Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Others

3  

Prabhati Mahapatra

Tragedy Others

ଆଉ କିଛି ଲୋଡା ନାହିଁ

ଆଉ କିଛି ଲୋଡା ନାହିଁ

1 min
190


ସବୁ ତ ଦେଇଛ ମୋର ମନ ଜାଣି

ଆଉ କିଛି ଲୋଡା ନାହିଁ

ପ୍ରଭୁ ହେ ଆଉ କିଛି ଲୋଡା ନାହିଁ (ଘୋଷା )

ଏତିକି ଦୁଃଖ ମୋ ହୃଦୟେ ରହିଲା

ତୁୁମ ଦରଶନ ନାହିଁ

ପ୍ରଭୁ ହେ ତୁମ ଦରଶନ ନାହିଁ।

ପ୍ରଭୁ ହେ ଆଉ କିଛି ଲୋଡା ନାହିଁ

କପାଳକୁ ଦେଲ ସିନ୍ଦୂରର ବିନ୍ଦୁ

ହାତକୁ ଯେ ନାଲି ଚୁଡ଼ି 

ହେଲେ ଏଇ ହାତେ ପୁଣ୍ୟ ନଦେଇଣ

ଅଧା ବାଟେ ଗଲ ଛାଡ଼ି

ପ୍ରଭୁ ହେ , ଅଧା ବାଟେ ଗଲ ଛାଡ଼ି

ସବୁ ସୁଖ ମୋର ପ୍ରାଣ ଯଦି ଯାଏ

ସ୍ଵର୍ଗଦ୍ଵାର ପଥ ଦେଇ 

ପ୍ରଭୁ ହେ , ଆଉ କିଛି ଲୋଡା ନାହିଁ ।

ଅଙ୍ଗ ଆଭୂଷଣେ ଦାମୀ ରତ୍ନ ମାନ

ଖଞ୍ଜି ଦେଇ କଲ ସୁଖୀ

ହେଲେ କଲ ନାହିଁ ତୁମ ଶ୍ରୀମନ୍ଦିରେ

ଟିିିକେ ମୋତେ ଦେବଦାସୀ

ପ୍ରଭୁ ହେ , କଲ ନାହିଁ ଦେବଦାସୀ

ପାତର ଅନ୍ତର ନୀତି ଛାଡି ଦେଇ

ଆଦରି ନିିଅ ଗୋସାଇଁ 

ପ୍ରଭୁ ହେ , ଆଉ କିଛି ଲୋଡା ନାହିଁ ।

କଣ୍ଠେ ବସାଇଲ ବାଣୀ ବାକ୍ୟ ଦେବୀ

ହାତରେ ଦେଲ ଲେଖନୀ

ତୁୁମ ନାମ ଗାଇ ଦିନ ମୋ ବିତଇ

ଦୁଃଖ ମୋ ଦରିଆ ପାଣି

ପ୍ରଭୁ ହେ , ଦୁଃଖ ମୋ ଦରିଆ ପାଣି

ସେ କୂଳରେ ବସି ପାତକକୁ ନାଶି

ରଖ ହେ ନିର୍ମାଲ୍ୟ ଦେଇ

ପ୍ରଭୁ ହେ , ଆଉ କିଛି ଲୋଡା ନାହିଁ,

ପ୍ରଭୁ ହେ , ଆଉ କିଛି ଲୋଡା ନାହିଁ ।



Rate this content
Log in