STORYMIRROR

Sunita Barik

Others Tragedy

5.0  

Sunita Barik

Others Tragedy

ଅନ୍ଧାରି ଇଲାକା

ଅନ୍ଧାରି ଇଲାକା

1 min
674


ହେ ଜୀବନ ତମ ବିନା ଶାନ୍ତି କାହିଁ

ତୁମ ବିନା ମୁକ୍ତି କାହିଁ

ଏଠି ସବୁ ଖାଲି ମିଛ ପ୍ରହସନ

ଶବ୍ଦ ସବୁ ଏପାଖ ସେପାଖ

ହେଲେ ଫେରିବାର ସଵୁ ରାସ୍ତା ବନ୍ଦ

ନୂଆ ସକାଳର ଅପେକ୍ଷାରେ

ଦିନ ସରେ ରାତି କଟେ ବର୍ଷ ବି ସରେ

ଏଠି ମୁହଁ ରେ ରଙ୍ଗ ମାଖି ଅନ୍ଧାର ଭିତରେ

ତୋଷିବାକୁ ହୁଏ ପୁରୁଷମାନଙ୍କର

ଇପ୍ସିତ ଇଛା ସବୁକୁ

ନିଜର ଇଛା ଅନିଚ୍ଛା ସବୁ ମିଳେଇ ଯାଏ

ପାଣି ଫୋଟକା ସଦୃଶ

କେଇଟା ଟଙ୍କା ପାଇଁ ଅନେକ ପୁରୁଷର

ଶଯ୍ୟା ସଙ୍ଗିନୀ ହେବାକୁ

ପଡ଼େ ପ୍ରତିଦିନ ପ୍ରତିଥର

ଛାଇ ଆଲୁଅର ଖେଳରେ ହାରିବାକୁ ହୂଏ

ହରେଇଵାକୁ ପଡେ ସର୍ବସ୍ବ

ଏଥିରେ ଦୋଷ କାହାର ଗରିବ ଅସହାୟତାର

ନା ଅପରୂପ ରୂପ ଲାବଣ୍ୟର

ଏବେବି ମନେ ପଡେ ମା ର ଛଳଛଳ ଆଖି

ସେଥିରେ ସଜେଇଥିବା ସ୍ଵପ୍ନ ସବୁ

ସେ କ'ଣ ଵୁଝିଵ ମୋ ଅସହାୟତା

କେବେ କଣ ଜାଣିପାରିବ ଚାକିରି ନାରେ

ଝିଅ ତାର ବିକ୍ରି ହେଇଯାଇଛି

ସ୍ବାର୍ଥଲୋଭୀଙ୍କ ହାତରେ

ଥରେ ନୁହେଁ ବରଂ ବହୁବାର ଭାବିଛି ମୁକୁଳି ବି

ହେଲେ ଶତଚେଷ୍ଟା କରି

ମୁକୁଳି ହୁଏ ନି ଅନ୍ଧାରି ସମାଜ ଭୟରେ

କାହିଁ ଏଠି ଜଣେ ବି ପୁରୁଷ ଯେ

ହାତ ଧରି ମୁକୁଳେଇ ନବ ଏ ଅନ୍ଧାରି ଇଲାକାରୁ

ଭଦ୍ରମୁଖା ପିନ୍ଧା ମଣିଷ ମାନଙ୍କ ଭିତରେ

ଉକୁଟୁଥିବା ନାରୀ ମାଂସ ଖିଆ

ରାକ୍ଷସ ପ୍ରବୃତ୍ତି ଟା ସ୍ପଷ୍ଟ ଆଉ ଜଳଜଳ

ଦିଶେ ରାତିର ଅନ୍ଧାର ଭିତରେ

ଏଠି ସବୁ ମିଛ ପ୍ରହେଳିକା

ଅନ୍ଧାରି କଳଙ୍କିତ ଜୀବନ

ନା ଅଛି ଶାନ୍ତି ନା ମୁକ୍ତି ନା କିଛି ଅଭିଳାଷ

ଯନ୍ତ୍ରଣା ଜର୍ଜରିତ ଆଉ ପୁଳାଏ ଅବଶୋଷ।।


ସୁନିତା ବାରିକ



Rate this content
Log in