ମୋ ଗାଁ ମାଆ ମାଟି କୋଳ
ମୋ ଗାଁ ମାଆ ମାଟି କୋଳ
ଡକ୍ଟର କଲାମ ରାଷ୍ଟ୍ରପତି ଥିବାବେଳେ ଥରେ ସେ #କନ୍ନୁର ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଯେତେବଳେ ଜାଣିବାକୁ ପାଇଲେ ସେଠାର ମିଲିଟାରୀ ହସ୍ପିଟାଲର
ଫିଲ୍ଡ_ମାର୍ଶାଲ_ସାମ_ମାନେକ୍ସା ଚିକିତ୍ସିତ ହେଉଛନ୍ତି , ସେ ତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କଲେ.ରାଷ୍ଟ୍ରପତିଙ୍କର ସ୍ଥିରୀକୃତ ଗସ୍ତ ସୂଚୀରେ ଏହା ନଥିବାରୁ ତୁରନ୍ତ ବ୍ୟବସ୍ଥା କରାଗଲା.ଡକ୍ଟର କଲାମ ମାନେକ୍ସା ସାହାବଙ୍କ ବିଛଣା ପାଖରେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସମ୍ବନ୍ଧରେ ପଚରାପଚରି କଲେ.ତାଙ୍କ ପାଖରେ ପନ୍ଦର ମିନିଟ ପର୍ଯ୍ୟନ୍ତ ରହି ପରେ ବାହାରିବା ସମୟରେ "ଆପଣ ଖୁସିରେ ଅଛନ୍ତି ତ ? ନା ମୋତେ କିଛି କରିବାକୁ ପଡ଼ିବ ! ଆପଣଙ୍କର କିଛି ଅଭିଯୋଗ ଅଛିକି ? ଆପଣଙ୍କର କିଛି ଅସୁବିଧା ଅଛିକି ,ଯାହା ଦୂର ହୋଇ ପାରିଲେ ଆପଣ ଅଧିକ ଖୁସି ହେବେ ?
ସାମ ମାନେକ୍ସା କହିଲେ,ହଁ ମହାମହିମ ,ମୋର ଗୋଟିଏ ଅଭିଯୋଗ ଅଛି.ଦୁଃଖିତ ଏଵଂ ଆଚମ୍ବିତ ହେଇଗଲେ ରାଷ୍ଟ୍ରପତି କଲାମ.ଏହି ଅଭିଯୋଗ କଣ ବୋଲି ସେ ସାମ ମାନେକ୍ସାଙ୍କୁ ପଚାରିଲେ। ସେ ଉତ୍ତରରେ କହିଲେ ,ମୋର ଅଭିଯୋଗ ଓ ଦୁଃଖ ହେଉଛି ଯେ ମୁଁ ମୋ ପ୍ରିୟ ଦେଶର ଅନନ୍ଲୋଲୋକପ୍ରିୟ ରାଷ୍ଟ୍ର ମୁଖ୍ୟଙ୍କୁ ଠିଆ ହୋଇ ସାଲ୍ୟୁଟ କରି ପାରୁନାହିଁ.କଲାମ ସାହେବ୍ ଜେନେରାଲ ମାନେକ୍ସାଙ୍କ ଦୁଇ ହାତକୁ ଚାପି ଧରିଲେ :..... ଉଭୟଙ୍କ ଆଖିରେ ଲୁହ
ସାମ_ମାନେକ୍ସା ପୁଣି କହିଲେ, ମୁଁ ମୋର ପଦବୀ ଫିଲ୍ଡ ମାର୍ଶାଲ ଅନୁସାରେ ଆଜିଯାଏଁ ୨୦ବର୍ଷ ହେଲାଣି ପେନସନ ପାଇ ନାହିଁ. ବିକ୍ଷୁବ୍ଧ ରାଷ୍ଟ୍ରପତି ଦିଲ୍ଲୀ ଫେରିଗଲେ.ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କର ବାକିଥିବା ସବୁ ପେନସନ୍ ଅନୁମୋଦନ କରିଦେଲେ.ପ୍ରାୟ ଏକ କୋଟି ୨୫ ଲକ୍ଷ ଟଙ୍କାର ଚେକ୍ ଦିଫେନ୍ସ ସେକ୍ରେଟାରୀ ଙ୍କ ହାତରେ ଏକ ସ୍ବତନ୍ତ୍ର ବିମାନ ଦ୍ଵାରା ସାମ_ମାନେକସା ଅସୁସ୍ଥ ହୋଇ ଚିକିଛିତ ହେଉଥିବା ଉଟି ସ୍ଥିତ ୱେଲିଂଟନ କୁ ପଠାଇ ଦେଲେ.ସେଦିନ ସେ କେତେ ଖୋଲା ହସ ହସିଥିଲେ କେହି ଦେଖିନଥିଲେ କିନ୍ତୁ ଜେଜେମାଙ୍କ ପାଖରୁ କଥାଟି ଶୁଣି କୁନା କୁନି ମୁନା ମୁନି ଖୁବ ଖୋଲା ହସ ହସି କହିଥିଲେ ଆମକୁ ବୈଜ୍ଞାନିକ ତଥା ରାଷ୍ଟ୍ରପତି ଏ ପି ଜେ ଅବଦୁଲ କାଲାମଙ୍କ କଥା ଆଉ କୁହନା ଜେଜମାଆ. ହଁ ହଁ କହିବି କହି ଜେଜେମାଆ ସଞ୍ଜ ଦେବା ପାଇଁ ଉଠିଗଲେ.
