STORYMIRROR

Ashok Moharana

Children Stories Inspirational Children

4  

Ashok Moharana

Children Stories Inspirational Children

ଲଣ୍ଠନ

ଲଣ୍ଠନ

1 min
232


ଥିରି ଥିରି ଜଳେ ଅନ୍ଧାର ଘରେ

ଆଜିବି ଗାଆଁରେ ରହିଛି ସିଏ।।

ମାଟି ତେଲ ପିଇ ବଞ୍ଚେ ସେ ନିତି

କନା ଫିତାଟିରେ ଜଳେ ଝଲସି।।

ଝିଅ ବାହାଘର ଲଣ୍ଠନ ଯିବ

ମାଆ ଆଣିଥିଲେ ଝିଅ ବି ନେବ।।

ବେଙ୍ଗ ପାଟିରେ ତା ଫିତାଟି ଜିଭ

ଛୋଟ ସିନା ତାର ଭାରୀ ମହତ।।

ସଞ୍ଜ ନଇଁ ଆସେ ଲଣ୍ଠନ ପୋଛ

ତେଲ ଭରିଦେଇ ଭିତରେ ରଖ।।

ସଞ୍ଜ ଦୀପ ସାଥେ ଜଳେ ଲଣ୍ଠନ

ତାରି ଆଲୋକେ ଅନ୍ଧାର ଦୂର।।

ବ୍ୟାଗ ପରି ସେ କାନ୍ଥରେ ଝୁଲେ 

କି ସୁନ୍ଦର କିଏ ଗଢିଲା ତୋତେ।।

ବିଜୁଳି ଆଲୋକେ ନାହିଁ ଭରସା

ବାଆ ବତାସରେ ନ ଦିଏ ଦେଖା।।

ଲଣ୍ଠନ ଟି ରହେ ସଦା ସର୍ବଦା

ଜଳୁଥାଏ ହେଉ ଝଡ଼ି ବରଷା।।

ଲଣ୍ଠନ ଦେଖାଏ ଅନ୍ଧାର ବାଟ

ଚାଲୁଥିବ ସେତ ଜଙ୍ଗଲ ବାଟ।।

ହିଂସ୍ର ଜନ୍ତୁ ଦେଖି ରହିବେ ଦୁରେ

ଲଣ୍ଠନ ଟି ଯେବେ ଥିବ ପାଖରେ।।

ଛୋଟ ସିନା ତାର ଦାନ ମହତ

ରହିଛି ରହିବ ତାହାରି ଟେକ।।

ଗାଁ ଗଣ୍ଡାରେ ତ ସାଇତା ହୁଏ

ଆଲୋକ ଦେଖାଏ ଜୀବନ ସିଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