Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ଭିଜା ଫଗୁଣ

ଭିଜା ଫଗୁଣ

11 mins 158 11 mins 158

  ରାତି ପାହିବାକୁ ଢେର୍ ବାକି ଥାଏ ଅଚାନକ ସ୍ନେହା ର ଆବିର୍ଭାବ ଆଶିଷ ଙ୍କ ରୁମ୍ ରେ । ଜିରୋ ବଲବ ଆଲୋକ ରେ ହଠାତ୍ ସ୍ନେହା କୁ ଦେଖି ଚମକି ପଡ଼ିଲେ ଆଶିଷ୍ ।


 - ' କଣ ମ୍ଯାଡମ୍ ଏତେବେଳେ ପୂରା ହଟ୍ ମୁଡ୍ ରେ , କ'ଣ ହେଲା ? ' 


ଆଉ କିଛି କହିବା ପୂର୍ବରୁ ସ୍ନେହା ଆଶିଷ ଙ୍କ ପାଖରେ ଖଟ ଉପରେ ଶୋଇପଡି ତାଙ୍କ ଓଠରେ ଆଙ୍କି ଦେଲା ଗୋଟେ ଗାଢ ଚୁମ୍ବନ ‌ । ତାପରେ କହିଲା - ଚାଲନ୍ତୁନା କୁଆଡେ ଯିବା ବୁଲିବାକୁ ।


 - ଏତେବେଳେ ?


ଆଶିଷ ଙ୍କୁ ଆଉ ଟିକେ ପାଖକୁ ଭିଡ଼ିଧରି ସ୍ନେହା କହିଲା - ' ହଁ ଚାଲ '


ଆଶିଷ ର ଏବେ କୁଆଡେ଼ ଯିବାକୁ ଇଛା ହେଉ ନଥଲା କେବଳ ସ୍ନେହା କୁ କୁଣ୍ଢେଇ ଧରି ଢେର୍ ସାରା ଗପିବାକୁ ମନ କହୁଥିଲା । ହେଲେ ସେ ସ୍ନେହା ର କଥା କାଟି ପାରିଲେନି ।


କହିଲେ - ଶୁଣ , ତୁମେ କାର୍ ପାଖରେ ଛିଡ଼ା ହୋଇଥାଅ ମୁଁ ଏଇ ଆସୁଛି '


ସ୍ନେହା ଓ୍ବାଗନର କାର୍ ଚାବି ନେଇ ତଳକୁ ଯାଇ ଡୋର୍ ଖୋଲି ତା ଭିତରେ ବସି ଆଶିଷ୍ ଙ୍କୁ ଅପେକ୍ଷା କଲା । ହେଲେ କୋଡ଼ିଏ ମିନିଟ୍ ହୋଇ ଗଲାଣି ତାଙ୍କର ଦେଖା ନାହିଁ । ପୁଣି ଉପରକୁ ଯାଇ ଆଶିଷ୍ ଙ୍କୁ ଦେଖେତ ସେ ଶୋଇକି ଘୁଙ୍ଗୁଡ଼ି ମାରିଲେଣି ।


 ସ୍ନେହା ଗ୍ଲାସେ ପାଣି ଆଣି ଆଶିଷ ଙ୍କ ମୁହଁ ରେ ଢାଳିଦେଲା । ଆଶିଷ ଧଡପଡ ହୋଇ ଉଠି ସ୍ନେହା କୁ କିଛି ସମୟ ଚାହିଁଲେ ଆଉ ମାନ୍ଦା ମାନ୍ଦା ସ୍ବରରେ କହିଲେ - ' ଆପଣ ବି ନା '

  

 ସ୍ନେହା ଦାନ୍ତ ଚାପି କହିଲା - ' ଏବେ ଫଟାଫଟ୍ ଦୁଇ ମିନିଟ୍ ରେ ଉଠି ରେଡି ହେବେ ନା ପୁଣି ସାଓ୍ବାର୍ ରେ ଗାଧେଇ ଦେବି ?'


 କାର୍ ଗଡୁଥିଲା ପୁରୀ କୋଣାର୍କ ରାସ୍ତା ରେ ଚାଳିଶ୍ ସ୍ପିଡ୍ ରେ । କାର୍ ଚଳାଉଥିଲା ସ୍ନେହା , ଆଶିଷ୍ ସ୍ନେହା ଙ୍କ କାନ୍ଧରେ ମୁଣ୍ଡ ରଖି ଢୋଳୋଉ ଥିଲେ । ସ୍ନେହା ଚିଡ଼ି ଯାଇ କହିଲା - ' ଆପଣଙ୍କ ଏଇ ସବୁ ଗୁଣ ମୋର ବିଲକୁଲ ପସନ୍ଦ ନୁହେଁ । ମୁଁ କେଡେ ଶ୍ରଦ୍ଧା ରେ ଆପଣଙ୍କୁ ଡାକିକି ଆଣିଛି ଆଉ ଆପଣ ଗଧ ପରିକା ଢୋଳୋଉ ଛନ୍ତି ? 


