STORYMIRROR

Smrutiprangya Swain

Others

3  

Smrutiprangya Swain

Others

ସତେକି ଫେରିବ ଅତୀତ

ସତେକି ଫେରିବ ଅତୀତ

1 min
95

ଆଜି ମୋ ଗାଁର ଧାନକ୍ଷେତ ଶୁଖିଲା ଦିଶୁଛି

ଆଉ ସେ ଚାଷୀ ଭାଇ ନାହିଁ କାନ୍ଧରେ ଲଙ୍ଗଳ 

     ପକାଇ ହଳ କରିବାକୁ।


ଖେଳ ପଡିଆ ଆଜି ଫାଙ୍କା ପଡିଛି

ପିଲାମାନେ ଆଉ ନାହାଁନ୍ତି କବାଡି କି ବାଗୁଡି

        ଖେଳିବାକୁ।


ଭାଗବତ ଘରେ ଆଜି ତାଲା ପଡ଼ିଛି

ବୁଢା ମଉସା ଆଉ ନାହିଁ ଟୁଙ୍ଗିରେ ବସି

     ଭାଗବତ ଶୁଣିବାକୁ।


ନଈ ପଠା ଆଜି ଶ୍ରୀହୀନ ଦିଶୁଛି

ଝିଅ ବୋହୁ ଆଉ ନାହାଁନ୍ତି ହଳଦୀ ଲଗାଇ

     ଦେହମାଜିବାକୁ।


ଗପର ପେଡିରେ ଆଜି ଶିକୁଳି ଲାଗିଛି

ଆଈମା ଆଉ ନାହିଁ କୋଳରେ ବସେଇ

     ଗପ କହିବାକୁ।


ବରଗଛ ମୂଳେ ଚାନ୍ଦିନୀ ଆଜି ନିସ୍ତବ୍ଧ ଦିଶୁଛି

ସାହି ଭାଇ ଆଉ ନାହାଁନ୍ତି ଛାଇ ତଳେ ବସି

      ତାସ ଖେଳିବାକୁ।


ମୋ ଗାଁ ଖୋଜୁଛି ଆଜି ସେଇ ଅତୀତକୁ

ସତେକି ଆଉ ଫେରିଆସିବ ଅତୀତ

    ମୋ ଗାଁ କୋଳକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