Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Non-Stop November : T30 Cup edition

SEE WINNERS

Share with friends

"ଏକାକୀ ଆମେ କମ୍ କାମ କରିପାରିବା; ମିଳିତ ଭାବେ ବହୁତ କିଛି ।" - ହେଲେନ କେଲର୍


ଷ୍ଟୋରୀ ମିରର୍, ବିଶ୍ୱ ସାହିତ୍ୟ ଇତିହାସରେ ପ୍ରଥମ ଥର ପାଇଁ ଲେଖକମାନଙ୍କ ପାଇଁ “ନନ୍-ଷ୍ଟପ୍ ନଭେମ୍ବର: T ୩୦ କପ୍ ସଂସ୍କରଣ” ଉପସ୍ଥାପନ କରୁଛି । ଏହା ଏକ ଲିଖନ ପ୍ରତିଯୋଗିତା ଯେଉଁଠାରେ ଲେଖକମାନେ ସେମାନଙ୍କ ଟିମମେଟ୍ ଙ୍କ ସହ ମିଶି ଶବ୍ଦକୁ ସଜେଇ, ମଜେଇ, ରଞ୍ଜେଇ ସୃଷ୍ଟି କରିବେ ଅନବଦ୍ୟ କୃତି। ଏହି ଟୁର୍ଣ୍ଣାମେଣ୍ଟରେ ୩୦ ଦିନ ପାଇଁ ୩୦ଜଣ ସ୍ରଷ୍ଟାଙ୍କ ଲେଖା ଆବଶ୍ୟକ, ଯେଉଁଠାରେ ଅଂଶଗ୍ରହଣକାରୀମାନଙ୍କୁ ଦିଆଯାଇଥିବା ନିୟମ ଏବଂ ଥିମ୍ ଅନୁଯାୟୀ ସର୍ବୋତ୍କଷ୍ଟ ସର୍ଜନା ସୃଷ୍ଟି କରିବାକୁ ପଡ଼ିବ।


ଆସନ୍ତୁ ପୂର୍ବବତ୍ ଶବ୍ଦକୁ ଚିତ୍ରିତ, ଶୋଭିତ, ସଜ୍ଜିତ କରି ଆଧୁନିକ ସାହିତ୍ୟର ପରିବର୍ତ୍ତିତ ଗତିଶୀଳତାକୁ ଅନୁଭବ କରିବା।

ଓ ନିଜ ଭିତରେ ଲେଖିବାର ଅଗ୍ନିମୟ ଉତ୍ସାହକୁ ଶୀର୍ଷସ୍ତରରେ ପ୍ରକାଶିତ କରିବା ପାଇଁ ପ୍ରସ୍ତୁତ ହେବା।

ପ୍ରତିଯୋଗିତାର ପଦ୍ଧତି -ସମୁଦାୟ ୫ଟି ଟିମ୍ ରହିବେ - ଟିମ୍ ଏ, ଟିମ୍ ବି, ଟିମ୍ ସି, ଟିମ୍ ଡି ଏବଂ ଟିମ୍ ଇ। ଏହି ଦଳଗୁଡ଼ିକର ଭାଷା ନିର୍ଦ୍ଦିଷ୍ଟ ହେବ ନାହିଁ ବରଂ ସମସ୍ତ ଭାଷାର ଲେଖକଙ୍କୁ ନେଇ ଗଠିତ ହେବ । ପ୍ରତ୍ୟେକ ଲେଖକଙ୍କୁ ସେମାନଙ୍କ ଦଳର ବିବରଣୀ ବିଷୟରେ ଇମେଲ ମାଧ୍ୟମରେ ସୂଚନା ଦିଆଯିବ । ଉନ୍ନତ ଯୋଗାଯୋଗ ପାଇଁ ପ୍ରତ୍ୟେକ ଦଳ ପାଇଁ ଏକ ପୃଥକ ହ୍ୱାଟସ୍ ଆପ୍ ଗ୍ରୁପ୍ ମଧ୍ୟ ସୃଷ୍ଟି କରାଯିବ । ପ୍ରତ୍ୟେକ ଦଳକୁ ଷ୍ଟୋରୀ ମିରର ଜଣେ ପ୍ରତିନିଧି ସହାୟତା ନିମନ୍ତେ ପ୍ରଦାନ କରାଯିବ।


ଆମେ ୩୦ ଦିନ ପାଇଁ ୩୦ଟି ଭିନ୍ନ ଶବ୍ଦ ପ୍ରଦାନ କରିବୁ । ଆପଣଙ୍କୁ ଏହି ଶବ୍ଦ ବ୍ୟବହାର କରିବାକୁ ଏବଂ ଶବ୍ଦକୁ ଭିତ୍ତିକରି ଆପଣଙ୍କର ଲେଖା ସୃଷ୍ଟି କରିବାକୁ ପଡିବ । ଏହା ଯେକୌଣସି ଶୈଳୀ, ଯେକୌଣସି ଧାରା, ଆପଣ ପସନ୍ଦ କରୁଥିବା ଯେକୌଣସି ଘଟଣାବଳୀ ହୋଇପାରେ, ମାତ୍ର ଏହା ଦୈନିକ ପ୍ରଦତ୍ତ ଥିମ୍ ହୋଇଥିବା ଆବଶ୍ୟକ ।