 ଆଶିଷ୍ ମୁରୁକି ହସିଲେ , ଅଳସୁଆ ପରି ସାରି ଭିଡ଼ି ହେଉ ହେଉ ତାଙ୍କ ପାଟିରୁ ଉଁ.... ଆବାଜ୍ ଟେ ବାହାରିଲା । ସେ ଏଥର ନିଜ ବାଁ ହାତକୁ ସ୍ନେହାର ଟପ୍ ଭିତରକୁ ନେଇ ଅଣ୍ଟାକୁ ଆଉ ପେଟକୁ ଧିରେ ଧିରେ ଚୁମୁଟିଲେ ତାସହ ସ୍ନେହା ର ବେକ ପାଖରେ ଚୁମା ଦେଲେ । ସ୍ନେହା ମୁହୂର୍ତ୍ତେ ଆଖି ବୁଜି ଦେଇ ଗୋଟେ ଦୀର୍ଘ ନିଃଶ୍ବାସ ଭିତରକୁ ନେଇଗଲା । ଆଶିଷ ଆଉଟିକେ ଅଧିକ ଦୁଷ୍ଟାମୀ ଆଡ଼କୁ ଆଗେଇଲା ବେଳକୁ ସ୍ନେହା ତାଙ୍କ ହାତକୁ ଛାଟିଦେଇ କହିଲା - ' ପ୍ଲିଜ୍, ଗାଡ଼ି ଚଳେଇଲା ବେଳେ ଏସବୁ କରନି ।' 


 ଆଶିଷ ଏଥର ଅଭିମାନ କରି ସିଟ୍ କୁ ପଛକୁ ଲମ୍ବେଇ ଶୋଇ ପଡ଼ିଲେ ।


କାର୍ ଯାଇ ଅଟକିଲା ଗୋଟେ ନିରୋଳା ସମୁଦ୍ର କୂଳେ । 

ଆଶିଷ ଙ୍କୁ ସ୍ନେହା ଯେତେ ଡାକିଲେ ବି ସେ ଓ ଜମା ଉଠିଲେନି ଗାଲ୍ହେଇ କି ପଡି ରହିଲେ । ଆଶିଷ ଙ୍କ ମିଠା ଅଭିମାନ ଭାଙ୍ଗି ବାକୁ ସ୍ନେହା କୁ ଦୁଇମିନିଟ ର ଗୋଟେ ଗାଢ ଚୁମ୍ବନ ତାଙ୍କ ଓଠରେ ଆଙ୍କି ବାକୁ ପଡ଼ିଲା । ଆଉ ସେତେବେଳର ମୁଡ୍ ଅଫ୍ ପାଇଁ କ୍ଷତିପୂରଣ ବାବଦ ଆଶିଷ ସ୍ନେହା ଦେହ ସହ ଏତେ ଦୁଷ୍ଟାମୀ କଲେ ଯେ ସ୍ନେହା ପୁରା ଅସ୍ତବ୍ୟସ୍ତ ହୋଇ ଶିହରିତ ହୋଇଗଲା । 


 ଆଶିଷ୍ କାର୍ ଭିତରୁ ବାହାରକୁ ଆସୁ ଆସୁ କହିଲେ - ' ବାବାରେ , ଏତେ ଥଣ୍ଡା ? କଣ ଯେ ? ସହଜେ ଶିତ , ତା ସାଙ୍ଗ କୁ ପୁଣି ଏ ସମୁଦ୍ର କୂଳ । ଆପଣଙ୍କୁ କଣ ଆଉ କୋଉ ଟି ଯାଗା ମିଳିଲାନି କାର୍ ଅଟକାଇ ବାକୁ ? '


ସ୍ନେହା ଦୁଇ ହାତକୁ ଦୁଇ କଡକୁ ମେଲି ଦେଇ କହିଲା - ' ମୋତେ ସମୁଦ୍ର କୂଳ ବହୁତ ପସନ୍ଦ । ଆପଣଙ୍କୁ ପସନ୍ଦ ନୁହେଁ କି ? 

 

 ସ୍ନେହା କୁ ପଛ ପଟୁ କୁଣ୍ଢେଇ ଧରି ଆଶିଷ କହିଲେ - ' ହଁ ମୋର ବି ପସନ୍ଦ ହେଲେ ଏମିତି ଶିତୁଆ ଥଣ୍ଡା ସକାଳ ରେ ନୁହେଁ ଟିକେ ଖରାର ଚମକ୍ ଥିବ ସେତେବେଳେ । ହେଲେ କାଇଁ କେଜାଣି ଆପଣଙ୍କ ଆଉ ପଦ୍ମଜା ଙ୍କ ପସନ୍ଦ ଏକାଭଳି । ପ୍ରତ୍ୟେକ ଛୁଟି ରେ ପ୍ରାୟ ସମୟ ସେ ଏଇ ସମୁଦ୍ର କୂଳ କୁ ହିଁ ମୋତେ ଭିଡି ଆଣନ୍ତି । ଘଣ୍ଟା ଘଣ୍ଟା ଗପସପ ହେଉ । ମୁଁ ତାଙ୍କ କୋଳରେ ମୁଣ୍ଡ ରଖି ତାଙ୍କ ଆଖିକୁ ଚାହିଁଥାଏ ଆଉ ସେ ମୋ ଆଖିକୁ । ସତରେ ମୁଁ ଯେତେଥର ପଦ୍ମଜା ଆଖିକୁ ନିରିଖେଇ ଚାହିଁଛି ସେତେଥର ମୁଁ ତା ଭିତରେ ନିରୁଦିଷ୍ଟ ହୋଇଯାଇଛି । ଆଉ ଗୋଟେ ସତକଥା କ'ଣ ଜାଣନ୍ତି ? 


