STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବଡ଼ଦିନ ଭେଟି

ବଡ଼ଦିନ ଭେଟି

1 min
438

ହେ ସାନ୍ତାକ୍ଲଜ,

ତୁମେ ସବୁ ବର୍ଷ ପରି

ଏବର୍ଷ ବି ଆସୁଛ

ଆସ,

ଆମେ ଭାରତୀୟ

ଅତିଥି ପ୍ରେମୀ

ଆମର ଆତିଥ୍ୟ ସ୍ବୀକାର କର

ତୁମପାଇଁ,

ଆମ ହୃଦୟରେ

ଯେଉଁ ନିଷ୍କପଟ ଆନ୍ତରିକତା,

ନିରୁତା ଭଲପାଇବା ଥିଲା

ତାହା ଅଛି

ଆଗକୁ ମଧ୍ୟ ରହିଥିବ।

ହେଲେ,

ସବୁ ବର୍ଷ ପରି

ମିଛ ଆଶ୍ୱାସନା ଦେଇ

ଆମକୁ ଆଉ ଠକି ଦିଅନା,

ଏ ଆତଙ୍କବାଦର

ବିଷ ବଳୟରେ

ସମସ୍ତେ ଅସ୍ତବ୍ୟସ୍ତ, 

ଅଣନିଃଶ୍ବାସୀ ପ୍ରାୟ

ସେଥିରୁ ସୁରକ୍ଷିତ ରହିବାର

ପ୍ରସସ୍ତ ମାର୍ଗ ଉନ୍ମୋଚନ କର,

ତାହାହିଁ ହେବ

ଆମ ପାଇଁ

ବଡ଼ଦିନ ଭେଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract