Soumya Shubhadarshinee

Others Romance

1.7  

Soumya Shubhadarshinee

Others Romance

ଦାୟିତ୍ୱ

ଦାୟିତ୍ୱ

6 mins
7.5K


ଆରେଞ୍ଜ ମ୍ୟାରେଜଟା କଷ୍ଟ ବହୁତ, ନୁହେଁ କି ????

ଜଣେ ଅଜଣା ମଣିଷକୁ ନିଜର କରିବା ଭେରି ରିସ୍କି !!! ସମ୍ପର୍କ ଗଢିବା ପାଇଁ ପରସ୍ପରକୁ ବୁଝିବା ଏକାନ୍ତ ଜରୁରୀ , ନହେଲେ ବିଶ୍ୱାସ ଆସିବ କୁଆଡୁ??

ପ୍ରେମର ଅନ୍ୟ ନାମ ବିଶ୍ୱାସ। ହଁ ସେଇ ବିଶ୍ଵାସର ଫରୁଆରେ ସାଇତା ହୁଏ ସ୍ୱପ୍ନ ସମ୍ଭାର। ବିଶ୍ଵାସ ମଣିଷକୁ ବଞ୍ଚିବାର ଆଧାର ଦିଏ ଆଉ ସେଇ ଆଧାର ଉପରେ ଗଢାହୁଏ ସମ୍ପର୍କ। ଜଣେ ଅଜଣା ମଣିଷକୁ କେମିତି ବିଶ୍ଵାସ କରିବ ନୀରୁ??

ଘର ଲୋକ କେବେ ବୁଝନ୍ତିନି ଝିଅର ଇଚ୍ଛା ? କେବଳ ଲଦି ଦିଅନ୍ତି ନିଜ ଇଚ୍ଛାକୁ ଝିଅ ଉପରେ ଆଉ ବାଧ୍ୟ କରନ୍ତି ପୂର୍ଣ୍ଣ କରିବାକୁ !!

ସେ ବିବେକଙ୍କୁ ଟିକେ ଭଲ ଭାବେ ବୁଝିବାକୁ ଚାହୁଁ ଥିଲା ! ତାର ଟିକେ ସମୟ ଦରକାର ଥିଲା ! ଘର ଗଢିବା ପାଇଁ , ସାରା ଜୀବନ ସାଥିରେ ରହିବା ପାଇଁ , ସମ୍ପର୍କକୁ ସୁରକ୍ଷା ଦେବା ପାଇଁ , କଣ ଅଵଶ୍ୟକତା ନାହିଁ ପରସ୍ପରକୁ ଭଲ ଭାବେ ବୁଝିବା???

କିନ୍ତୁ ନା ସମୟ ଦେଲେନି କେହି । ମୋଟା ମୋଟି ୧୫ ଦିନରେ ବାହାଘର। ବିବେକଙ୍କ ମଲ୍ଟି ନ୍ୟାସନଲ କମ୍ପାନୀରେ ଛୁଟି ନାହିଁ । ତେଣୁ "ଶୁଭସ୍ୟ ଶୀଘ୍ରମ୍" ନ୍ୟାୟରେ ବାହାଘର ।

ବାହାଘର ମଉକାରେ ସଭିଏଁ ସୁଖ ସାଉଁଟିବାରେ ବ୍ୟସ୍ତ କିନ୍ତୁ ନୀରୁର , ଭିତରେ ଚାଲିଛି ଗୋଟେ ଝଡ଼ !!

ଅଗଣିତ ପ୍ରଶ୍ନ କରୁଛନ୍ତି ବ୍ୟସ୍ତ - ବିବେକ କେମିତି ମଣିଷ?? ଆଧୁନିକ , ସମର୍ଥ ପୁରୁଷ ହେଇ କାହିଁକି କଲେ ଆରେଞ୍ଜ ମ୍ୟାରେଜ ?? କଣ ତାଙ୍କର ଚିନ୍ତାଧାରା ?? ଏମିତି ପ୍ରଶ୍ନ ମାନଙ୍କର ଉତ୍ତାଳ ତରଙ୍ଗ ମନରେ।