ସ୍ନେହା ଚୁପ୍ ହୋଇ ଶୁଣୁଥିଲା ସବୁ ।


ଆଶିଷ ପୁଣି ଯୋଡିଲେ - ' ଆପଣଙ୍କ ଆଖି ଦୁଇ ମୋତେ କାଇଁ ଠିକ୍ ପଦ୍ମଜା ଆଖି ପରି ଲାଗେ । ହେଲେ ମୋ ପଦ୍ମଜା ........। 

 

 ଏତିକି କହି କୋହ ସମ୍ଭାଳି ପାରିଲେନି ଆଶିଷ୍ । ମୁହଁ ବନ୍ଦ କରିଦେଲେ ଦୁଇ ହାତରେ , ଆଖି ଦୁଇ ଗୋଟାପଣେ ଲୁହରେ ଭିଜିଗଲା । ସେତେବେଳେ ସ୍ନେହା କୁ ଆଶିଷ୍ ଏକଦମ୍ ଛୋଟ ପିଲା ପରି ଲାଗିଲେ । 


 ସ୍ନେହା ଆଶିଷ୍ ଙ୍କୁ ଛାତି ପାଖକୁ ଭିଡ଼ି ଧରି ବୋକ ଦେଇ କହିଲେ - 'ନାଇଁ କାନ୍ଦନି ' 


ଦୁହେଁ ବେଳାଭୂମି ଉପରେ ବସିଗଲେ ଗୋଡ଼ ଲମ୍ବେଇ । ଆଶିଷ୍ ସ୍ନେହା ଙ୍କ କାନ୍ଧରେ ମୁଣ୍ଡ ରଖି ସମୁଦ୍ର କୁ ଚାହିଁଥିଲା 

ସ୍ନେହା ଆଶିଷ୍ ଙ୍କ ବାଁ ହାତକୁ ନିଜ ଦୁଇ ହାତରେ ଜାବୁଡ଼ି ଧରିଥିଲା । ଢେର୍ ସମୟ ଯାଏ ଦୁହେଁ ନୀରବ , ଖାଲି ସମୁଦ୍ର ର ଘୋ ଘୋ ଆବାଜ୍ ଆଉ ସୁ ସୁ ଥଣ୍ଡା ପବନ ହିଁ ଶୁଭୁଥିଲା ବାସ୍ । ସ୍ନେହା ଜାଣନ୍ତି କଥା ପ୍ରସଙ୍ଗରେ ଯଦି ଆଶିଷ୍ ତା ଦିଦି ଙ୍କ କଥା ଆଲୋଚନା କରି ବସନ୍ତି ତେବେ ସେ ବହୁତ ଭାବପ୍ରବଣ ହୋଇ ଆଖିରୁ ଲୁହ ଗଡ଼େଇ ପରିବେଶ ଟାକୁ କିଟି କିଟି ଅନ୍ଧାର ପରି ଗମ୍ଭୀର କରି ଦିଅନ୍ତି ।

  

 ସ୍ନେହା ପଚାରିଲେ - ' ସତରେ ସେ ବହୁତ ଭାଗ୍ୟବତୀ ଥିଲେ , ଆପଣଙ୍କୁ ସ୍ବାମୀ ରୂପେ ପାଇଥିଲେ ।' 


ଆଶିଷ୍ ଆଖିରୁ ଲୁହ ପୋଛି କହିଲେ - ' ନାଇଁ ସେ ନୁହେଁ ବରଂ ମୁଁ ବହୁତ ଭାଗ୍ୟବାନ ଥିଲି ଯେ ତାଙ୍କ ପରି ସ୍ତ୍ରୀ ଟିଏ ପାଇଥିଲି । 

 

 ସ୍ନେହା ଆଶିଷ୍ ଙ୍କୁ ଏପରି ଅବସ୍ଥାରେ ଦେଖିଲେ ଜମା ସହି ପାରନ୍ତିନି , ‌‌‌‌‌‌‌‌‌‌‌ଆଶିଷ୍ ଙ୍କ ଉପରେ ଦୟା ଆସେ ତାଙ୍କ ର । ସ୍ନେହା ବହୁତ ମନଦୁଃଖ କରନ୍ତି । ସେ ଜମା ଚା‌ହାନ୍ତିନି ଆଶିଷ୍ ତା ଦିଦି ଙ୍କୁ ମନେ ପକାଇ ଏମିତି ବାରମ୍ବାର ଅଧିର ହେବା ସହ ଭାଙ୍ଗି ପଡନ୍ତୁ । ଅଫିସ୍ ର ଗୁରୁତ୍ତ୍ୱପୂର୍ଣ୍ଣ କାମ ସବୁ କୁ ଅଣଦେଖା ଅବହେଳା କରି ତାଙ୍କ ପ୍ରାଣପ୍ରିୟା ପତ୍ନୀ ଙ୍କୁ ଝୁରି ହୁଅନ୍ତୁ । ନିଜେ ଅଯତ୍ନରେ ରହି ରୋଗୀ ପାଲଟି ଯାଆନ୍ତୁ ।



 ଦେହ ମନ ପ୍ରାଣ ନିଜର ସବୁକିଛି ଆଶିଷ୍ ଙ୍କୁ ଅର୍ପଣ କରିଦେଲା ପରେ ମଧ୍ୟ ସ୍ନେହା ତା ମନସ୍କ କରିପାରୁନି ଆଶିଷ ଙ୍କ ମନଟାକୁ । ତା ଦିଦି ଙ୍କ ଅନୁପସ୍ଥିତି ଏକଲାପଣ ଟା ଆଶିଷ ଙ୍କୁ ଏତେ ମାତ୍ରା ରେ ଆବୋରି ବସିଛି ଯେ ଆଶିଷ୍ ସେଥିରୁ ଜମା ମୁକୁଳି ପାରୁନାହାନ୍ତି । ଚାଲିଲେ ବସିଲେ ଉଠିଲେ ଚେଇଁଲେ ଶୋଇଲେ ସବୁବେଳେ ଆଶିଷ ଙ୍କ ପ୍ରତ୍ୟେକ ଭାବନାରେ ତାଙ୍କ ଦିଦି ଙ୍କ ସ୍ମୃତି ଦିଦିଙ୍କୁ ସହ ବିତେଇଥିବା ଅଲିଭା ମୁହୂର୍ତ୍ତ । ସ୍ନେହା ଚାହେଁନା ସେ ଭାବନା ଆଶିଷ ଙ୍କ ମନରୁ ସଂପୂର୍ଣ୍ଣ ପୋଛି ଦେବାକୁ , ସେ କେବଳ ଏତିକି ଚାହେଁ ସେ ଭାବନା ଆଶିଷ୍ ଙ୍କୁ ଆଉ ଅଧିକ ଯନ୍ତ୍ରଣା ନ ଦେଉ । ବହୁତ ସହିଛନ୍ତି ଆଶିଷ୍ କଷ୍ଟ ଯନ୍ତ୍ରଣା । ତା ଦିଦି ଆଖି ବୁଜି ଦେବା ପରେ ପରେ , ହେଲେ ଆଉ ନୁହେଁ । ଶଙ୍ଖା ସିନ୍ଦୂର ର ଆଶା ରଖିନି ଆଶିଷ୍ ଙ୍କ ଠୁ ସେ , କେବଳ ସେ ଆଶିଷ ଙ୍କ ମୁହଁ ରେ ପ୍ରଶନ୍ନ ଆଣିବାକୁ ଚାହେଁ । ମନ କୁ ଖୁସି ରେ ରଖିବାକୁ ଚା‌ହେଁ । 


 ସତରେ ଖୁସି ର ମୁହୂର୍ତ୍ତ ଗୁଡ଼ା ଏତେ ଶିଘ୍ର ହାତ ପାହାନ୍ତାରୁ ଦୂରେଇ ଯିବ ସେ କଥା କେହିବି କଳ୍ପନା କରିନଥିଲେ । ସ୍ନେହା ଯେତେବେଳେ ଡାକ୍ତରୀ ପଢ଼ିବା ପାଇଁ ଦିଲ୍ଲୀ ରେ ରହୁଥିଲା ସେତିକିବେଳେ ପଦ୍ମଜା ର ବାହାଘର ସ୍ଥିର ହୋଇଥିଲା । ଯେତେବେଳେ ସ୍ନେହା ର ଡାକ୍ତରୀ ଶେଷ ବର୍ଷ ପରୀକ୍ଷା ଠିକ୍ ସେତିକି ବେଳେ ଦିଦିର ବାହାଘର ହୋଇଗଲା । ସ୍ନେହା ଚାହିଁକି ବି ଆସି ପାରିଲାନି ବାହାଘରକୁ ।


 କାରଣ ନିଜ ପାଇଁ ଏକ ସମ୍ମାନଶ୍ପଦ ଚାକିରି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ବେଶ୍ ଯତ୍ନବାନ ଥିଲା । ସେଥିପାଇଁ ସେ ପାଠ ପଢା ରେ ଏତେ ନିମଗ୍ନ ରହୁଥିଲା ଯେ ଘରକୁ କି ସାଙ୍ଗସାଥି ମାନଙ୍କୁ ଏତେ ଫୋନ୍ କରୁନଥିଲା ସେ ।


 ସ୍ନେହା ଜୀବନର ସବୁଠୁ ବଡ଼ କଥା ହେଲା , ସେ ଲକ୍ଷ୍ୟସ୍ଥଳ ରେ ଯେମିତି ନିର୍ଦ୍ଵନ୍ଦରେ ପହଞ୍ଚିବ ସେଥିପାଇଁ ସେ ମନଲଗାଇ ଖୁବ୍ ପରିଶ୍ରମ କରୁଥିଲା । 


  ପରିସ୍ଥିତି ସହ ତାର ଗୋଟେ ଚୁକ୍ତି ଥିଲା । ଯୋଉ ସମୟ ମୂଲ୍ୟବାନ ସେଇ ସମୟ ପାଇଁ ନିଜକୁ ପରିସ୍ଥିତି ମୂତାବକ ଖର୍ଚ୍ଚ କରାଯାଉ । ବାକି ସମୟ ମାନଙ୍କୁ ତ ଆପଣା ମାନଙ୍କ ପାଇଁ ମୂଲ୍ୟବାନ କରିଦେଇ ହେବ ।


 ହଁ ଏବେ ସେ ଯେମିତି ଚାହୁଁଥିଲା ସେମିତି ସମୟକୁ ମୂଲ୍ୟବାନ କରୁଛି ଆପଣା ମାନଙ୍କ ପାଇଁ କିନ୍ତୁ ବିଡ଼ମ୍ବନା ଏତିକି ଯେ ନିଜ ହୃଦୟ ର ଟୁକୁଡ଼ା ତା ଦିଦି କୁ ହରେଇ ତା ହୃଦୟର ଟୁକୁଡା ପାଖେ ନିଜକୁ ସମର୍ପି ଦେଇଛି ସବୁଦିନ ପାଇଁ ।


  ଡକ୍ଟର ଶୈଳଜା ମହାପାତ୍ର , ଏଇ ନାଁ ପୂର୍ବରୁ ଡକ୍ଟର ଉପାଧି ଟେ ପାଇଦା ପାଇଁ ସ୍ନେହା କୁ କେତେ ପରିଶ୍ରମ କରିବାକୁ ନ ପଡିଛି ସତେ ।


 କିନ୍ତୁ ତା'ର ଏଇ ସଫଳତା ଖବର ଶୁଣି ତାଠୁ ଯେ ଅଧିକ ଖୁସି ହୋଇଥାନ୍ତା ସେ ଥିଲା ତା ଦିଦି ।


 ସ୍ନେହା କେବେ ଆଶା କରିନଥିଲା ତା ସହ ସୁଖ ଦୁଃଖ ଭଲମନ୍ଦ ହାନି ଲାଭ ସବୁକିଛି ବାଣ୍ଟୁଥିବା ତା ଦିଦି ତାକୁ ଏତେବଡ଼ କଥା ଟା ଲୁଚେଇ ରଖିଥିବ ବୋଲି ।


