ସତ୍ୟ ଏକୁଟିଆ
ସତ୍ୟ ଏକୁଟିଆ
ମୁଁ ସତ୍ୟ
ଏକୁଟିଆ ଚାଲୁଛି
ଏ ସଂସାର ଭିଡ ଭିତରେ
ଏକାକୀ ସମୁଦ୍ରରେ ଭସିଲା ପରି ଭାସୁଛି
ପାଖରେ ଡଙ୍ଗା ବି ନାହିଁ
କଣ କରିବି,କାହାକୁ ପଚାରିବି
ସଭିଏଁ ମୁହଁ ମୋଡୁଛନ୍ତି
କଣ ମୁଁ ଏତେ ଖରାପ !
ମୋତେ ସଭିଏଁ ଭୁଲିଗଲେ
ମୋ ଚାଲି, ଚଳନ ଓ ବ୍ୟବହାର
ବୋଧେ ଅପ୍ରିୟ ଲାଗୁଛି
ମୋତେ ହଜେଇ ମନରେ ଶୋଚନା ବି ନାହିଁ
ମିଥ୍ୟା ବଜାରରେ ମୋତେ ବିକ୍ରି କରା ଯାଇଛି
ମୁଁ ସତ୍ୟ,ତଥାପି ବଞ୍ଚିଛି।
ଏକୁଟିଆ ହିଁ ଚାଲୁଛି
ସଭିଏଁ ଛାଡ଼ି ଚାଲିଗଲେ
ମୁଁ କୁଆଡେ଼ କଡା,ରାଗି, ତୀକ୍ଷ୍ଣ
ମୁଁ କୁଆଡେ଼ ଅସହଜ ଓ ଗରମ ମସଲା ପରି କଡା
ମୁଁ ସତ୍ୟ,ସବୁ ଦେଖୁଛି ଏକୁଟିଆ।
ସମୟ ଥିଲା
ମୋର ସବୁଠି ଆଧିପତ୍ୟ ଥିଲା
ଏବେ ଆଉ କେଉଁଠି ନାହିଁ
କାହାଣୀ ,କବିତା,ପତ୍ରିକାରେ ନାହିଁ
ବନ୍ଧୁତ୍ୱ ଭାବରେ ନାହିଁ,ପ୍ରେମୀ ଯୁଗଳଙ୍କ ସହ ନାହିଁ
ମୁଁ ସତ୍ୟ,ନିହାତି ଏକୁଟିଆ।
ଯେଉଁ ଆଡେ ଯାଉଛି
ସବୁ ମୁଖା ଖୋଲି ଯାଉଛି
ମୋତେ କେହି ନିଜର କରୁ ନାହାନ୍ତି
ଶାସନ,ପ୍ରଶାସନ,ନ୍ୟାୟାଳୟ ରେ ବି ନାହିଁ
ମୋତେ ଆଉ କେଉଁଠି ପାଇବ!
କେଉଁ ଅଭିପ୍ରାୟ ରେ ମୋତେ ଖୋଜିବ
ମୁଁ ସତ୍ୟ, ମୁଁ ଏକୁଟିଆ।
ସବୁଠି ମିଥ୍ୟା ପ୍ରତିଶୃତି
ଲୋକ ଦେଖାଣିଆ ଶପଥ ଗ୍ରହଣ
ଦେଶ ର ସରକାର ବି ଅସ୍ପଷ୍ଟ
ସତ୍ୟ ର ଦ୍ୱାହି ଦେଇ ଅସତ୍ୟ ର କାରବାର
ମୁହଁରେ ସତ୍ୟ ର ମୁଖା,ନାମକୁ ମାତ୍ର
ମୁଁ ସତ୍ୟ, ମୁଁ ଏକୁଟିଆ
ସତ୍ୟ କୁ ମିଥ୍ୟା ବଜାରରେ ବିକ୍ରୟ ହୋଇଛି।