STORYMIRROR

Kalyani Nanda

Others

4  

Kalyani Nanda

Others

ସୁନ୍ଦରୀ ଗୋଲାପ

ସୁନ୍ଦରୀ ଗୋଲାପ

1 min
259

ନରମ ସକାଳର ଶିଶିର ଭିଜା କାଲୁଆ ପରଶରେ,

ଧୀରେ ଧୀରେ ପାଖୁଡ଼ା ମେଲି ସକାଳ ଆଲୁଅ ଦେଖେ,

ଗୋଲାପ ,ତୋ ରୂପ ସନ୍ଦର୍ଶନେ ସମସ୍ତ ସଂସାର ମୁଗ୍ଧ ହୁଏ,

ସତରେ ଗୋଲାପ, ତୋ ରୂପ ମାଧୁରୀରେ ମୁଁ ବି ହଜିଯାଏ।


କଣ୍ଟକିତ ବଳୟ ମଧ୍ୟରେ ତୋ ମିଠା ମିଠା ସୁଗନ୍ଧରେ,

ଆକର୍ଷିତ ରଙ୍ଗୀନ ପ୍ରଜାପତି, ଉଡିବୁଲେ ତୋ ଚର୍ତୁପାର୍ଶ୍ବେ,

ସୁନ୍ଦରୀ ଗୋଲାପ , ତୋ ରୂପଛଟା ସଭିଙ୍କ ମନ ମୋହି ନିଏ,

ଆଉ ତୁ ମଳୟ ସାଥେ ଦୋହଲୁ ଥାଉ ତୋ ମନ ଖୁସିରେ।


 ତୋ ଅପୂର୍ବ ଶୋଭା ଦେଖି ଭରିଯାଏ ଆନନ୍ଦ ଅନ୍ତରେ,

 ଗୁଣୁଗୁଣୁ ଗୀତ ଗାଇ ମଧୂପ ସଦା ଥାଏ ତୋ ପାଶେ,

 ତୁ ବି ହଜିଯାଉ ତା ପ୍ରୀତିଝରା ମଧୁର ସଂଗୀତ ସୁରେ ,

 ହେଲେ ମଧୂପାନ କରି ମଧୂପ ତୋତେ ଏକା କରି ଚାଲିଯାଏ।


  ଗୋଲାପ, ଜାଣିଛି, ସାରା ରାତି ତୋ ଯନ୍ତ୍ରଣାରେ ବିତେ,

  ମଧୂପର ପ୍ରତାରଣା ତୋ ମନେ ଯେ ଆଘାତ ଦେଇଥାଏ,

  ହେଲେ ମଧୂପ ବାର ବାର ଧାଇଁ ଆସୁଥାଏ ତୋ ପାଶେ,

  ତୁ ବିଗତ ଛଳନା,ପ୍ରତାରଣା ଭୁଲି ଯାଉ ଭ୍ରମର ର ପ୍ରୀତି ଗୁଞ୍ଜନେ।


  ସତରେ ଗୋଲାପ ,ତୁ ବି ଜାଣୁ, ମୁଁ ବି ଜାଣେ,

  ସରଳ ମନଟି ପ୍ରତାରକ ର ଛଳନା ବୁଝି ନ ପାରେ ,

  ଛନ୍ଦ,କପଟର ଏଇ ଦୁନିଆ ରେ ସ୍ବାର୍ଥ,ଲୋଭ ହିଁ ଜିତୁଥାଏ,

  ଜୀବନ ଟା ଏଇ ଛଳନା,ପ୍ରତାରଣାର ଭଉରୀରେ ଖାଲି

ଘୁରି ବୁଲୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