 ଯୋଉ ଦିନ ସ୍ନେହା ଡାକ୍ତରୀ ଉପାଧି ପାଇଲା - ' ସେହିଦିନ ସେ ବହୁତ ଖୁସି ଥିଲା ପ୍ରଥମେ ଏଇ ଶୁଭ ଖବର ତା ଦିଦି କୁ ଶୁଣେଇ ଚମକେଇ ଦେବ ଭାବିଲା । ହେଲେ ସେ ଜାଣିନଥିଲା । ତା ଦିଦିଙ୍କ ଫୋନ୍ କଲ୍ ଟା ଆସି ତା ବର୍ତ୍ତମାନ ଭବିଷ୍ୟତ କୁ ପୂରା ଦୋହଲେଇ ଦେବ ବୋଲି ।


  ସେ ଫୋନ୍ କରିବା ପୂର୍ବରୁ ତା ଦିଦି ଫୋନ୍ କରି କହିଲେ - ' ମୋତେ କ୍ଷମା କରିଦେବୁ ବାୟାଣୀ , ଏତେ ବଡ଼ କଥା ତୋ ଠୁ ଲୁଚେଇ ରଖିଥିଲି ବୋଲି । 


 ସ୍ନେହା କହିଲା - " ଦିଦି କୋଉ କଥା ? " 


ପଦ୍ମଜା କହିଲା - " ତୋ ଦିଦି ଏ ଦୁନିଁଆରେ ଆଉ ଅଳ୍ପଦିନ ର ଅତିଥି ରେ । ରକ୍ତ କର୍କଟ ର ଜୀବାଣୁ ମାନେ ତୋ ଦିଦିଙ୍କୁ ସଂପୂର୍ଣ୍ଣ ରୂପେ ଖାଇ ସାରିଲେଣି । ଆଉ ଦଶ ପନ୍ଦର ଦିନ ପରେ ତୋ ଦିଦି ଆଉ ଥିବ କି ନଥିବ । 


 ସ୍ନେହା ଚିଡ଼ି ଯାଇ କହିଲା - ' ଦିଦି କ'ଣ ଏମିତି ପାଗିଳୀ ଙ୍କ ଭଳି ଗପୁଛୁ ? 


ପଦ୍ମଜା କହିଲା - ' ମୋ କଥା ଖାଲି ସୁଣୁ , ତୁ କିଛି କହନା , ହେଲେ ମୁଁ ଯାହା କହୁଛି ସତ ହିଁ କହୁଛି । 


ସ୍ନେହା ଢେର୍ କାନ୍ଦିଲା , ଦୁହେଁ ବହୁତ ସମୟ କନ୍ଦା କଟା କଲେ ତାପରେ ଢେର୍ ସମୟ ନୀରବ ରହିବା ପରେ 


 ସ୍ନେହା କାନ୍ଦି କାନ୍ଦି ପଚାରିଲା - ' ହେଲେ ତୁ , ଏତେ ବଡ଼ କଥା ତୁ ମୋତେ ଲୁଚେଇଥିଲୁ ? ମୁଁ ତୋ ସହ ଜମା କଥା ହେବିନି ଦିଦି ଆଉ । 

 

 ପଦ୍ମଜା କହିଲା ଖୁବ୍ ଧିର ସ୍ବର ରେ - ' ଠିକ୍ କହିଛୁ , ମୁଁ କଥା ହେବାକୁ ଥିଲେ ସିନା ତୁ କଥା ହେବୁ ।


 ସ୍ନେହା ପୁଣି କଇଁ କଇଁ ହୋଇ କାନ୍ଦିକି କହିଲା - ' ତୁ ସେମିତି କହନି ଦିଦି , ସେମିତି ଜମା କହନି ମୁଁ ସହି ପାରୁନି ଏସବୁ ଶୁଣି । ' 


 ପଦ୍ମଜା ଭିଜା ଭିଜା ସ୍ବରରେ କହିଲା - ' ବାୟାଣୀ ଲୋ ମରଣ ବା ସେମିତି ଜିନିଷ ଟେ କାହାକୁ କେତେବେଳେ ଆପଣାର କରିନେବ ସେ କଥା କେହି ଜାଣନ୍ତିନି ।

ତୋର ତୋ ପାଠକୁ ନେଇ କେତେ ନିଷ୍ଠା ସେ କଥା ମୁଁ ଭଲ କି ଜାଣେ ସେଥିପାଇଁ ମୁଁ ଚାହୁଁନଥିଲି ମୋର ଏମିତି ଖବର ଶୁଣି ତୋ ପାଠ ପଢ଼ା ରେ କିଛି ଅସୁବିଧା ହେଉ ବୋଲି ସେଥିପାଇଁ ତୋତେ କିଛି ଜଣାଇନଥିଲି । ତୋ ଦିଦି କୁ କ୍ଷମା କରିଦେବୁ ରେ । ସ୍ନେହା କହୁଥିଲୁ ନା ଆସିଲେ ତୋ ଜିଜୁ ସହ ବହୁତ ମଜା କରିବୁ ବୋଲି । ମୁଁ ଚାଲିଯିବି ମୋର ଟିକିଏ ମନଦୁଃଖ ନାହିଁ ହେଲେ ଅବସୋସ ଏତିକି ତୋତେ ମନଭରି ଟିକେ ଦେଖି ପାରିଲିନି କି ତୋ ସହ କଥା ହୋଇ ପାରିଲିନି । ବାୟାଣୀ ଗୋଟେ କଥା କହିବି ରଖିବୁ ? 


