STORYMIRROR

Padmalaya Mishra

Others Romance

3  

Padmalaya Mishra

Others Romance

ପ୍ରେମିକ, ପ୍ରେମିକା

ପ୍ରେମିକ, ପ୍ରେମିକା

1 min
13.3K


ପ୍ରେମିକ

...........

ତୁମେ ମୋ ଜୀବନ ତୁମେ ମୋର ଧନ

ମୁଁ ଡଙ୍ଗା ତୁମେ ନାଉରି

ପ୍ରବେଶି ହୃଦୟେ ଚାହିଁ ଏକ ଲୟେ

ଫୁଙ୍କିଲ ମନ୍ତ୍ର କାଉଁରି

ସାଜି ମୋର ରାଣୀ ଆରମ୍ଭି କାହାଣୀ

ବରଷାଅ ପ୍ରେମ ବାରି

ଘରକୁ ମୋ ଆସି ପ୍ରେମକୁ ପରଷି

ଯନ୍ତ୍ରଣାରୁ କର ପାରି ।

ପ୍ରେମିକା

..............

ଦେଇଛ ଗୋଲାପ କର ଟିକେ ତପ

ଆସୁ ଚଉଦ ଫେବୃଆରୀ

ପ୍ରେମ ନବରାତ୍ର ପାଳିତ ସର୍ବତ୍ର

ମାରି ପ୍ରେମ ପିଚକାରୀ

କରି ପୂଜାର୍ଚ୍ଚନା ପ୍ରେମ ଆରାଧନା

ଆଣିବ ଫୁଲ ସବାରୀ

ତେବେ ଯାଇ ଧନ ପୂର୍ଣ୍ଣ ହେବ ସ୍ଵପ୍ନ

ବାହିବି ତୁମ୍ଭର ତରୀ ।।।

...........ପଦ୍ମାଳୟା


Rate this content
Log in