ସବୁ କାର୍ଯ୍ୟକ୍ରମର ପରିସମାପ୍ତି ପରେ ଯୁଗ୍ମ ଜୀବନର ପ୍ରଥମ ରାତି ।ବଡ଼ ଭାଉଜ ମାନଙ୍କର ଟାହି ଟାପରା , ହସ ଆଉ କୌତୁକ ଭିତରେ ନୀରୁର ସାଜ ସଜ୍ଜା ଆଉ ବିଭିନ୍ନ ଉପଦେଶ। ଏମିତି କରିବୁ , ସେମିତି କରିବୁନି, ପ୍ଲାନ କରିବୁ , ତରତର ହେବୁନି , ଆହୁରି ଅନେକ କିଛି। ନୀରୁ କିନ୍ତୁ ଅଲଗା ପୃଥିବୀରେ ଆଉ ଭାବୁଛି " ଯେଉଁ ଲୋକଟାକୁ ଜାଣିନି ଜମା ସେ ଲୋକ ସହ କେମିତି ଏମିତି ସମ୍ପର୍କରେ ବନ୍ଧିହେବ। ଏ ସ୍ତ୍ରୀଲୋକ ଗୁଡା ପୁରା ପାଗଳ ଆରମ୍ଭ କଲେଣି ପ୍ଲାନିଂ ହେ ଭଗବାନ!!!!

ନୀରୁ ଆସିଲା ରୁମକୁ । ବିବେକ ବସିଥିଲେ ଗୋଟେ ଆରାମ ଚେୟାରରେ ସାମ୍ନା ଟେବୁଲରେ ଗୋଲାପର ସ୍ତବକ ଆଉ ଜଳୁଥିବା ଦୀପ। ସେ ଟିକେ ସହଜ ହେବାର ପ୍ରୟାସ କଲେ ଅଉ କହିଲେ "ହ୍ୟାଲୋ ,କେମିତି ଅଛ ? ବହୁତ ଗହଳି ମୋ ଘରେ , ତୁମ ଘର ପରି ଶାନ୍ତ ନୁହେଁ ।

ନୀରୁ ଘରେ ମମି , ଡାଡି ଆଉ ସେ ବାସ୍, କିନ୍ତୁ ଏଠି ପୁରା ପଲଟନ୍ ପାର୍ଟି।

ଟିକେ ସାହସ କରି ନୀରୁ କହିଲା "ନା ଭଲ ଲାଗୁଛି କିନ୍ତୁ ଗୋଟେ କଥା ଥିଲା !!

ବିବେକଙ୍କର ସହଜ ସମ୍ଭାଷଣ" ହଁ କୁହ "। ଟିକେ ଥତ ମତ ହେଇ ନୀରୁ କହିଲା, "ଭୋକ ଲାଗୁଛି ମୋତେ , ମୁଁ ରାତିରେ ଅରୁଆ ଭାତ ଖାଇପାରେନି , ମୋର ଏସିଡିଟି ହେଇଯାଏ। ତେଣୁ କିଛି ଖାଇ ପାରିଲିନି। "

ବିବେକ ଟିକେ ହସି ଦେଲେ ଗୋଟେ କ୍ୟାଡ଼ବୋରି ସିଲ୍କ ଆଉ କହିଲେ "ଚଳିବ ? ନୀରୁ ମୁଣ୍ଡ ଟୁଙ୍ଗାରିଲା ସମ୍ମତିରେ।

ସେ ଗୋଟେ ଚକଲେଟ ପିସ୍ ଭାଙ୍ଗି କି ଦେଲା ବିବେକଙ୍କୁ । ସେ ନେଲେ ଆଉ ଦୁହେଁ ଖାଇଲେ ବସି। ନୀରୁ କହିଲା " ମୁଁ ଚିହ୍ନି ନି ଆପଣଙ୍କୁ ଯେ , ଟିକେ ପରିଚିତ କରିବେ ??

ବିବେକ କହିଲେ " ମୁଁ ବି ସେଇ ସୁଯୋଗ ଖୋଜୁଥିଲି"। ନୂଆ କରି ଗଢିବା ଆଗରୁ ଆମେ ନିଜ ଅତୀତକୁ ପଛରେ ଛାଡିବାକୁ ହେବ , ନୁହେଁ??

ବିବେକ ନିଜେ ଜଣେଇଲେ ତାଙ୍କ ଅତୀତର ନାଁ "ଲିଜା" ଆଉ ସେଇ ପ୍ରଶ୍ନର ଉତ୍ତର ଖୋଜିଲେ ନୀରୁ ଠାରୁ ।ନୀରୁ କହିଲା ନା ଅତୀତର କହିବା ପରି ନାଁଟେ ନାହିଁ । ସୁଯୋଗ ଦେଇନଥିଲେ କେହି ।

ବିବେକ ବିଶ୍ୱାସ କଲେ ନାହିଁ। କହିଲେ ଆଜିର ସମୟରେ ଏମିତି ହୁଏ କି ??

ନୀରୁ ଚୁପ୍ ରହିଲା ଆଉ କହିଲା " ନାଁ ହୁଏନି , କିନ୍ତୁ ତାର ଅତୀତଟା ସେମିତି " କଣ କରିବ ସିଏ ?

ବିବେକ ଜଣେଇ ଦେଲେ ଯଦି ଭବିଷ୍ୟତରେ ସେ ଅନ୍ୟ କେଉଁଠି ଶୁଣିବେ ତାର ଅତୀତର ନାଁ ତେବେ ବିଶ୍ୱାସର ତାଜମହଲ ଭୁଶୁଡି ପଡିବ। ତେଣୁ ସବୁ ଆଜି କହିଦେବା ଭଲ । ତାଙ୍କର ଟିକେ ବି ଅଭିଯୋଗ ନାହିଁ କାରଣ ସେ ସମୟ ଦେଇନାହାନ୍ତି ତାକୁ ଆଉ ପଚାରି ମଧ୍ୟ ନାହାନ୍ତି ତାର ସମ୍ମତି । ନୀରୁ ଥିଲା ସେମିତି ସ୍ଥିର ଆଉ ଜଣେଇ ଦେଲା ନାହିଁ କିଛି ସେମିତି ଅତୀତ ତାର ।......

ଏଇ ଆଦ୍ୟ ପରିଚୟ ପର୍ଵ ଖୁବ୍ ଭଲ ଥିଲା କିନ୍ତୁ ଗୋଟେ ନୂଆ ସମସ୍ୟା ଆସି ପହଁଚିଲା" ଲିଜା କାହିଁକି ହେଇନି ବିବେକର ଜୀବନ ସଙ୍ଗୀନି????.......

ନୀରୁ ମାଗି ନେଲା କିଛି ସମୟ ଆଉ ପରସ୍ପରକୁ ବୁଝିବାର ପ୍ରତିଶ୍ରୁତି। ବିବେକ ଭଲ ,ବହୁତ ଭଲ ! ପ୍ରତିବାଦ କଲେନି। ବନ୍ଧୁ ହେବାର ପ୍ରଚେଷ୍ଟା କଲେ ଦୁହେଁ। ଆଉ ଧିରେ ଧିରେ ସହଜ ହେବାକୁ ଲାଗିଲେ। ସମୟ ଅତିକ୍ରାନ୍ତ ହେବା ସହ ଭଲ ଲାଗୁଥିଲେ ବିବେକ ଧୀରେ ଧୀରେ । କିନ୍ତୁ ତଥାପି ଥିଲା ଦୂରତା , ଆଉ ପରସ୍ପର ବୁଝିବାର ପ୍ରଚେଷ୍ଟା। ଏଇଟା ସେମାନଙ୍କ ଭିତର ବୁଝାମଣା କିନ୍ତୁ ଅନ୍ୟମାନେ କି ଜାଣନ୍ତି?? ବଡ଼ ନାନୀ ଦେଇଦେଲେ ଫ୍ଲାଇଟ ଟିକେଟ ବୁଲା ବୁଲି ପାଇଁ କଲିକତା ଟ୍ରିପ। ଯଦିଓ ସେପରି ଟ୍ରିପ ପାଇଁ ସେ ଦୁହେଁ ପ୍ରସ୍ତୁତ ହେଇ ନଥିଲେ ତଥାପି ଯିବାକୁ ତ ହେବ , ଘର କଥା ଯେତେବେଳେ!

ବାହାରିଗଲେ ସେମାନେ ଆଉ ରାସ୍ତାରେ ଭୁବନେଶ୍ଵର ପାଖରେ ବିବେକ କହିଲେ ଲିଜାକୁ ଭେଟି ଯିବେ ଟିକେ। ନୀରୁର ହୃଦ ସ୍ପନ୍ଦନ ବଢିବାକୁ ଲାଗିଲା । କେମିତି ହେବ ଏ ସାକ୍ଷାତକାର??

କଣ କହିବ ଲିଜା ତାକୁ ?? କଣ କଥା ହେବ ସେ ସ୍ୱାମୀଙ୍କ ପ୍ରେମିକା ସହ ?? କେମିତି କରିବ ସାମ୍ନା !!!!!

