ମେଘ
ମେଘ
ଚାତକ ପରାଏ ରହିଛି ମୁଁ ଚାହିଁ
ଏ ସନ ନୂଆ ମେଘଙ୍କୁ
ଶୁଭ ଶଙ୍ଖ ନାଦେ ହେଉ ଆଗମନ
ସ୍ୱ।ଗତ ବନ୍ଧୁ ତୁମ୍ଭଙ୍କୁ ।
ବନ୍ଧୁ ନବଘନ ମୋ ଜୀବ ଜୀବନ
କୃପାବାରି ଆପଣାର
ତାଙ୍କ ପାଇଁ ମୋର ଅନନ୍ତ ପ୍ରତୀକ୍ଷା
ଦୁର୍ବାର ଓ ଚିରକାଳ ।
ଶ୍ୟାମଘନ ପ୍ରିୟ ରୂପ କାନ୍ତି ଦେଖି
ନାଚେ ମୋ ମନ ମୟୂର
ତାଙ୍କ ଶୁଭ ନାମ ମଧୁର ଅମୃତ
ଭିଜେ ଗୋଟାପଣେ ଦେହ ।
ମନର କଥାକୁ ବଖାଣେ ସ୍ୱଚ୍ଛନ୍ଦେ
ମୋ ପ୍ରିୟ ବନ୍ଧୁ ସମୀପେ
ରିମ୍ ଝିମ୍ ସୁରେ ଝରେ ସଞ୍ଜୀବନୀ
ବରଷେ ମଧୁ ଆଳାପେ ।
ସବୁଜ ସୁନ୍ଦର ପ୍ରିୟ ବନ୍ଧୁ ବର
ଇନ୍ଦ୍ର ଧନୁ ସପ୍ତରଙ୍ଗେ
ନିବିଡ଼ ଆଶ୍ଳେଷେ କରନ୍ତି ହରଣ
ଦୁଃଖ ଓ ସନ୍ତାପ ଯେତେ ।
ମନ ଆକାଶରେ ଭାସିବୁଲେ ଯେତେ
ଅନାବନା ଆବର୍ଜନା
କଳା ବନ୍ଧନକୁ ଦେଖିଦେଲେ ଥରେ
ହୋଇଯାଏ ମାରଜନା ।
ନୂତନ ଆଶା ଓ ଉତ୍ସାହ ସଞ୍ଚରେ
କଅଁଳେ ନିତ୍ୟ ଜୀବନ
ଅଦ୍ୱିତୀୟ ମୋର ବନ୍ଧୁ ଅନୁପମ
ସୃଷ୍ଟି ଜଗତ କାରଣ ।
