STORYMIRROR

Bharatabandhu Biswal

Others

4  

Bharatabandhu Biswal

Others

ଗଛ

ଗଛ

1 min
144


ତରୁ ଗଛ ବୃକ୍ଷ  ଉଦ୍ଭିଦ ପାଦପ 

ଅଛି ଶବ୍ଦ ନାମ ତାର ବହୁତ

 ଜୈବ ବିବିଧତା  ସୃଷ୍ଟିର ବୈଚିତ୍ର 

ବନସ୍ପତି ପ୍ରାଣୀ ପରିପୂରକ । 


ଉଦ୍ଭିଦର ଅଛି ହରିତ କଣିକା

 ପ୍ରାଥମିକ ସ୍ତରେ ସେ ସ୍ୱୟଂ ପୁଷ୍ଟ 

ଏ ମନୁଷ୍ୟ କିନ୍ତୁ ଅଟେ ସର୍ବଗ୍ରାସୀ

ପରଭୋଜୀ ଜୀବ ବୃକ୍ଷ ଓଲଟ ।


ଶସ୍ୟ ଫଳ ମୂଳ ଛାୟା ସୁଶୀତଳ

ନାନାବିଧ ଜାତି ପନିପରିବା

ଯୋଗାଏ ଆହାର ବାସୋପକରଣ

ଅମ୍ଳଜାନେ ତା ଆମ ଶ୍ୱାସ କ୍ରିୟା ।


ତଇଳ ଔଷଧୀ ରଙ୍ଗ ଓ ସୁଗନ୍ଧି

ଉଦ୍ଭିଦରୁ ହୁଏ ଆମକୁ ପ୍ରାପ୍ତ

ସୂରୁଜ କିରଣେ ଆଲୋକ ଶ୍ଳେଷଣ

ରସାୟନେ ସୃଜେ ଫଳ ଅମୃତ ।


ଜୈବ ମଣ୍ଡଳରେ ମହୀରୁଦ ଅଟେ

ସୁଦୃଢ ସୁରକ୍ଷ ଅଟଳ ସ୍ତମ୍ଭ

ବନ ସବୁଜିମା ରହିଲେ ଅକ୍ଷତ

ନିୟମିତ ରୂପେ ବରଷେ ମେଘ ।


ବୃକ୍ଷ ହିଁ ଦେବତା ସର୍ବ ସୁଖ ଦାତା

ସୃଷ୍ଟି ସର୍ଜନା ମୂଳ ଭିତ୍ତି

ତା ଆଶ୍ରୟ ଯୋଗୁଁ ସମ୍ଭବେ ଜୀବନ

କୂଜନ୍ତି ମଧୁରେ ସକଳ ପକ୍ଷୀ ।


ସବୁଜ ବନାନୀ କରିବା ସୁରକ୍ଷା

ଗଛ ଲଗାଇବା ଆମ କର୍ତ୍ତବ୍ୟ

ଗ୍ରାମରୁ ସହର ପୁର ପଲ୍ଲୀ ଜନ

ଚେତନା ଜାଗିଲେ ପୃଥ୍ୱୀ ହସିବ ।



Rate this content
Log in