Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପୂର୍ବ ପରିଚିତ ରୂପ

ପୂର୍ବ ପରିଚିତ ରୂପ

1 min
14



ରଥେ ରଥାରୁଢ଼ ରଥାଙ୍ଗପାଣିଙ୍କୁ

ଦେଖି ତୋଷ ଅଛି ଚିତ୍ତ

ରଥାଙ୍ଗପାଣି ନାମେ ବିଦିତ ବିଷ୍ଣୁ

ନୀଳାଚଳେ ଜଗନ୍ନାଥ

ଦେଖିବାକୁ ଆଶା ଉଜ୍ଜୀବିତ ଅଛି

ପୂର୍ବ ପରିଚିତ ରୂପ

ଯେଉଁ ରୂପେ ଗୋପେ ମନ ମୋହି ଅଛ

ଯେଉଁ ରୂପ ଅପରୂପ

ଗଜ ରାଜ ଡାକ ମୃଗୁଣୀ ଆରତ

ଶୁଣିଲା ବେଳର ରୂପ

ବଳୀ ଦ୍ୱାରେ ଯେଉଁ ରୂପ ଧରି ଥିଲ

ଦେଖାଅ ପ୍ରଭୁ ସେ ରୂପ

କୋଦଣ୍ଡ ଧାରଣ ରୂପ ଦେଖିବାକୁ

ମନରେ ଆଶା ନିହିତ

ଜାନକୀ ହରଣ ଅହଲ୍ୟା ତାରଣ

ସେହି ରୂପରେ ଜଡ଼ିତ

ଶବରୀ ଚାଖିବା କୋଳି ଖିଆ ବେଳେ

କେମିତି ଥିଲା ସେ ରୂପ

ଯଦିଓ ହେଉଛି ବେଶ ଅନୁଷ୍ଠିତ

ଦେଖାଅ ପ୍ରକୃତ ରୂପ ।


ସେହି ରୂପ ମୋତେ ଦେଖାଅ ମାଧବ

ଯେଉଁ ରୁପେ ରାଧା ଭାବ

ଭାବ ବିନୋଦିଆ ନାମ ବହି ଅଛ

ପୂରଣ କର ମୋ ଭାବ

ଯେଉଁ ରୂପ ହୋଇ ଗାଈ ଚରାଇଲ

ଗୋପ ପୁରେ ନନ୍ଦ ଘରେ

ସେହି ରୂପ ଥାଇ ଦିଅ ଦରଶନ

ନିବେଦନ ଶ୍ରୀପୟରେ

ଯେଉଁ ରୂପେ କୋଟି ବସ୍ତ୍ର ଦେଲ ଯାଚୀ 

କୁରୁପତି ସଭା ସ୍ଥଳେ

ସେହି ରୂପେ ପ୍ରଭୁ ଦିଅ ଦରଶନ

ଦେଖିବାକୁ ମନ ବଳେ 

ପାର୍ଥ ର ବିଷାଦ କରିଛ ଖଣ୍ଡନ

ଦେଖାଇଛ ବିଶ୍ଵରୂପ

ସଖା ହିତେ ସଖା ଭାବରେ ନିଯୁକ୍ତ

ରଥରେ ସାରଥୀ ରୂପ ।


ସେଇ ସବୁ ରୂପ ବେଶ ଆକାରରେ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ

ରଥାଙ୍ଗପାଣି ଙ୍କ ପ୍ରକୃତ ସ୍ବରୂପ

ଦେଖିଛ କେହି ନେତ୍ରରେ ?



Rate this content
Log in