ବସନ୍ତ ଋତୁ
ବସନ୍ତ ଋତୁ
ଫଗୁଣ ଚଇତ ଦୁଇଟି ମାସ, ବସନ୍ତ ଋତୁର ହୁଏ ସମାସ।
ଋତୁଙ୍କର ରାଜା ବସନ୍ତ ଆସେ,
ମଳୟ ପବନ ସଭିଙ୍କୁ ରସେ।
ବସନ୍ତ ଆସିଲେ କୋଇଲି ଗାଏ,
କୁହୂ କୁହୂ ତାନ ମନକୁ ମୋହେ।
କୋଇଲି ଗାଅଇ ମଧୂର ସ୍ବନେ,
ଚିତ୍ତ ହରି ନିଏ ବକୁଳ ବନେ।
ଫଗୁଣ ମାସରେ ବଉଳ ହସେ
ତାର ସୁବାସରେ ଜଗତ ବାସେ।
ମଧୂର ତାହାର ମହକ ରାଶି,
ସମୀରଣ ସାଥେ ଆସଇ ଭାସି।
ବସନ୍ତ ଋତୁରେ ଦୋଳ ଯାତରା,
ରଙ୍ଗ ଅବିର ର ସଜେ ପସରା।
ରାଧା ମାଧବଙ୍କୁ ବିମାନେ ଧରି,
ବୁଲାଇ ନିଅନ୍ତି ପଲ୍ଲୀ ନଗରୀ।
ହର୍ଷ ଉଲ୍ଲାସରେ ବିଭୋର ହୋଇ,
ହୋଲିର ପରବ ପାଳିବା ପାଇଁ ।
ପିଲା ଠାରୁ ବୁଢା ଖେଳନ୍ତି ହୋଲି,
ପୂର୍ବ ରାଗ ରୁଷା ଯାଆନ୍ତି ଭୁଲି ।