ବିଷୟଗୁଡ଼ିକ -

୧ ନଭେମ୍ବର - ପୁସ୍ତକ

୨ ନଭେମ୍ବର - ଚଳଚ୍ଚିତ୍ର

୩ ନଭେମ୍ବର - ପର୍ବପର୍ବାଣୀ

୪ ନଭେମ୍ବର- ମୋ ଦେଶ

୫ ନଭେମ୍ବର - ଯେକୌଣସି ଋତୁ

୬ ନଭେମ୍ବର - ବନ୍ଧୁ

୭ ନଭେମ୍ବର - ପରିବାର

୮ ନଭେମ୍ବର - ହିରୋ

୯ ନଭେମ୍ବର - ହରର୍

୧୦ ନଭେମ୍ବର - ଯାଦୁ

୧୧ ନଭେମ୍ବର - ଯାତ୍ରା

୧୨ ନଭେମ୍ବର - ଟଙ୍କା

୧୩ ନଭେମ୍ବର - ଖେଳ

୧୪ ନଭେମ୍ବର - ପିଲାମାନେ

୧୫ ନଭେମ୍ବର - ପ୍ରେମ

୧୬ ନଭେମ୍ବର - କଳ୍ପନା

୧୭ ନଭେମ୍ବର - ରହସ୍ୟ

୧୮ ନଭେମ୍ବର - ପରୀ କାହାଣୀ

୧୯ ନଭେମ୍ବର - ଜନ୍ମଦିନ

୨୦ ନଭେମ୍ବର - ପରକାଳ

୨୧ ନଭେମ୍ବର - ଅପରିଚିତ

୨୨ ନଭେମ୍ବର - ସୁପର ପାୱାର୍

୨୩ ନଭେମ୍ବର - ଏଲିଏନ୍

୨୪ ନଭେମ୍ବର - ସାମ୍ରାଜ୍ୟ

୨୫ ନଭେମ୍ବର - ସଫଳତା

୨୬ ନଭେମ୍ବର - ବିବାହ

୨୭ ନଭେମ୍ବର - ସ୍ୱପ୍ନ

୨୮ ନଭେମ୍ବର - ସ୍ୱାଧୀନତା

୨୯ ନଭେମ୍ବର - ପୁରାଣ

୩୦ ନଭେମ୍ବର - ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ

ନିୟମ:

  • ଆପଣ କେବଳ ପ୍ରଦତ୍ତ ଶବ୍ଦ ଉପରେ ଲେଖିବା ଆବଶ୍ୟକ ।
  • ଆପଣଙ୍କ ଦଳର ଜିତିବାର ସୁଯୋଗ ବଢ଼ାଇବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଥିମରେ ଏକରୁ ଅଧିକ ଲେଖା ଦାଖଲ କରିପାରିବେ।
  • ଅଂଶଗ୍ରହଣକାରୀମାନେ ନିଜର ମୌଳିକ ଲେଖା ଦାଖଲ କରିବା ଉଚିତ୍ ।
  • ଇମେଲ କିମ୍ବା ହାର୍ଡ଼ କପି କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ।
  • କୌଣସି ଅଂଶଗ୍ରହଣ ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ ନାହିଁ ।
  • ମାନପତ୍ର ବିଭାଗରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ର ପ୍ରୋଫାଇଲରେ ଉପଲବ୍ଧ ହୋଇଯିବ ।

ପୁରସ୍କାର:


ଟିମ୍ ପୁରସ୍କାର

ସମ୍ପାଦକ ସ୍କୋର, ଥିମ୍ ଉପରେ ଦାଖଲ ସଂଖ୍ୟା ଏବଂ ପାଠକଙ୍କ ଯୋଗଦାନ (ଲାଇକ ଏବଂ କମେଣ୍ଟ) ଉପରେ ଆଧାର କରି ବିଜେତା ଦଳ ନିଷ୍ପତ୍ତି ନିଆଯିବ।

୧ . ବିଜେତା ଦଳର ସଦସ୍ୟମାନେ ନିମ୍ନଲିଖିତ ପୁରସ୍କାର ପାଇବେ -

  • ପୁସ୍ତକ କ୍ରୟ କରିବା ନିମନ୍ତେ ଷ୍ଟୋରୀ ମିରର ପକ୍ଷରୁ Rs ୧୫୦/ର ସପ୍ ଭାଉଚର ।
  • ଷ୍ଟୋରୀ ମିରର୍ ଦ୍ୱାରା ସମସ୍ତ ପେପରବ୍ୟାକ୍ ବୁକ୍ ପ୍ରକାଶନ ପ୍ୟାକେଜ୍ ଉପରେ ୨୦% ରିହାତି।
  • ଡିଜିଟାଲ୍ ବିଜେତା ମାନପତ୍ର।

