Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspalata Jena

Tragedy Inspirational

4  

Puspalata Jena

Tragedy Inspirational

ଯୌଥ ପରିବାର

ଯୌଥ ପରିବାର

1 min
307



ଯୌଥ ପରିବାରେ ସ୍ନେହପ୍ରେମ ଡୋରେ

ବନ୍ଧା ହୋଇଥାନ୍ତି ସର୍ବେ

ଗରବେ କହନ୍ତି ଆମ ପରିବାର

ସବୁଠୁ ସୁନ୍ଦର ମର୍ତ୍ତେ ।୧

ବଡକୁ ସମ୍ମାନ ସାନକୁ ଆଦର

ରଜ୍ଜୁରେ ବନ୍ଧା ପରସ୍ପର

ବୈକୁଣ୍ଠ ପରି ସେ ଘର ପରିବେଶ

ସତେ କେଡେ ଆପଣାର ।୨

ବିପଦେ ଆପଦେ ଏକାଠି ଲଢନ୍ତି

ଏକାଠି ସର୍ବେ ବଢନ୍ତି

ଏକର ସୁଖରେ ଆନହୁଏ ସୁଖୀ

ଦୁଃଖରେ ଦୁଃଖୀ ହୁଅନ୍ତି ।୩

ଏକତାର ବଳ ସଭିଏଁ ଜାଣନ୍ତି 

ସହଜେ ଭାଙ୍ଗନ୍ତି ନାହିଁ

ଏକାଥିଲେ ଜାଣ ଟିକିଏ ଆଘାତେ

ସହଜରେ ଧରାଶାୟୀ ।୪

ବିପଦ ବେଳରେ ବରିଷ୍ଠ ସଦସ୍ୟ

ଦମ୍ଭରେ ରୁହନ୍ତି ସଦା

ନିଜ ବୁଦ୍ଧି ଆଉ ଅଭିଜ୍ଞତା ବଳେ

ବିପଦୁ ତାରନ୍ତି ସଦା ।୫

ବାପ ଥଲା ପୁଅ ସଭାରେ ହାରେନା

କହନ୍ତି ସଭିଏଁ ପରା

ମାଆର ମାତୃତ୍ବ ମମତା ଡୋରିରେ

ସ୍ବର୍ଗୀୟ ଆନନ୍ଦ ଭରା ।୬

ଜେଜେ ମାଆ କାହାଣୀ ଆନନ୍ଦ ଖଣି

କହେ ବୀରତ୍ବ ଗାଥା

ବଡବାପା ବାପା ଦାଦା ମାଆ ବଡମା

କେତେ ସମ୍ପର୍କେ ବନ୍ଧା ।୭

ସୁଖ ବାଣ୍ଟିଲେ ସୁଖ ବଢିଥାଏ ଦୁଃଖ

ବାଣ୍ଟିଲେ ଦୁ୍ଃଖ ଘଟେ

ଯୌଥ ପରିବାରେ ଏକତା ବେଭାର

ଶତୃମନେ ଶଙ୍କାଆଣେ ।୮

ଯୌଥ ପରିବାର ହଜିତ ଗଲାଣି

ଏକକ ପରିବାରେ ଭରା

ଆମେ ଦୁଇ ପ୍ରାଣୀ ଆମ ଦୁଇଛୁଆ

ସୁଖି ପରିବାର ପରା ।୯

ସ୍ବାର୍ଥପର ପରି ହେଲେଣି ସଭିଁଏ 

ନିଜଛଡା କେହିନୁହେଁ

କାମ ସରିଗଲେ ପରକରି ଦ୍ୟିନ୍ତି

ଆପଣା ସନ୍ତାନ ମାନେ ।୧୦

ପରିବାର କମ୍ ଜରାଶ୍ରମ ବେଶୀ

ଗଢି ଉଠିଛି ସହରେ

ଆପଣା ପଣର ମରୁଡି ପଡିଛି

ଆଜିର ଏହି ସଂସାରେ ।୧୧


Rate this content
Log in