Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

ଦୀଗବଳୟ ସୀମା

ଦୀଗବଳୟ ସୀମା

1 min
197


ଦିଗବଳୟ ସୀମା ହାତ ଠାରି ଡାକେ

କହିବା ପାଇଁ ତା ମରମ କଥା

ତା' ସୀମାରେ ଯେଉଁ ଜାଗ୍ରତ ପ୍ରହରୀ

ଦେଶ ସୁରକ୍ଷାରେ ଉତ୍ସର୍ଗୀକୃତ ସେ

ତାଙ୍କ ହୃଦୟର କରୁଣ ବ୍ୟଥା ।

ପୁରାତନ ଏହି ଭାରତ ବର୍ଷର

ଯେତେ ବୀରାଙ୍ଗନା ନାରୀ

ତାଙ୍କ ଇତିହାସ ବୁକୁରେ ସାଉଁଟି

ନୂତନ ଆଶାରେ ରହିଛି ଅପେକ୍ଷା କରି ।

ଯିଏ ଲୁଚିଗଲେ ଦୀଗନ୍ତ ଉହାଡେ

ଆଉ କାହିଁ ସେହି ବୀର ରମଣୀ

ଦେଶ ସୁରକ୍ଷାରେ ବ୍ରତୀ ଥିଲେ ଯିଏ

ରକ୍ତକୁ କରି ପାଣି !!

ଯୁଦ୍ଧ କରୁଥିଲେ ବୀର ଦର୍ପରେ

ଛାତିରେ ଶିଶୁକୁ ଧରି

ଦେଶ ରକ୍ଷା ପାଇଁ ବଳୀ ପଡୁଥିଲେ

ପଛକୁ ନଥିଲେ ଫେରି ।

କାହିଁ ଲୁଚିଗଲ ହେ ନାରୀ ସମାଜ

ପୁରୁଷର ଆଢୁଆଳେ

ଏବେ ତୁମେ ଉଠିବାର ବେଳ

ଘର ପରିବାର ଯେ ସମ୍ଭାଳି ପାରୁଛି

ସେ କି ପାରିବନି ଅସ୍ତ୍ର ଧରି !!

ସଜବାଜ ହୁଅ ହେ ବୀରଙ୍ଗନା

ଆଉ କରନାହିଁ ଡେରି

ଯୁଦ୍ଧ କ୍ଷେତ୍ରରେ ଦିଅ ଜୀବନ ଆହୁତି

ହାତରେ କମାଣ ଧରି ।

ଆସିଛିରେ ବେଳ ଉଡିବା ପାଇଁ

ଦିଅ ଅଗ୍ନିପଥେ ଯୋଗ

ଦୂର ଦିଗବଳୟ ସୀମାରେ ତୁମେ

ଦେଖାଅ ତୁମର ବଳ ବୀର୍ଯ ।



Rate this content
Log in