବି ଅତିବାହିତ ହୋଇଯାନ୍ତା ଆଉ ସେ ବି କିଛି ପଢା ପଢି ଶିଖିଯାନ୍ତା । ଏହା ଶୁଣି ନିଶା ଚିଡ଼ିକି କହିଲା ଓଃ ବାପା ମୁଁ ମୋ ଛୁଟି ସମୟ କୁ ମଜାରେ କାଟିବାକୁ ଚାହୁଁଚି ନଷ୍ଟ କରିବାକୁ ନୁହେଁ । ସେ କାମବାଲୀ ଆଣ୍ଟିର ପୁଅ ତାକୁ କିଏ ମୋର ବସିକି ଅ ଆ ଇ ପଢେଇବ ତାପରେ ଅସଲ କଥା ହେଲା ସେ କଉ ପଢିକି କଲେକ୍ଟର ହେବକି, ତା ମା ଭଳି ସିଏ ବି କଉଠି ଘର କାମ କରିବ। ବାପା ଏହି କଥା ଶୁଣି କହିଲେ ନିଶା ତୁ ଭୁଲ କହୁଛୁ, ପାଠ କେବଳ ଚାକିରୀ କରିବା ପାଇଁ ପଢା ଯାଏନି, ଜୀବନରେ ବହୁତ କିଛି ଅସୁବିଧାରୁ ପାଠ ଆମକୁ ବାହାର କରିଥାଏ । ଜଣେ ଶିକ୍ଷିତ ହେଲେ ସେ ବି କେବେ ତୋ କାମରେ ଆସିପାରିବ । ଲକ୍ଷ୍ମୀ ଦି ଅକ୍ଷର ପଢିନି ତେଣୁ ତାର ଅସୁବିଧା କଣ ସେ ହିଁ ଜାଣୁଥିବ । ଏହି ସବୁ କଥା ନିଶାର ମମି ଟିକେ ଦୂରରେ ଛିଡା ହେଇକି ଶୁଣୁଥିଲେ । ସିଏ ଏଇ କଥା ଶୁଣି ପାଖକୁ ଆସି କହିଲେ ହଉ ତୁମେ ବାପ ଝିଅ ଯୁକ୍ତି ତର୍କ ବନ୍ଦ କର । ନିଶା ତୋତେ ଯାହା ଠିକ ଲାଗୁଛି ତୁ ସେଇୟା କର । ମୁଁ ତ କହିବି ତୁ ଯଦି ଡ୍ରଇଂ କ୍ଲାସ୍ରେ ଚିତ୍ର ଶିଖନ୍ତୁ ତ ଭଲ ହୁଅନ୍ତା ।


ନିଶା ମନକୁ ଏହି କଥା ପାଇଲା । ସେ ତା ପରଦିନ ହିଁ ଡ୍ରଇଂ କ୍ଲାସରେ ନାମ ଲେଖେଇଦେଲା ।ରାଜୀବ ସାର୍ ଜଣେ ଦକ୍ଷ ଚିତ୍ରକାର । ତେଣୁ କିଛି ଦିନରେ ହିଁ ନିଶା ଅତି ସୁନ୍ଦର ସୁନ୍ଦର ଚିତ୍ର କରିବାକୁ ଲାଗିଲା । ତାର ଏପରି ପ୍ରତିଭା ଦେଖିରାଜୀବ ସାର୍ ନିଶା କୁ ବହୁତ ପ୍ରଶଂସା କରିବା ସହିତ କହିଲେ କି ସେ ଚିତ୍ରକଳା ପ୍ରତଯୋଗିତାରେ ଭାଗ ଯଦି ନିଏ ତ ସେ ନିଶ୍ଚୟ ପ୍ରଥମ ହେବା କାରଣ ତା ଚିତ୍ରର ନିପୁଣତା ଆଉ କୌଣସି ଛାତ୍ର କି ଛାତ୍ରୀ ପାଖରେ ନାହିଁ । ତେଣୁ ନିଶା ଟିକେ ଅଧିକ ଖୁସି ହୋଇଯାଇଥିଲା । କିଛି ଦିନପରେରାଜୀବ ସାର୍ ନିଶା କୁ ଡାକି କହିଲେ ଆଗାମୀ ୧୦ତାରିଖ ଦିନ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ହେବାକୁ ଯାଉଛି । ଯିଏ ଏହି ପ୍ରତିଯୋଗିତାରେ ପ୍ରଥମ ହେବ ତାକୁ ୧ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୦୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ମିଳିବ ଓ ତା ସହିତରାଜ୍ୟ ସ୍ତରୀୟ ଚିତ୍ରକଳାରେ ଯୋଗ ଦେଇପାରିବ । ନିଶା ମୋର ବିଶ୍ୱାସ ତୁ ଏହି ପ୍ରତିଯୋଗିତାରେ ନିଶ୍ଚୟ ପ୍ରଥମ ହେବୁ । ନିଶା ଏହି କଥା ଶୁଣି ଘରକୁ ଆସି ଅତି ନିଷ୍ଠାର ସହିତ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କଲା । ଚିତ୍ରକଳା ପ୍ରତିଯୋଗିତା ଦିନ ପାଖେଇ ଆସିଲା । ୧୦ ତାରିଖ ସନ୍ଧ୍ୟା ୬ ଘଟିକାରେ ଚିତ୍ରକଳା ପ୍ରତିଯୋଗିତା ଥିଲା । ତେଣୁ ୧୦ ତାରିଖ ଦିନ ସକାଳୁ ନିଶା ଭାବିଲା ତା ସାଙ୍ଗ ବିଦ୍ୟାର ମାଉସୀ ଚିତ୍ରକଳାରେ ଏମ. ଏ କରିଛନ୍ତି । ତେଣୁ କିଛି ଟିପ୍ସ ପାଇଁ ସେ ତାଙ୍କ ପାଖକୁ ଯିବାକୁ ନିଷ୍ପତି ନେଲା । ସେ ସକାଳ ୭ ଟାରେ ବାହରିକି ବିଦ୍ୟାର ଘରକୁ ଚାଲିଗଲା ।


