Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ଧନୁ-ସଂକ୍ରାନ୍ତି ଏବଂ ଧନୁମୁଆଁ

ଧନୁ-ସଂକ୍ରାନ୍ତି ଏବଂ ଧନୁମୁଆଁ

2 mins
186


ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ 

ଧନୁ-ସଂକ୍ରାନ୍ତିରେ ଧନୁମୁଆଁର ସରାଗ ।

ବାର ମାସେ ତେର ପର୍ବ ଆମ ଓଡ଼ିଶାର 

ନିଆରା ଆମ ସଂସ୍କୃତି ନାହିଁ ପଟ୍ଟାନ୍ତର । 


ପୌଷ ମାସେ ପ୍ରଥମ ଦିନ ଧନୁ ସଂକ୍ରାନ୍ତି

ଜଗନ୍ନାଥ ମନ୍ଦିରେ ପହିଲି ଭୋଗ ନୀତି । 

ସୂରୁଯ ଦେବତା ଧିରେ ଗମନ କରନ୍ତି 

ବିଛା ରାଶିରୁ ଧନୁ ରାଶିକୁ ପ୍ରବେଶନ୍ତି ।


ଧନୁ ସଂକ୍ରାନ୍ତିରେ ଧନୁ ମୁଆଁଟି ସୁନ୍ଦର 

ମୁଆଁ ବାସନାରେ ମହକଇ ଶ୍ରୀମନ୍ଦିର । 

ମୁଆଁ ଭୋଗ ପ୍ରଥମେ ଲାଗଇ ଶ୍ରୀମନ୍ଦିରେ 

ମାତା ଯଶୋମତି ହାତୁ ଖାଆନ୍ତି ଠାକୁରେ। 


ଧନୁ ସଂକ୍ରାନ୍ତିରେ ପହିଲି ଭୋଗ ଲାଗଇ

ଶ୍ରୀକ୍ଷେତ୍ରରେ ଗହଳ ଚହଳ ହେଉ ଥାଇ । 

ଏହି ସମୟେ ଲକ୍ଷ୍ମୀ ଥାଆନ୍ତି ପିତ୍ରାଳୟେ 

ମା' ହାତରନ୍ଧା ଖାଇ ରାମହରି ଖୁସିଯେ। 


ପେଟ ଚିହ୍ନେ ମାଆ, ଯେ ଗୁଣ ଚିହ୍ନେ ଗୁଣିଆ 

ରାତି ନ ପାହୁଣୁ ପକ୍ବାର୍ଣ୍ଣ  ବାଢି ଦିଏ ମା । 

ପ୍ରାତଃରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି 

ଜଗା ବଳିଆଙ୍କୁ ସହଳେ ଦିଅନ୍ତି ବାଢି । 


ମାତୃ ବତ୍ସଳା  ଜଗନ୍ନାଥ  ସଭିଙ୍କ  ନାଥ

ମାଆର ବାତ୍ସଲ୍ଯ ମମତାରେ ହ୍ଯୋନ୍ତି ପ୍ରୀତ ।

ନୂଆ ଧାନରୁ ଚାଷି କରେ ଖଇ ପ୍ରସ୍ତୁତି 

ଗୁଡ ନଡିଆ ଜୁଆଣିରେ ମୁଆଁ ଗଢନ୍ତି । 


ଧନୁମୁଆଁ ଗଢି ଧନୁ ସଂକ୍ରାନ୍ତିରେ ଜନେ

ପରଶି ଥାନ୍ତି ଜଗନ୍ନାଥଙ୍କୁ ଚିନ୍ତି ମନେ ।

ଶୀତ ସକାଳର ଧନୁମୁଆଁ ଖିଆ ପ୍ରୀତି 

ଭୁଲିନାହିଁ, ଭୁଲିବ ନାହିଁ ଓଡିଆ ଜାତି ।।



Rate this content
Log in