STORYMIRROR

Ashok Moharana

Others Children

2  

Ashok Moharana

Others Children

ଭାଈ ଲୋ ଭାଈ

ଭାଈ ଲୋ ଭାଈ

1 min
25

ଭାଈରେ ଭାଈ ଆସେ ଧାଇଁ

ଆସିଛି ଆସିଛି ଗହ୍ମା ପୁନେଇଁ।

ତୋପାଇଁ କିଣିଛି ହଳଦୀ ରାକ୍ଷୀ

ବାନ୍ଧିଦେବୀ ହାତେ ରହିବ ସାକ୍ଷୀ।

ଗେଲ କରିଦେବି ଆଜି ମୁଁ ତୋତେ

ପର କରିବୁନି କେବେ ତୁ ମୋତେ।

ଚନ୍ଦନ ସିନ୍ଦୂର ଦେବୀ ଲଗାଇ

ମିଠାଖୋଇ ତୋତେଦେବୀ ସଜାଇ।

ରଖିବୁ ମାନ ମୋ ଜୀବନ ସାରା

ଆସୁ ଯେତେ ଝଡ ବରଷା ଖରା।

ଗୋଟିଏ ସୂତାରେ ଭାଈ ଭଉଣୀ

ରଖିବୁ ସମ୍ମାନ କରିବୁ ଋଣୀ।

ତୋ ପାଈଁ ସିନା ମୋର ଗରବ

ସେବା କରୁଥିବୁ ଜୀବନ ଯାକ।

ରାକ୍ଷୀ ନୁହେଁ ସୂତାଖିଅ ସମ୍ପର୍କ

ଛିଡି ବନି କେବେ ଥିବ ଜୀବନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