ଜହ୍ନର ଠିକଣା
ଜହ୍ନର ଠିକଣା

1 min

133
ଜହ୍ନର ଠିକଣା
ଜହ୍ନ ର ଠିକଣା
ତୁ କାହିଁ ପଚାରୁ
ଛାର ଭାଲୁ ଟିଏ ହେଇ,
ଜାଣି ନାହୁଁ ତୁହି
ସେ ଯେ ସରଗର ଚାନ୍ଦ
ତା ସରି ହେବୁ କି ତୁହି !
କେବେ ଆଇନା ରେ
ନିଜ ମୁହଁକୁ ଦେଖିଛୁ,
ତୁ ପରା କାଳିଆ ଭାଲୁ
ଗୋରା ଚାନ୍ଦ ସିଏ
ଆକାଶ ଛାତିରେ
ଏକଥା କି ଭୁଲିଗଲୁ l
ତାରା କଥା ଶୁଣି
ସରମେ ମଉଳି
ଭାଲୁ ଲୁଚିଗଲା ବଣେ
କାନ ନାକ ମୋଡି
ଜହ୍ନ ର ଠିକଣା ଲୋଡ଼ା ନାହିଁ ତାର
କହିଲା ସେ ମନେ ମନେ l