 ସ୍ନେହା କାନ୍ଦି କାନ୍ଦି କହିଲା - " କହ ଦିଦି ଗୋଟେ କ'ଣ ତୋ ମନର ସବୁ ଅଭିଳାଷ ମୁଁ ପୂରଣ କରିବି ।

 

 ପଦ୍ମଜା ଏଥର କହିଲା - ' ମୋ ଚାଲିଗଲା ପରେ ଏ ଜମା ସହି ପାରିବେନି କ'ଣ ନାଇଁ କଣ କରି ବସିବେ ନିଜକୁ ଜମା ନିୟନ୍ତ୍ରଣ ରେ ରଖି ପାରିବେନି ସେ ।ମୁଁ ତାଙ୍କୁ ଭଲକି ଜାଣେ ସେ ମୋତେ ବହୁତ ଭଲ ପାଆନ୍ତି , ମୋତେ ମୁହୂର୍ତ୍ତେ ଦୂରେଇ ରଖନ୍ତିନି ତାଙ୍କ ଠୁ ମୋ ପରେ ସେ କେମିତି ଯେ ରହିବେ ତାଙ୍କ ଦାୟିତ୍ଵ କିଏ ନେବ ସେ ଚିନ୍ତା ମୋତେ ସବୁବେଳେ ଘାରୁଛି । ବାୟାଣୀ ଏ କେବଳ ମୋ ସ୍ବାମୀ ନୁହେଁ ଲୋ ମୋ ଜୀବନ । ମୁଁ ଚାହେଁନା ମୋତେ ଝୁରି ସେ ଦୁଃଖ ପାଆନ୍ତୁ କି କଷ୍ଟ ରେ ରୁହନ୍ତୁ ୟାଙ୍କୁ ମୁଁ ତୋ ଜିମା ଦେଲି ଏ ତୋତେ ଲାଗିଲେ । ଶୁଣ୍ ବାୟାଣୀ ସେ ଆଜି ଠୁଁ ତୋ ଦାୟିତ୍ଵ ରେ ତୋ ଜିଜୁ ଙ୍କ ର ଠିକ୍ ସେ ଯତ୍ନ ନେବୁ 


ସେ ଖୁସିରେ ଶାନ୍ତି ରେ ରହିଲେ ଜାଣିବୁ ତୋ ଦିଦି କୋଉଠି ନା କୋଉଠି ଶାନ୍ତି ରେ ଅଛି ।' 


 ବାସ୍ ତା ପ୍ରିୟ ଦିଦି ସହ ଶେଷଥର ପାଇଁ ଏତିକି କଥା ହୋଇଥିଲା ସ୍ନେହା । 



ସେଦିନ ଫୋନ୍ ରଖିସାରି ଆଉ ଶୋଇ ପାରିଲାନି ସ୍ନେହା , ଲୁହ ଉବୁଟୁବୁ ଆଖିରେ ଛାତକୁ ଚାହିଁ ଚାହିଁ ରାତିଟା ପୁହାଇ ଦେଲା ସେ । ମନ ଭିତରକୁ ଧସେଇ ପଶି ଆସୁଥିଲା ଦିଦି ସହ ବିତେଇ ଥିବା ବିଶେଷ ମୁହୂର୍ତ୍ତ ସବୁ ।


 ତା ଦିଦି ଅତି ଡରକୁଳୀ ଝିଅଟେ , ବିଶେଷ କରି ଛତରା ବଜାରି ମାନଙ୍କୁ ତାର ଭାରି ଡର । କିଏ କଣ କମେଣ୍ଟ ମାରିଲେ , ସାଇକେଲରେ ସେ ଫେରିବା ବେଳେ ତା ପିଛା କଲେ ଆଉ କିଏ ଯଦି ଜୋର୍ ପାଟିରେ କ'ଣ କହିଦେଲା ଗଲା ସେ ଭୟରେ ଜଡସଡ ହୋଇ କାନ୍ଦି ପକାଏ ।


 କିନ୍ତୁ ତା ଦିଦି ସେ ଦୁହେଁ ବଜାରରୁ ଫେରୁଥିଲେ ଦୁଇଟା ଟୋକା ବାଇକ୍ ରେ ଆସି ତାଙ୍କ ସାମ୍ନାରେ ଆଡ କରି ଗାଡ଼ି ଅଟକାଇଲେ । ପଛରେ ବସିଥିବା ଟୋକା ଟି ସ୍ନେହା କୁ ଆଖି ମାରିବା ସହିତ ଗୋଟେ ଫ୍ଲାଇଙ୍ଗ କିସ୍ ଦେଲା ତାପରେ କହିଲା - ' କ'ଣ ମ ଆସୁନ ଆମେ କ'ଣ ପସନ୍ଦ ନୁହଁ ? '


ହଠାତ୍ ପଦ୍ମଜା ଗୋଟେ ଶକ୍ତ ଚାପୁଡ଼ା ବସେଇ ଥିଲା ସେ ଟୋକା ଗାଲରେ । ସେମାନେ ସେଠୁ ସିଧା ଚାଲି ଯାଇଥିଲେ ବାଇକ୍ ବୁଲେଇ ।


ତା ଦିଦି ଛୋଟ ବେଳୁ ଏମିତି ନିଜ ପ୍ରତି କିଛି ହେଲେ ସହିଯିବ ନହେଲେ ବୋହିଯିବ । କିନ୍ତୁ ସ୍ନେହା କୁ ଯଦି କିଏ କିଛି କୁହେ ତା ଦେହରେ ଜମା ଯାଏନି ସେ ଜମା ସହି ପାରେନି , କିଛି ହେଲେ ଗୋଟେ କରିଦେବ ।


