STORYMIRROR

Dr. Rajib Lochan Panigrahy

Children Stories Inspirational Children

4  

Dr. Rajib Lochan Panigrahy

Children Stories Inspirational Children

ଗୁରୁ ହିଁ ସର୍ବସ୍ବ

ଗୁରୁ ହିଁ ସର୍ବସ୍ବ

2 mins
229

ମଣିଷ ଅଟଇ ଶ୍ରେଷ୍ଠ ଜୀବଟେ

ଏ ଧରା ଧାମରେ ସାର

ଜ୍ଞାନ ଟି ତାହାର ଜୀବନ ଆୟୁଧ

ଜ୍ଞାନ କୁ କରେ ନିଜର ।


ଜ୍ଞାନ ବୃଦ୍ଧି ପାଇଁ ଗୁରୁ ଆବଶ୍ୟକ

ଏହା ସେ ଜାଣି ତ ଥାଏ

ବିନା ଗୁରୁରେ ଅଜ୍ଞାନ ତିମିର

କେବେ ଦୂରେଇ ନ ଯାଏ l


ଜନମ ପରଠୁ ଜନ୍ମଦାତ୍ରୀ ମାଆ 

ମାତୃଭାଷା ଯେ ଶିଖାଏ 

ହାତଧରି ଛୁଆ ସବୁ ଶିକ୍ଷା ପାଏ

ଚାଲିବା ଚଳିବା ଯାଏଁ ।


ପ୍ରଥମେ ମାଆ ଟି ଗୁରୁ ହେଲାପରେ

ବାପା ଯେ ବନନ୍ତି ଗୁରୁ

ଲାଳନ ପାଳନ ଖେଳ କୁଦ କରି

ସାହସ ଦିଅନ୍ତି ଭରି l


ସମାଜେ ମଣିଷ ହେବାପାଇଁ ଯେବେ

ଜ୍ଞାନ ବଢାଇବା ହୁଏ

ବିଦ୍ୟାଳୟ ଶିକ୍ଷା ଖୋଜାପଡେ ତେବେ

ଗୁରୁ ଆବଶ୍ୟକ ହୁଏ ।


ବିଦ୍ୟାଳୟ ଶିକ୍ଷା ପାଇଁ ବାପା ନେଇ 

ଛୁଆଙ୍କୁ ପ୍ରବେଶ କଲେ

ଗୁରୁଙ୍କ ଭୂଷଣ ଛାତ୍ରର ଜ୍ଞାନ

ଗାରିମା ପ୍ରକାଶ ହେଲେ ।


ନୁଆଁ ନୁଆଁ କଥା ଭାଷା ଜ୍ଞାନ ଦେଇ

ଗୁରୁଜୀ ଶିଖନ୍ତି କେତେ

ମନ ମାଉଖୀକେ ଅନେକ ଶିଖାଇ

ମଣିଷ କରି ଗଢ଼ାଏ l


ଶିକ୍ଷା ଗୁରୁ ସଦା ଚେଷ୍ଟିତ ଥାଆନ୍ତି

ଛାତ୍ର ଛାତ୍ରୀ ବଡ ହେଲେ

ନାମ ଟି ମୋହର ନିଶ୍ଚୟ ରହିବ

ସତ ଜ୍ଞାନ ଦେଇଥିଲେ l


ବଡ ହେଲେ ଛାତ୍ର କରମ କରିବ

ଜୀବନ ଜୀବିକା ପାଇଁ

ଜ୍ଞାନ ଯାହା ସବୁ ଆହରଣ କରି

ଥିବା ବିଦ୍ୟାଳୟେ ପଢ଼ି l


କର୍ମ ଜ୍ଞାନ ଛାଡ ଶାଶ୍ୱତ ଜ୍ଞାନ ଯେ

ଧରମେ ରହିଛି ଜାଣି

ଧର୍ମ ଗୁରୁ ଖୋଜି ଜ୍ଞାନ ଆହରିଲେ

ପର ପୂରେ ମିଳେ ମୁକ୍ତି l


ଧର୍ମ ଜ୍ଞାନ ପାଇଁ ଧର୍ମ ଗୁରୁ ଲୋଡ଼ା

ଖୋଜା ପଡେ ଧର୍ମ ଗୁରୁ 

କର୍ମ ସାଙ୍ଗେ ଧର୍ମ କରିଲେ ଜନ 

ଉଦ୍ଧାରିବ ଭବ ସିନ୍ଧୁ l


ମଣିଷ ଜୀବନେ ଶିକ୍ଷାରୁ କେବଳ 

ସବୁ ଶିକ୍ଷା ମିଳେ ନାହିଁ

ଚାଲି ଚଳଣିରେ ସମାଜ ଭିତରେ

ବହୁ କଥା ଶିକ୍ଷା ଅଛି |


ଯେଉଁଥି ପାଇଁକି ବହୁ ଗୁରୁ ଆମେ

କରି ତ ଥାଉ ଜୀବନେ

ସେଥିପାଇଁ ନଚିକେତା କରିଥିଲେ

ଚବିଶ ଗୁରୁ ଜୀବନେ l


ଗୁରୁ ଅଟେ ଶ୍ରେଷ୍ଠ ଗୁରୁ ଯେ ଅମୁଲ୍ୟ

ଗୁରୁ ସବୁଠାରୁ ଭାରି

ଯେତେ ଜ୍ଞାନ ନେଲେ ସରେନାହିଁ ସେଠୁ

ଅମାପ ଭଣ୍ଡାର ପରି l


ଗୁରୁ ଯେ ମହାନ ଗୁରୁ ଯେ ଇଶ୍ଵର

ଜ୍ଞାନ ଗାରିମାରେ ଭରି

କରି ତାଙ୍କ ପୂଜା ପଦ ସେଵା କଲେ

ହେବା ସଂସାର ନାବରୁ ତରି l


ତେଣୁ 

ଗୁରୁଙ୍କୁ ନ ମଣିବ ନର

ଗୁରୁ ହିଁ ସାକ୍ଷାତ ଇଶ୍ୱର, 

ଅଜ୍ଞାନ ଅନ୍ଧକାରୁ ଉଦ୍ଧାର କରି

ଜ୍ଞାନ ଚକ୍ଷୁକୁ ଦିଅନ୍ତି ଭରି ଳ

ଏହି ବିଷୟରେ ସବୁ ଶ୍ରେୟ ଯିବ

ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ ଙ୍କୁ

ନିଜ ଜନ୍ମ ଦିନ ତୁଚ୍ଛ କରି ଦେଇ

ମହାନ କଲେ ଗୁରୁଙ୍କୁ l


ଭାରତ ରତନ ହେ ରାଧାକ୍ରିଷ୍ଣନ

ମହାନ ତୁମର ଆତ୍ମା

ବୁଝି ପାରିଥିଲ ରାଷ୍ଟ୍ରପତି ହୋଇ

ଗୁରୁଙ୍କର ଗୁରୁଙ୍କ ଭୂଷଣ ଛାତ୍ରର ଜ୍ଞାନ

ଗାରିମା ପ୍ରକାଶ ହେଲେ l


ଗୁରୁଙ୍କ ସହିତ ତୁମଙ୍କୁ ପ୍ରଣାମ

କରି କରେ ନତ ମଥା

ତୁମେ ପୁଣି ଜନ୍ମ ନିଅ ଏ ଭାରତେ

ବୁଝାଇବ ଗୁରୁ କଥା l



Rate this content
Log in