ନିଶାର ମମି ବଜାର ସଉଦା ପାଇଁ ଦିନ ୯ ଟାରେ ବଜାରକୁ ବାହାରିଗଲେ ଏବଂ ଲକ୍ଷ୍ମୀ କୁ ଘର ଦେଖାରେଖା ପାଇଁ ଛାଡ଼ିଦେଇ ଗଲେ । ଲକ୍ଷ୍ମୀ ଘର ସଫା ସଫି କରୁଥାଏ । ଏତିକି ବେଳେ ଡୋର୍ ବେଲ୍ ଟି ବାଜିଲା । ଲକ୍ଷ୍ମୀ ଯାଇକି କବାଟ ଖୋଲିଲା । ଗୋଟେ ଛୋଟ ଝିଅଟିଏ ଗୋଟେ ଚିଠି ଧରି ଆସିଥିଲା ଆଉ ନିଶା କୁ ସେହି ଚିଠି ଟି ଦେଇଦେବାକୁ କହିଲା । ନିଶା ଦେଇ ଘରେ ନାହାନ୍ତି ଆସିଲେ ଦେଇଦେବି ବୋଲି ଲକ୍ଷ୍ମୀ ଛୋଟ ଝିଅକୁ କହିଲେ । ଛୋଟ ଝିଅଟି ଚାଲିଗଲା ପରେ ଲକ୍ଷ୍ମୀ ଘର ଭିତରକୁ ଆସି ପୂର୍ବ ଭଳି ତା କାମରେ ଲାଗିଗଲା । ଫୋନ ଟାରେରିଂରିଂ ଶୁଣି ଲକ୍ଷ୍ମୀ ଫୋନ ଧରିଲା ନିଶା ଫୋନ କରିଥିଲା । ମୁଁ ଘରକୁ ଯିବାକୁ ଡେରି ହେବା ମମି କୁ କହିଦେବୁ । ଲକ୍ଷ୍ମୀ ସାଙ୍ଗେ ସାଙ୍ଗେ ସେଇ ଚିଠି ବିଷୟରେ ନିଶା କୁ ଜଣେଇଲା ଯାହା କି ସେଇ ଛୋଟ ଝିଅଟି ଦେଇଯାଇଥିଲା । ନିଶା କହିଲା ମୋ ପାଇଁ ଚିଠି କିଏ ଦେଇଛି, କଣ ଲେଖା ହେଇଛି ପଢିକି କହିବା ପାଇଁ ଲକ୍ଷ୍ମୀ କୁ କହିଲା । ହେଲେ ତୁ ତ ଲେଖି ପଢି ଶିଖିନୁ । ହଉ ଛାଡେ ମମି କୁ ଡାକେ ସେ ପଢ଼ିଦେବ । ମା ଘରେ ନାହାନ୍ତି ବୋଲି ଲକ୍ଷ୍ମୀ ନିଶାକୁ କହିବାରୁ ନିଶା ୧୨ରୁ୧୨:୩୦ ଭିତରେ ଘରକୁ ଆସି ପଢ଼ିଦେବ ବୋଲି କହି ଫୋନରଖିଦେଲା । ନିଶା ଘରକୁ ୧୨:୧୫ରେ ଫେରିଲା ।