ତା ଦିଦି ପାଇଁ ସ୍ନେହା ଆଜି ଡାକ୍ତରୀ ପଢି ପାରିଛି । ନହେଲେ ବାବା ମୋଟେ ଅନୁମତି ଦେଉନଥିଲେ , କାଇଁ ଲକ୍ଷ ଲକ୍ଷ ଟଙ୍କା ମୁଁ ପାଣି ରେ ସାରିବି ? ଯଦି ସେ ଡାକ୍ତରୀ ପାଠରେ ଉତ୍ତିର୍ଣ ନହେବ ତେବେ ? ମନ ଦେଇ ପାଠ ପଢ଼ିବ କି ନାହିଁ , ତାପରେ ପରୀକ୍ଷା ପରେ ସାକ୍ଷାତକାର ଯଦି ସେଥିରେ ସଫଳ ନହେଲା , କ'ଣ ଲାଭ ଅଛି ପାଠ ପଢେଇ ମୁଁ ରିକ୍ସ୍ ନେଇ ପାରିବିନି ।


ସ୍ନେହା ସେଦିନ ରାତିସାରା କାନ୍ଦିଲା ବାବାଙ୍କ ଉତ୍ତର ସୁଣି । ଦିଦି ସହି ପାରିଲାନି , ପ୍ରାୟ ଚାରିଦିନ କାଳ ବାବା ଙ୍କୁ ବୁଝାଇ ଶେଷରେ ରାଜି କରେଇ ଥିଲା ଅତି କଷ୍ଟ ରେ ।


ଦିଦି ବି କହିଲା ତାକୁ -


ତୋ ଉପରେ ବହୁତ ଆଶା ଭରସା କରି ବାବା ଙ୍କୁ ରାଜି କରେଇଛି । ବାବା ଙ୍କ ସାମ୍ନାରେ ମୋତେ ଛୋଟ କରିବୁନି । ଅଧିକ ଫାଜିଲାମି ନହୋଇ ପାଠ ପଢ଼ାରେ ମନଦେବୁ ‌।

ଫୋନ୍ ରେ ଅଯଥା ଘଣ୍ଟା ଘଣ୍ଟା ଗପ କରିବୁନି । ଡ୍ରେସ୍ ପଟା, କସମେଟିକ୍ସ , ସିନେମା ଏସବୁରେ ଅଯଥା ଖର୍ଚ୍ଚ କରିବୁନି ଆଉ .......ଆହୁରି କେତେ କଥା କହିଥିଲା ସ୍ନେହା କୁ ।


ସ୍ନେହା ତା ଦିଦି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଷ୍ଠାର ସହ ପାଠ ରେ ମନ ଦେଇ ଆଜି ସେ ଡାକ୍ତର ଶୈଳଜା ମହାପାତ୍ର । 


ହେଲେ ତା ଦିଦି ......




ସେ ଘରେ ପହଞ୍ଚିଲା ବେଳକୁ ତା ଦିଦି ଆଖି ବୁଜି ସାରିଲାଣି ସବୁଦିନ ପାଇଁ । ତା ଦିଦି ଙ୍କ ମୃତ୍ୟୁ କୁ ସହି ନପାରି ଆଶିଷ୍ କୋମାକୁ ଚାଲି ଯାଇଥିଲେ । ଯାହାକୁ ସୁସ୍ଥ କରି ଖୁସି ର ରଖିବାର ଗୁରୁଦାୟିତ୍ଵ ର ଭାରା ଏବେ ସ୍ନେହା ଉପରେ । 


 ସ୍ନେହା ର ଚିକିତ୍ସା ରେ ରହିବା ର ଗୋଟେ ବର୍ଷ ପରେ ଯାଇ ଆଶିଷ୍ କୋମାରୁ ବାହାରକୁ ଆସିଥିଲେ । ଆଉ ତାଙ୍କୁ ସ୍ବାଭାବିକ ହେବାକୁ ଆହୁରି ଚାରିମାସ ଲାଗିଥିଲା । 


 ସ୍ନେହା କୁ ଆଖି ଆଗରେ ଦେଖି ପ୍ରଥମେ ପଦ୍ମଜା ବୋଲି ଭାବି ନେଇଥିଲେ ଆଶିଷ୍ । ଥରେ ନୁହଁ ସେ ପ୍ରତ୍ୟେକ ଥର ଏବେ ବି ଭାବନ୍ତି ସ୍ନେହା କୁ ତାଙ୍କ ପତ୍ନୀ ପଦ୍ମଜା ବୋଲି ।

ପଦ୍ମଜା ଚାଲି ଯିବାର ଦୁଇ ବର୍ଷ ହୋଇ ଗଲାଣି କିନ୍ତୁ

ପତ୍ନୀ ଙ୍କ ମୃତ୍ୟୁ କୁ ଏ ପର୍ଯ୍ୟନ୍ତ ବି ସହଜରେ ଗ୍ରହଣ କରି ପାରନ୍ତି ନି ଆଶିଷ୍ । ସ୍ନେହା କୁ ଆଖି ଆଗରେ ପାଇ ଧରି ନିଅନ୍ତି ସେ ପଦ୍ମଜା ବୋଲି । ସତରେ ସ୍ନେହା ନଥିଲେ ଆଶିଷ୍ ଙ୍କ ର ଯେ କଣ ଅବସ୍ଥା ହୋଇଥାନ୍ତା .... ।


 କିନ୍ତୁ ବେଳେବେଳେ ଆଶିଷ୍ ଙ୍କ ମନ ଭିତରକୁ ଧସେଇ ପଶି ଆସେ ପଦ୍ମଜା ଙ୍କ ସେଇ ଶେଷ ଆତୁରତା ଭରା ଚାହାଣୀ ଆଉ କଥା - ' ମୋତେ କ୍ଷମା କରିଦେବ ଆଶିଷ୍ ମୁଁ ତମ ପାଇଁ କିଛି କରି ପାରିଲିନି ।  