୨ . ରନର୍ସ-ଅପ୍ ଦଳକୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବ-

  • ପୁସ୍ତକ କ୍ରୟ କରିବା ନିମନ୍ତେ ଷ୍ଟୋରୀ ମିରର ପକ୍ଷରୁ Rs ୧୦୦/ର ସପ୍ ଭାଉଚର ।
  • ଷ୍ଟୋରୀ ମିରର୍ ଦ୍ୱାରା ସମସ୍ତ ପେପରବ୍ୟାକ୍ ବୁକ୍ ପ୍ରକାଶନ ପ୍ୟାକେଜ୍ ଉପରେ ୧୦% ରିହାତି
  • ଡିଜିଟାଲ୍ ରନର୍ସ-ଅପ୍ ସାର୍ଟିଫିକେଟ୍।


ସର୍ବାଧିକ ସକ୍ରିୟ ଦଳ - ସର୍ବାଧିକ ସଂଖ୍ୟକ ଅଂଶଗ୍ରହଣକାରୀ ଦଳକୁ Rs ୧୫୦/ର ଷ୍ଟୋରୀ ମିରର ସପ୍ ଭାଉଚର ଏବଂ ଏକ ସ୍ୱତନ୍ତ୍ର ପ୍ରମାଣପତ୍ର ପ୍ରଦାନ କରାଯିବ।


ବ୍ୟକ୍ତିଗତ ପୁରସ୍କାର

  • ସମସ୍ତ ଥିମ୍ ଉପରେ ୩୦ କିମ୍ବା ଅଧିକ ଲେଖା ଦାଖଲ କରୁଥିବା ଅଂଶଗ୍ରହଣକାରୀମାନେ ସର୍ବନିମ୍ନ ହାରାହାରି ସମ୍ପାଦକୀୟ ସ୍କୋର ୬ ଅନୁଯାୟୀ ପ୍ରତ୍ୟେକ ଭାଷା ଏବଂ ବର୍ଗ ପାଇଁ ଷ୍ଟୋରୀ ମିରର୍ ଦ୍ୱାରା ଏକ ମାଗଣା ପୁସ୍ତକ ଜିତିବେ। ଯଦିଓ, ଅଂଶଗ୍ରହଣକାରୀ ଭାରତ ବାହାରେ ଅବସ୍ଥାପନ କରିଛନ୍ତି, ତେବେ ଆମ ପକ୍ଷରୁ ଇବୁକ୍ ସେୟାର କରାଯିବ ।
  • ଅଂଶଗ୍ରହଣକାରୀମାନେ ଯେଉଁମାନେ ସମସ୍ତ ଥିମରେ ୧୫ ରୁ ଅଧିକ ଏବଂ ୩୦ ରୁ କମ୍ ଲେଖା ଦାଖଲ କରନ୍ତି, ପ୍ରତ୍ୟେକ ଭାଷା ଏବଂ ବର୍ଗ ପାଇଁ ସର୍ବନିମ୍ନ ହାରାହାରି ସମ୍ପାଦକୀୟ ସ୍କୋର ୬ ଅନୁଯାୟୀ ଷ୍ଟୋରୀ ମିରର୍ ଦ୍ୱାରା ଏକ ମାଗଣା ଇବୁକ୍ ଜିତିବେ।
  • ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ମାନପତ୍ର ପ୍ରାପ୍ତ କରିବେ।

ବିଶେଷ ପୁରସ୍କାର

  • ବିଜେତାମାନଙ୍କୁ ଟ୍ରଫି ଏବଂ ଡିଜିଟାଲ୍ ବିଜେତା ମାନପତ୍ର ପ୍ରଦାନ କରାଯିବ।T30 କପ୍ ର ଶ୍ରେଷ୍ଠ ଲେଖକ - ଲେଖକ ଯିଏ ସମସ୍ତ ୩୦ ଥିମ୍ ଉପରେ ସର୍ବୋତ୍ତମ ଲେଖା ଦାଖଲ କରନ୍ତି, ତାଙ୍କୁ ଷ୍ଟୋରୀ ମିରର୍ ଦ୍ୱାରା ଏକ ମାଗଣା ପେପରବ୍ୟାକ୍ ବୁକ୍ ପ୍ରକାଶନ ଚୁକ୍ତି ମଧ୍ୟ ପ୍ରଦାନ କରାଯିବ
  • T30 କପ୍ ର ସବୁଠାରୁ ସୁସଙ୍ଗତ ଲେଖକ - ସମସ୍ତ ଭାଷା ଏବଂ ବର୍ଗରେ ମିଳିତ ଭାବରେ ସର୍ବାଧିକ ଲେଖା ଦାଖଲ କରୁଥିବା ଲେଖକ।

ବିଭାଗ: କାହାଣୀ, କବିତା

ଭାଷା: ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗାଳୀ।

ଦାଖଲ ଅବଧି: ୦୧ ନଭେମ୍ବର ୨୦୨୨ ରୁ ୦୫ ଡିସେମ୍ବର ୨୦୨୨  ପର୍ଯ୍ୟନ୍ତ

ଫଳାଫଳ: ୨୫ ଜାନୁଆରୀ ୨୦୨୩

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287

ହ୍ୱାଟସ୍ ଆପ୍: +91 8452804735



Trending content