Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

କୁହୁଡ଼ି

କୁହୁଡ଼ି

1 min
245



ଶୀତଳ ଭୂପୃଷ୍ଠ ସ°ସ୍ପର୍ଶେ ଆସିଲେ

ଉର୍ଦ୍ଧ୍ୱସ୍ଥ ଉତ୍ତପ୍ତ ବାୟୂ

ସୃଷ୍ଟି ହୋଇଥାଏ ସୂକ୍ଷ୍ମ ଜଳକଣ

କୁହୁଡି ତାହାକୁ କହୁ ।


ଆଚ୍ଛାଦେ ଆକାଶ ଶୀତ ସକାଳରେ

ଦିଶେ ନାହିଁ ବାଟଘାଟ

ଅସୁବିଧା ହୁଏ ଚଳପ୍ରଚଳରେ

ଯାନ ଦୁର୍ଘଟଣାଗ୍ରସ୍ଥ ।


ଶିଳ୍ପ କାରଖାନା ଅଞ୍ଚଳର ଧୂଆଁ

ପାଉଁଶର ସୂକ୍ଷ୍ମ କଣ

ଭାସି ବୁଲୁଥାଏ ପବନ ସହିତ

କୁହୁଡିକୁ କରେ ଘନ ।


କୁହନ୍ତି ବିଜ୍ଞାନୀ ସ୍ମଗ ଅଟଇ

ଏହି କୁହୁଡିର ନାମ

ଗଠିତ ଏ ଶବ୍ଦ ମୂଳ ସ୍ମୋକ ଫଗ

ଇରାଜୀର ଯୁକ୍ତବର୍ଣ୍ଣ ।


ପ୍ରଶ୍ୱ।ସରେ ନେଲେ ବିଷାକ୍ତ କଣିକା

ଶରୀର ହୁଏ ଅସୁସ୍ଥ

ଘାରେ ମାରାତ୍ମକ ରୋଗ ଆଉ ବ୍ୟାଧି

ଭୋଗଇ ସଣିଷ କଷ୍ଟ ।


ନିମ୍ନସ୍ତର ମେଘ ଅଟଇ କୁହୁଡି

ପାଣିପାଗ କୁଅବସ୍ଥା

ନିଷ୍ଫଳ କର୍ମକୁ କୁହୁଡି ପହ°ରା

ରହିଅଛି ଲୋକକଥା ।

   


Rate this content
Log in