STORYMIRROR

ଅନିଲ କୁମାର ଲେଙ୍କା

Others Children

3  

ଅନିଲ କୁମାର ଲେଙ୍କା

Others Children

ମେଘ

ମେଘ

1 min
279


ବାଦଲ ସାଥିରେ ମେଘ ଆସିଥାଏ

      ଜଗତ କଲ୍ୟାଣ ପାଇଁ

ବରଷା ରାଣୀର ଶୁଭ ଆଗମନେ

       ଜୀବନ ତୀର୍ଣ୍ଣ ହୁଅଇ ।।

ବିଜୁଳି ଚମକେ ଘଡଘଡି ଡାକେ

    ପୂର୍ଣ୍ଣଗଭା ଦିଶେ କ୍ଷେତ

ଧରଣୀ ରାଣୀର ଶୋଭା ବିମଣ୍ଡନେ

    ସର୍ବେ ଲାଗନ୍ତି ଜୀବିତ ।।

ମେଘ ମହ୍ଲାରର ଆଡ ଚାହାଣୀରେ

     କୃଷ୍ଣଚୂଡା ନାଲି ରଙ୍ଗେ

ଇନ୍ଦ୍ରଧନୁ ସପ୍ତ  ରଙ୍ଗରେ ମଜେଇ

   ସଜାଇ ଦିଏ ତା ଅଙ୍ଗେ ।।

ମେଘ ବରଷିଲେ ପୃଥିବୀ ଲଭଇ

     ସତେକି ସରଗ ସିରି

ପଲ୍ଲବିତ  ହୁଏ  ପାଦପେ  ପତର

    ସବୁଜ ସୁଷମା ଧରି ।।

ହସଇ ପ୍ରକୃତି ସୌନ୍ଦର୍ଯ୍ୟ ମଣ୍ଡନେ

   ସୌଭାଗ୍ଯ ପଡଇ ଝରି

ମେଘମାଳା ସବୁ ଓହ୍ଲାଇ ଆସିଲେ

     ବହଇ ପ୍ରେମ ନିର୍ଝରୀ ।।

ଅମୃତ ସିଞ୍ଚନେ ସତୃଷ୍ଣ ଆହ୍ବାନେ

     ନାଚଇ ବନେ ମୟୂର

ମଧୁମେୟ ହୁଏ ସାରା ସଂସାରଟା

    ସଭ୍ୟତା ହୁଏ ବିଭୋର ।।

ମୌସୁମୀ ପରଶେ ପ୍ରୀତି ଗୁଞ୍ଜରଣେ

     ଆକାଶ ରାଇଜ ପରୀ

ଧୀରେ ପାଦ ଥାପି ମରତ ମଣ୍ଡଳେ

      ବାଣ୍ଟି ଥାଏ ସୁଖଶୀରି ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