ଲକ୍ଷ୍ମୀ କୁ ସେଇ ଚିଠି ଟି ମାଗିଲା । ଲକ୍ଷ୍ମୀ ହାତରୁ ଚିଠି ଖୋଲି ପଢିବା ମାତ୍ରକେ ନିଶାର ମୁହଁରରଙ୍ଗ ବଦଳିବାରେ ଲାଗିଲା । ତା ମୁହଁରେ ଚିନ୍ତା ସ୍ପଷ୍ଟ ଦେଖାଯାଉଥିଲା । ଲକ୍ଷ୍ମୀ ପଚାରିବାରୁ ନିଶା କିଛି ଉତ୍ତର ଦେବାକୁ ସକ୍ଷମ ନଥିଲା । ସେଇ ଚିଠି ଟିରାଜୀବ ସାର୍ ପଠେଇଥିଲେ । ଚିତ୍ରକଳା ପ୍ରତିଯୋଗିତା ସନ୍ଧ୍ୟା ୬ ଟାରୁ ୮ଟା ବଦଳରେ ଦିନ ୧୧ଟାରୁ ୧ଟା କୁ ପରିବର୍ତନ କରାଯାଇଥିଲା । ଏହି କଥା ସାର ସେଇ ଚିଠିରେ ଲେଖି ତା ସହ ତାର ପ୍ରବେଶିକା ଟୋକନ ଦେଇ ଚିଠି ଟି ପଠେଇଥିଲେ । ନିଶା ଘଡ଼ିକୁ ଚାହିଁଲା ୧୨:୩୦ ବାଜିଛି । ତତ୍କ୍ଷଣାତ ସାଇକେଲ ଟି ଧରି ଚାଲିଲା ପ୍ରତିଯୋଗିତା କେନ୍ଦ୍ର ଆଡକୁ । ସେଠି ପହଂଚିବା ପରେ ସେ ଦେଖିଲା ସବୁ ପିଲା ସେମାନଙ୍କର ଚିତ୍ର ଦାଖଲ କରୁଛନ୍ତି । ନିଶା କୁ ଦେଖିରାଜୀବ ସାର ଧାଇଁ ଆସି କହିଲେ ନିଶା ତୁ କୁଆଡେ ଯାଇଥିଲୁ । ମୁଁ ତୋତେ ଚିଠି ପଠେଇଥିଲି ହେଲେ ତୁ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଲୁ ନାହିଁ କାହିଁକି? ମୁଁ ଘରେ ନଥିଲି ବାହାରକୁ ଯାଇଥିଲି ବୋଲି ନିଶା କହିଲା ।ରାଜୀବ ସାର କହିଲେ ପିଲାମାନଙ୍କର ଚିତ୍ର ତୋ ଚିତ୍ର ଆଗରେ କିଛି ନୁହଁ । ତୁ ଗୋଟେ ଭଲ ମଉକା ଟେ ହାତ ଛଡା କରିଦେଲୁ । ନିଶାର ସେତେବେଳେ ତା ବାପା କହିଥିବା କଥା କାନ ପାଖରେ ଶୁଭାଯାଉଥିଲା ।


ସେଇ କଥା ନିରାଟ ସତ୍ୟ ଥିଲା । ଯଦି ଲକ୍ଷ୍ମୀ ଆଜି ପଢି ଶିଖିଥାନ୍ତା ତ ସେ ଫୋନରେ ହିଁ ଚିଠି ପଢିକି ଶୁଣେଇ ପାରିଥାନ୍ତା ଆଉ ସେତେବେଳେ ଜମାରୁ ୧୦ ଟା ବାଜିଥିଲା । ସେ ଏବେ ବୁଝିପାରିଲା ସମସ୍ତେ ସାକ୍ଷର ହେବା କେତେ ଜରୁରୀ । ସେ ଏଥର ନିଷ୍ପତି ନେଲା ଯେ ସେ ଲକ୍ଷ୍ମୀର ପୁଅ ତା ସହ ଲକ୍ଷ୍ମୀ କୁ ମଧ୍ୟ ପଢେଇବ । ତାଙ୍କୁ ଶିକ୍ଷିତ କରିବା ତାର ସେଇ ଦିନଠୁଁ ଏକ ଲକ୍ଷ୍ୟ ହୋଇଗଲା ।

‌ମୋର ଏହି କାହାଣୀ ଲେଖିବାର ତାତ୍ପର୍ଯ୍ୟ ଏଇଆ କି ଆମେ ମାନେ ଶିକ୍ଷିତ । ଆମେ ଯଦି ଚାହିଁବା ଆମ ଆଖ ପାଖରେ ଥିବା ଏହିଭଳି କିଛି ନିରକ୍ଷରଙ୍କୁ କିଛି ସମୟ ଦେଇ ଯଦି ଶିକ୍ଷିତ କରେଇପାରିବା ତ ଏହା ଠାରୁ ବଡ ଆଉ କିଛି କାମ ହେବ ନାହିଁ । 



Rate this content
Log in