STORYMIRROR

Mrutyunjay Das

Others

3  

Mrutyunjay Das

Others

ଶ୍ରୀ ଗୁରୁ ବନ୍ଦନ

ଶ୍ରୀ ଗୁରୁ ବନ୍ଦନ

1 min
339


ଗୁରୁ ଦେବ ହେ.. 

ଶିଷ୍ୟର ପ୍ରଣାମ ଘେନ... 

ତମରି ଆଦର୍ଶେ ଚାଲିଅଛି ମୁହିଁ 

ଛାତ୍ର ଏକ ଆଜ୍ଞାଧୀନ... 

ଗୁରୁ ଦେବ ହେ...

ଶିଷ୍ୟର ପ୍ରଣାମ ଘେନ.... 

ଖଡ଼ି ଧରି ଥିଲି ତୁମରି ହାତରୁ 

ଠ ରେ ଓଁକାର ଜ୍ଞାନ... 

ସେ ଓଁକାର ମୁଁ ବୁଝି ତ ପାରୁନି.. 

ଆହେ ଗୁରୁ ପରଂବ୍ରହ୍ମ... 

ଗୁରୁ ଦେବ ହେ... 

ଶିଷ୍ୟର ପ୍ରଣାମ ଘେନ... 

ପ୍ରଥମ ଗୁରୁ ମୋ.. 

O କାର ଜନନୀ ଜଠ.. 

ଦ୍ଵିତୀୟ ଗୁରୁ ଯେ ପିତା ମୋର ଜାଣ... 

ଶିଖାଇଲେ ଗୁରୁ ଶବ୍ଦ..  

ଗୁରୁଦେବ ହେ.. 

ଶିଷ୍ୟର ପ୍ରଣାମ ଘେନ... 

ତୃତୀୟରେ ପରା ତୁମ୍ଭରି ମୂରତି.. 

ଖୋଲିଲା ମୋର ନୟନ... 

ସେ ନୟନେ ଦିଶେ ଚକା ଆଖି ସାଙ୍ଗେ 

ସରସ୍ୱତୀ ମାଆ ଯେନ.. 

ଗୁରୁଦେବ ହେ 

ଶିଷ୍ୟର ପ୍ରଣାମ ଘେନ.. 

ଅଧମ ଚାଟ ମୁଁ ଶ୍ରୀଗୁରୁଚରଣେ 

କରୁଅଛି ଅଭିୟାସ... 

ଗୁରୁନାମ ସଦା ତୁଣ୍ଡରେ ମୋ ଥାଉ 

ଇତି ମୃତ୍ୟଞ୍ଜୟ ଦାସ... 

ଗୁରୁଦେବ ହେ.. 

ଶିଷ୍ୟର ପ୍ରଣାମ ଘେନ... 

ଆପଣଙ୍କ ଆଜ୍ଞାଧୀନ ଛାତ୍ର... 



Rate this content
Log in