ଜେଜେ ଓ ଜେଜେମାଆ, ଜେଜେଙ୍କ ଅବସର ପରେ ଗାଁରେ ରହିବାକୁ ସ୍ଥିର କରି ଦିବାକର ବାବୁ ଓ ସୀତା ଦେବୀ ଦୁଇ ପୁଅଙ୍କର ଦୁଇପୁଅ କୁନା ଓ ମୁନାଙ୍କୁ ଆଣି ପାଖରେ ରଖିଛନ୍ତି. ବଡ଼ ବୋହୁ ପ୍ରଥମେ ପ୍ରଥମେ ଘୋର ବିରୋଧ କରିଥିଲା ଜେ ମୋ ପୁଅ କାହିଁକି ଗାଁରେ ରହିବ ବରଂ ବାପା ମାଆ ଆସି ଆମ ପାଖରେ ରୁହନ୍ତୁ. ବଡ଼ ପୁଅ କିଛି ନକହି ମଧ୍ୟ ଅନୁଭବ କରିଥିଲା କି ତା ବାପା ମାଆ ଗାଁରେ ରହି ନାତିକୁ ରଖିଲେ ତା ପୁଅ କୁନାର କିଛି ଅସୁବିଧା ହେବ ନାହିଁ ବରଂ ଆଜିକାଲିର ପିଲାମାନେ ସଂସ୍କୃତି, ସଂହତି, ପରମ୍ପରା ଭୁଲି ଯାଉଥିବା ବେଳେ ପୁଅ କୁନା ସବୁ ଶିଖିବା ସହ ନିଜ ମାତୃଭାଷା ମଧ୍ୟ ଶିଖିପାରି ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗଦପୀ ଗରୀୟସୀ ବୋଲି କଣ ବୁଝିବ ଜାଣିବ. ଯୋଉ ସ୍ବାଧୀନତା ବାପା ମାଆ ଏଠି ରହିଲେ ପାଇବେ ନାହିଁ ବରଂ ରୋଗ ଓ ଦୁଶ୍ଚିନ୍ତା ମାଡିବସିବ. ସତକୁ ସତ କୁନା ଜେଜେ ଓ ଜେଜେମାଆ ପାଖରେ ରହି ଗାଁ ସ୍କୁଲରେ ପାଠ ପଢିବା ସହ ରଚନା ଲେଖିବା, ଖେଳକୁଦ ପ୍ରତିଯୋଗିତାରେ ଭଗନେଇ ଶରୀର ସୁସ୍ଥ ରଖିବା ଇତ୍ୟାଦି ପରିବେଶ ପାଉଥିଲା. ସାଇକେଲ ଚଳେଇ, ନଈରେ ପହଁରି, ମାଛ, ଗଛ, ପକ୍ଷୀ ଦେଖି ତାଙ୍କ ଚିତ୍ର ଆଙ୍କୁଥିଲା. ସ୍କୁଲ ଯିବା ବାଟରେ ଭୟ ପରିବର୍ତ୍ତେ ସମସ୍ତଙ୍କ ସଙ୍ଗେ ମିଶି ସାମାଜିକତା, ଗଣେଶ ଓ ସରସ୍ବତୀ ପୂଜାରେ ତଥା ଜାତୀୟ ଦିବସ ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶ ସହିତ ଗାନ୍ଧି ଜୟନ୍ତୀ, ଗୁରୁଦିବସ, ଶିଶୁ ଦିବସ ସହ ଅନେକ ଅଭୁଲା ଦିବସ ପାଳନ କରି ଆମ ଦେଶର ଜାତୀୟ ଦିବ୍ୟପୁରୁଷ ମାନଙ୍କୁ ଚିହ୍ନି ପାରୁଥିଲା. ଏସବୁ ଦେଖି ସାନ ପୁଅ ମଧ୍ୟ ତା ପୁଅ ମୁନାକୁ ଆଣି ବାପା ବୋଉଙ୍କ ପାଖରେ ଛାଡ଼ି ଦୁଇଭାଇଙ୍କୁ ଏକାଠି ରହି ପଢି ବଢି ଓଡିଶା ମାଟି ମାଆର ଗର୍ବ ଗୌରବ ପାଇଁ ଆଗ ନିଜ ଗାଁର ପରିବେଶ ତଥା ପରିମଳ ଠିକ ରଖିଲେ ଓ ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର.. ସ୍ବର୍ଗୀୟ ସମାନ ଅଟେ ସେଇ ଗାଁ, ଦେଶ ଓ ସହର ବୋଲି ହୃଦବୋଧ କରୁଥିଲେ.