ଗାଡି ଯାଇ ମୀରା ଆପାର୍ଟମେଂଟରେ ପହଞ୍ଚି ଗଲା । ବିବେକ ଫୋନ୍ କରି ଲିଜାକୁ ସେମାନଙ୍କର ଆସିବା କଥା ଜଣେଇଲେ , ଆଉ ସେ ଦୁହେଁ ପହଂଚି ଗଲେ ଲିଜା ଘରେ।

ନୀରୁର ହାତ ଗୋଡ଼ ଝିମ ଝିମ ହେଉଥିଲା ଆଉ ମୁଣ୍ଡ ବି ଥିଲା ଅସମ୍ଭବ ଭାବେ ଭାରୀ। ଲାଗୁଥିଲା ଦରଜା ସେପାଖେ ଅଛି ତା ଅସ୍ତିତ୍ୱ ପାଇଁ ଗୋଟେ ଚ୍ୟାଲେଞ୍ଜ। ସ୍ୱାମୀଙ୍କ ପ୍ରେମିକା !!!!!

ଦରଜା ଖୋଲିଲା ଗୋଟେ ସୁନ୍ଦର ଝିଅ - ଏଇ ୫ ବର୍ଷ ବୟସ ହେବ ବୋଧେ। ହ୍ୟାଲୋ ଅଙ୍କଲ କହି ଝୁଲି ପଡିଲା ବେକରେ। ଆଉ ବିବେକ ଦେଲେ ତାକୁ ସେଇ କ୍ୟାଡ଼ବେରି ସିଲ୍କ। ଝିଅଟି ଲିଜାର ବଡ଼ ଭଉଣୀଙ୍କ ଝିଅ। ଝିଅ ଲିଜା ଆଣ୍ଟି , ଲିଜା ଅଣ୍ଟି ଡାକି ଡାକି ଭିତରକୁ ଚାଲି ଗଲା।

ଘରଟି ପୁରା ସଜ୍ଜିତ , ଭାରି ସୁନ୍ଦର । କାନ୍ଥ ରେ ସୁନ୍ଦର ପେଣ୍ଟିଂ, ଵୋନ୍ ଚାଇନାର ସୁନ୍ଦର ଫୁଲ କୁଣ୍ଡରେ ଷ୍ଟିକ ଫୁଲ ମାନଙ୍କ ସଂଭାର ଆଉ ସବୁଠୁ ସୁନ୍ଦର ସେଣ୍ଟର ଟେବୁଲ ଉପରେ ଜଳପାତ୍ର ଭିତରେ ସୁବାସିତ ଗୋଲାପର ପାଖୁଡା।ଓଃ!!

ପରଫେକ୍ଟ ପୁରା ତା ନିଜ ପସନ୍ଦର ଘର। କିନ୍ତୁ ପ୍ରକୃତରେ ଏଇଟା ଲିଜାର ଘର । ବିଚିତ୍ର ତା ଚିନ୍ତାଧାରା ଆଉ ଲିଜାର ଚିନ୍ତାଧାରାରେ ଏତେ ସାମଞ୍ଜସ୍ୟ !!!

ବସିଲେ ସେମାନେ ଆଉ ଅପେକ୍ଷା କଲେ ଲିଜାର । ଏଇ ଅପେକ୍ଷା କରିବାଟା ସବୁଠୁଁ ବିରକ୍ତିକର ନୀରୁ ପାଇଁ ହଁ!! ପ୍ରତୀକ୍ଷାର ମୁହୂର୍ତ୍ତ ଖୁବ୍ ଲମ୍ବା ସବୁବେଳେ !!

ପ୍ରତୀକ୍ଷାର ଅନ୍ତରେ ଲିଜା ଆସିଲା ନାହିଁ , ଆସିଲା ଗୋଟେ ଶରୀର ହ୍ଵିଲ ଚେୟାରରେ , ଲାଗୁଥିଲା ଅସହାୟ ଆଉ ବ୍ୟସ୍ତ । କିନ୍ତୁ ତା' ମୁହଁରେ ଥିଲା ଅଜଵ ଗୋଟେ ପ୍ରଶାନ୍ତି ଆଉ ହସ। ଲିଜା ଏକରକମ କୁଣ୍ଢେଇ ପକେଇଲା ନୀରୁକୁ ଆଉ କହିଲା "ମୋ ବିବେକ ଟିକେ ଇମୋସନଲ , ଦାୟିତ୍ୱ ନେବ ତାର ଠିକ୍ ସେ । ପ୍ଲିଜ, ମୋର ପୁରା ବିଶ୍ୱାସ ତୁମ ଉପରେ ନୀରୁ " ......

ନୀରୁ ବୁଝି ପାରୁନଥିଲା କଣ କହିବ। କେତେ ବିଶ୍ୱାସ ପ୍ରେମ ଉପରେ ସତେ ! ଅନ୍ୟ ଜଣଙ୍କ ହାତରେ ଦେଇଦେଇ ବି ନିଶ୍ଚିନ୍ତ ଅଛି ଲିଜା। କିନ୍ତୁ ରଖିଛି ପ୍ରେମ ପାଇଁ ହୃଦୟରେ ଦାୟିତ୍ୱ । ନିଜର ସବୁଠୁ ମୂଲ୍ୟବାନ ବସ୍ତୁକୁ ସମର୍ପଣ କରି ନୀରୁକୁ ସେ ହେଇଯିବ ଦାୟିତ୍ୱ ମୁକ୍ତ । ପ୍ରେମର ସଂଜ୍ଞା ପରିବର୍ତ୍ତନ ହେଇଗଲା । ପ୍ରେମ କେବଳ ପ୍ରାପ୍ତି ନୁହେଁ ଦାୟିତ୍ୱ ମଧ୍ୟ ..

ବିବେକ ଲିଜାର ହାତ ଧରିନେଇ କହିଲେ ତୋ ଇଚ୍ଛା ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲି ଯେତେବେଳେ କରିନଥାନ୍ତି କେମିତି ? ଦେଖ୍ ମୋ ପୃଥିବୀ ତୋ ଇଚ୍ଛାରେ ସଜେଇଛି। " କାନ୍ଦୁ ଥିଲେ ବିବେକ ଆଉ ହସୁଥିଲା ଲିଜା। ହସନ୍ତ ମୁହଁର କହିଲା " ଥ୍ୟାଙ୍କୁ ଡିଅର୍ "।

ବିବେକ ଆଉ ରହି ପାରିଲେନି । ବାହାରି ଗଲେ ଝଡ଼ ପରି ଆଉ ନୀରୁ ବି ତାଙ୍କୁ ଅନୁସରଣ କଲା ନିରବରେ। ପଛରେ ରହିଗଲା ଗୋଟେ ବିଶାଳ ପୃଥିବୀ ଯେଉଁଠି ଲିଜା ହାତରେ ହୁଏତ ପୋଛୁଥିଲା ଲୁହ ।

କାରରେ ବସିଥିଲେ ଦୁହେଁ ଆଉ ବିବେକ କେବଳ ଏତିକି କହିଲେ " ଵୋନ୍ କ୍ୟାନ୍ସର ତାକୁ ତେଣୁ ଗୋଡ଼ କାଟିବାକୁ ହେଲା । କିନ୍ତୁ ମୃତ୍ୟୁ ଦୂତ ସାରା ଶରୀରରେ , ଲାଷ୍ଟ ଷ୍ଟେଜ ଆଉ ସମୟ ନାହିଁ । ଡାକ୍ତର କହିଛନ୍ତି ସେ ଖୁସିରେ ରହୁ । ନିଜ ଇଛିତ ବସ୍ତୁର ଦାୟିତ୍ୱରୁ ମୁକ୍ତିରେ ଲିଜାର ଖୁସି। ସେଇଟା ହିଁ ତାର ଶେଷ ଇଚ୍ଛା। ସେ ଇଚ୍ଛାକୁ ପୂର୍ଣ୍ଣ କରିବା ବିବେକର ଦାୟିତ୍ୱ।

ନୀରୁ ଭାବୁଥିଲା ନିଜ ପ୍ରେମିକାର ଇଚ୍ଛାକୁ ଏତେ ସମ୍ମାନ ଦେଉଥିବା ଲୋକର ପ୍ରେମିକା ହେବାର ସୌଭାଗ୍ୟ କେବେ ମିଳିବ ତାକୁ ?? ନା ସେ ପ୍ରେମରେ ପଡ଼ିଗଲାଣି!!!

ତେବେ ତାକୁ ତାର ଦାୟିତ୍ୱ ସମ୍ପର୍କରେ ସଚେତନ ହେବାକୁ ହେବ ଯେ କାରଣ ପ୍ରେମ ଖାଲି ପ୍ରାପ୍ତି ନୁହେଁ ........

ସୌମ୍ୟା


Rate this content
Log in