Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପରିକ୍ରମା ପୁରୀ ରୁ ଅଯୋଧ୍ୟା

ପରିକ୍ରମା ପୁରୀ ରୁ ଅଯୋଧ୍ୟା

1 min
10



ସୁନ୍ଦରୀ ହଳଦୀ ବସନ୍ତ ମଉନେ

ପୁଣି ଉଦାସ ମନରେ

ବସି ବୃକ୍ଷ ଡାଳେ ଦୂରକୁ ଚାହିଁଛି

ନିର୍ଣ୍ଣୀମେଶ ନୟନରେ

ସାଥୀ ବିନା କିଛି ଭଲ ଲାଗୁ ନାହିଁ

ଫିକା ଫିକା ସବୁ କିଛି

ଫେରିବା ପଥକୁ ଚାହିଁ ବସି ଅଛି

ମନରେ ଶଙ୍କା ଉଠୁଛି

ଯେବେ ସାଥୀ ଥାଏ ପାଖେ ପାଖେ

ତନ ମନରେ ଆବେଗ

ସାଥୀ ବିନା ଲୁପ୍ତ ହୃଦୟ ଆବେଗ

ନାହିଁ ସୁଖ ଓ ସରାଗ

ବସନ୍ତ ମଳୟ ବହୁଛି ଧରାରେ

ମନ ହୁଏ ହନ୍ତ ସନ୍ତ

ସଜ ଫୁଟା ଫୁଲ ଲାଗୁଛି ମଉଳା

ସାଥୀ ବିନା ଏ ବସନ୍ତ

କଥା ଦେଇଥିଲା ହାତେ ହାତ ଧରି

ଆସି ଅଛି ଶୁଭ ବେଳ

ପରିକ୍ରମା ପଥ ପୁଣି ଅଯୋଧ୍ୟାକୁ

ଯିବାକୁ ହେବ ତକ୍ତାଳ

ସାଥୀ ହୋଇ ଯିବା ଦର୍ଶନ କରିବା

କଥା କୁ ଦେଇ ଏଡେଇ

ଏତେ ଦୂର ବାଟ ଯାଇ ପାରିବିନି

କାହିଁକି ରଖିଲି କହି

ହେଉ ତୁମେ ଥାଅ ଭଲେ ଏହି ଠାରେ

କହି ଯାଇଅଛି ସାଥୀ

ସବୁ ସମାରୋହ ଶେଷ ହେଲା ପରେ

ଫେରିବ ନିଶ୍ଚେ ସମ୍ପ୍ରତି

ଖୁସି ମନାଉଛି ଏ ମଣିଷ ଜାତି

ରାମ ରାଜ୍ୟ ଆଶା କରେ

ଏଠି ଶହ ଶହ ରାବଣ ରାଜୁତି

କେବଳ ରାମ ମୁଖରେ

ସରିଲାଣି ସବୁ ଉତ୍ସବ ବେଭାର

ଆସୁ ନାହିଁ କାହିଁ ଫେରି

କି ଅବା ରହିଲା ନୂଆ ସାଥୀ ଧରି

ମନ ହେଉଅଛି ଘାରି

କିଛି ଅଘଟଣ ଘଟିଲା କି ଆଉ

ମନ ଜମା ବୁଝୁ ନାହିଁ

ତଥାପି ଫେରିବା ବାଟ କୁ ଚାହିଁଛି

ସାଥୀ ଭୁଲି ହେଉ ନାହିଁ

ପୁରୀ ରୁ ଅଯୋଧ୍ୟା ପରିକ୍ରମା ସାରି

ଆସ ଆସ ହେ ତ୍ୱରିତ

ଆଛା ଦିନ ଆମ ଆସୁ କି ନ ଆସୁ

ପଚାର ଖୁସି ଅଛୁ ତ!


Rate this content
Log in