ବାସ୍ ଆଶିଷ୍ ପାଗଳ ହୋଇଯାନ୍ତି ସେଇ ମୁହୂର୍ତ୍ତକ ପାଇଁ ।

ମୁଣ୍ଡ କୁ ବାଡ଼େଇ ଜୋର୍ ସେ ଚିଲାନ୍ତି । ଆଉ ସ୍ନେହା ସେହି ସମୟରେ ଆଶିଷ୍ ଙ୍କୁ କୁଣ୍ଢେଇ ଧରି ଓଠରେ ଓଠ ଲଗେଇ ଉତ୍ତେଜିତ କରାଏ । ନହେଲେ ତାଙ୍କୁ କାବୁ କରିବାର ଅନ୍ୟ କିଛି ମାଧ୍ୟମ ସେ ଆପଣାଏନି । ଇଞ୍ଜେକସନ ବି ଦେଇ ପାରନ୍ତା ହେଲେ ନା ସେ ଦିଏନି । ଆଶିଷ୍ ଙ୍କୁ ସେ କେବେ ରୋଗୀ ଭାବେନି ବରଂ ତା ଦିଦିଙ୍କ ପ୍ରିୟ ଅମାନତ ଭାବିଛି ।

ସେଥିପାଇଁ ଇଞ୍ଜେକସନ ଦେଇ ଅଚେତ୍ କରିବା ବଦଳରେ ନିଜକୁ ସମର୍ପି ଦେଇ ଆଶିଷ ଙ୍କୁ ସ୍ବାଭାବିକ କରିବାକୁ ଚେଷ୍ଟା କରୁଛି ଆଜି ପର୍ଯ୍ୟନ୍ତ ।



କିନ୍ତୁ ସେଦିନ ପ୍ରଥମ ଥର ପାଇଁ ଆଶିଷ୍ ... ....


 ସେଦିନ ଆଶିଷ୍ ଖଟ ଉପରେ ଶୋଇଥିଲେ । ସ୍ନେହା ଗଛ ଆଇନା ସାମ୍ନାରେ ଛିଡା ହୋଇ ନିଜ ପରିଧାନ ବଦଳାଉଥିଲା , ହଠାତ୍ ପଛରୁ ଆଶିଷ୍ ଆସି ସ୍ନେହା କୁ କୁଣ୍ଢେଇ ଧରି ଖଟ ଉପରକୁ ଭିଡ଼ି ନେଇଥିଲେ । ଧିରେ ଧିରେ ଆଶିଷ୍ ସ୍ନେହା ର ଶାଢ଼ୀ ଖୋଲିବାକୁ ଲାଗିଲେ ଆଊ ତାପରେ ଖାଲି ଦୁଷ୍ଟାମୀ ଆଉ ଦୁଷ୍ଟାମୀ   । ସ୍ନେହା ପ୍ରଥମେ ଚମକି ପଡିଲା ସତ କିଛି ବି ପ୍ରତିବାଦ କରିନଥିଲା । ବରଂ ଅଧିକ ଖୁସି ହୋଇଥିଲା ଆଶିଷ୍ ଙ୍କ ପରି ଗୋଟେ ପୁରୁଷ ଙ୍କ ସାନିଧ୍ୟ ପାଇଛି । ତା ସହିତ ତା ଦିଦିଙ୍କ ଶେଷ କଥା କୁ ରଖି ଆଶିଷ୍ ଙ୍କୁ ସ୍ୱାଭାବିକ କରିବାକୁ ଖୁସି ରେ ରଖିବାକୁ ଚେଷ୍ଟା କରୁଛି ।


 ଆଶିଷ ଗୋଟେ କାମୁକ ମଣିଷ ବୋଲି ତାକୁ କେବେ ଅନୁଭବ ହୋଇନି ହେଲେ ଆବଶ୍ୟକତା ଠୁ ଆଶିଷ୍ ଟିକେ ଅଧିକ ରୋମାଣ୍ଟିକ୍ ।


 ଆଶିଷ୍ ଟିକେ ଦୁଷ୍ଟାମୀ କଲେ ସ୍ନେହା ଜମା ରୋକି ପାରେନି ସେ ବି ସାଥ୍ ଦିଏ ଆଶିଷ୍ ସହ । ହଁ ସେ ବି ତ ଗୋଟେ ଯୌବନ ରେ  ଭରପୂର ଜୁଆରିଆ ନଈ ଟିଏ ନିଜକୁ କେତେ ବା ନିୟନ୍ତ୍ରଣ କରିବ ?


 ସ୍ନେହା କୁ ଲାଗେ ସତରେ ବହୁତ ଭାଗ୍ୟବତୀ ଥିଲା ତା ଦିଦି । କେତେ ପ୍ରେମ କେତେ ଭଲପାଇବା ଆନ୍ତରିକତା କେତେ ଆଦର । 


 ଏବେ ଏବେ ସ୍ନେହା କୁ ଲାଗେ ଏମିତି ଏସବୁ ଦୁର୍ଘଟଣା ନଘଟି ସେ ଆଶିଷ୍ ଙ୍କ ପତ୍ନୀ ହୋଇଥାନ୍ତା କି ପ୍ରଥମରୁ ।  


ଏବେ ଡକ୍ଟର ଶୈଳଜା ମହାପାତ୍ର ଓରଫ୍ ସ୍ନେହା କୁ ବୋଧେ ପ୍ରେମ ହୋଇଗଲାଣି ।


କିନ୍ତୁ ଆଶିଷ୍ ତାଙ୍କ ପତ୍ନୀ ଙ୍କ ପ୍ରେମରେ ଏବେବି ବିଭୋର ।

---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧




Rate this content
Log in

More english story from Parameswar Ojha

Similar english story from Tragedy