STORYMIRROR

Smrutiprangya Swain

Inspirational

3  

Smrutiprangya Swain

Inspirational

ଇଛା ହୁଏ....

ଇଛା ହୁଏ....

1 min
11.9K

ଇଚ୍ଛା ହୁଏ ଗଛଟିଏ ହେବା ପାଇଁ..

       ନିଜେ ରୌଦ୍ର ତାପ ସହି ପଥିକକୁ ଛାଇ ଟିକେ ଦେବାପାଇଁ।


ଇଛା ହୁଏ ଫୁଲଟିଏ ହେବାପାଇଁ..

ନିଜେ ମଧୁ ସଂଚୟକରି ଭ୍ରମରକୁ ଅନାୟସ ରେ ଭେଟି ଦେବାପାଇଁ।


ଇଛା ହୁଏ ଦୀପଟିଏ ହେବାପାଇଁ..

ନିଜେ ଅନ୍ଧକାରରେ ରହି ଜଗତକୁ ଆଲୋକିତ କରିବାପାଇଁ।


ଇଛା ହୁଏ ଘର ଟିଏ ହେବା ପାଇଁ..

ନିଜେ ଖରା ବର୍ଷା ସହି ଆଶ୍ରିତକୁ ଆଶ୍ରା ଟିକେ ଦେବାପାଇଁ।


ଇଛା ହୁଏ ନଦୀଟିଏ ହେବା ପାଇଁ..

ନିଜେ ଅବାରିତ ବହିଯିବି ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇବାପାଇଁ।


ଇଛା ହୁଏ ଭଲ ମଣିଷଟିଏ ହେବା ପାଇଁ..

ନିଜେ କର୍ମ କରିବି ଜଗତର ମଙ୍ଗଳ କାମନାପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational