STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଅଭୁଲା ସମ୍ପର୍କ

ଅଭୁଲା ସମ୍ପର୍କ

1 min
221

ଗ୍ରାମ୍ୟ ପାଠଶାଳା ମୋର‌ ପିଲାଦିନ ସହଚର

କେତେ ରାଗ ରୁଷା ଭୁଲି  କରିଛି ମୋତେ ନିଜର

ଅଜ୍ଞାନ କଳା ତିମିର କରିଅଛି ମୋର ଦୂର

ଜ୍ଞାନର ପ୍ରଦୀପ ଜାଳି ଅନ୍ଧାରୁ କରିଛି ପାର ।।


ସାଙ୍ଗ ସାଥି ମେଳେ ତା’ର ଖେଳପଡିଆର ଖେଳ

ଗୁରୁଜୀଙ୍କ ବେତ ମାଡ଼ ମନେପଡେ ନିରନ୍ତର

ସୁବୁଦ୍ଧି ବିଦ୍ୟା ସୁଜର୍ମ ଭକ୍ତି ସ୍ନେହ ଶ୍ରଦ୍ଧା ପ୍ରେମ

ମନରେ ଦେଇଛି ଭରି କରିଛି ମୋତେ ମହାନ ।।


ବାଳୁତ କାଳୁ ମୋ ଚିହ୍ନା ପ୍ରଥମ ବାଳୁତ ସାଥୀ

କେମିତି ଭୁଲିବି ଆଜି ମନ ଖୋଜେ ମୋର ନିତି

ଆହା କି ସୁନ୍ଦର ସେହି ନିଷ୍ଠାପ ଶିଶୁ ହୃଦୟ

ମନ ପ୍ରାଚୀ ବ୍ୟୋମେ ଅବା ଆଦ୍ୟ ସୂର୍ଯ୍ୟ କି ଉଦୟ ।।


ବାକ୍ୟଦେବୀ ମନ୍ଦିରରେ ପ୍ରଥମ ପ୍ରବେଶ ଯେବେ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମାନ ଗୁରୁ ମୋ ଥିଲେ

ତାଙ୍କ କଥା ନୀତି ଗିର ଜୀବନ ନଦୀର ନୀର

ସମ କୁଳୁକୁଳୁ ନାଦେ ପ୍ରବାହିତ ନିରନ୍ତର ।।


ଏବେ ବି ତ ଶବ୍ଦାୟିତ ମୋ ‌ହୃଦୟେ ସେହି ଗୀତ

ମନେ ରେଖାୟିତ ସେହି ଚାଟଶାଳୀ ଆଦ୍ୟ ପାଠ

ଅଭୁଲା ସ୍ମୃତି ସେ ଚିହ୍ନ ସେ ସମ୍ପର୍କ ଚିରନ୍ତନ

ମନେ ଅଛି ରହିଥିବ ନିରବଧି ଜନ୍ମ ଜନ୍ମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