STORYMIRROR

Kanduri Charan Rout

Others Romance

3  

Kanduri Charan Rout

Others Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
444


ତୁମେ

ପ୍ରାଣଖୋଲା ଆବେଗରେ

କୁଳ ଲଙ୍ଘି ବହିଯାଉଥିବା

ଉଜାଣି ଯମୁନା

ଆଉ ମୁଁ,

ନିଃସର୍ତ୍ତ ସମର୍ପଣର

ଦକ୍ଷିଣା ପବନ,

ଦଗ୍ଧ ହୃଦୟର ନିରବ ମୂର୍ଚ୍ଛନା ।

ତୁମେ

ଡଙ୍ଗରର ଫୁଙ୍ଗୁଳା ଛାତିରେ

ଆସୁ ଆସୁ ଫେରି ଯାଉଥିବା

ଜଳ ପ୍ରପାତ ର ପ୍ରତିଧ୍ବନି

ଆଉ ମୁଁ,

ତମ ଭଲପାଇବାର ଯନ୍ତାରୁ

ମୁକୁଳି ପାରୁ ନଥିବା

କୁଟିଳ ବନ୍ଧନୀ।


ତୁମେ

ଅହରହ ମୋ ଦେହରେ

ଫୋଡିହେଉଥିବା

ବାବୁଲ କଣ୍ଟାର ସ୍ମୃତି,

ଆଉ ମୁଁ

ତୁମ ସ୍ମୃତିର କଣ୍ଟାରେ ପ୍ରତିକ୍ଷଣ ଲହୁଲୁହାଣ ହେଉଥିବା

ଜ୍ୟୋତ୍ସ୍ନାଭିଜା ଜହ୍ନ ରାତି ।


ତୁମେ

ଦହଗଞ୍ଜ କରୁଥିବା

ବଇଶାଖୀ ଝାଞ୍ଜିର

ଅସହ୍ୟ ଜ୍ୱଳନ,

ଆଉ ମୁଁ

ଋତୁରାଜ ବସନ୍ତର ମଳୟରେ

ମତୁଆଲା କୋଇଲିର କୁହୁତାନ ।

ତୁମେ

ଏକ ମାୟାବିନୀ ମୃଗତୃଷ୍ଣା,

ପଥିକକୁ ଜାଳି ପୋଡି ମାରୁଥିବା

ସତେ ମରୁଭୂଇଁ

ଆଉ ମୁଁ

ଓଟ ସାଜି ଶ୍ରାନ୍ତକ୍ଲାନ୍ତ

ତୁମ ପ୍ରତାରଣା ମରୁଝର

ପଛେ ଧାଇଁଧାଇଁ।


କଣ୍ଡୁରି ଚରଣ ରାଉତ

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍

ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର


Rate this content
Log in