ଅବତରଣିକା :
ଆପଣ ନିଜେ ନିଜକୁ ଲେଖିବା ପାଇଁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି କି ?
ଯଦି ହଁ, ତେବେ ଆପଣ ସଠିକ ସ୍ଥାନକୁ ଆସିଛନ୍ତି ! ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇଆସିଛି ନନ୍-ଷ୍ଟପ୍ ନଭେମ୍ବର(Non-Stop November), ମାସ ବ୍ୟାପି ଲିଖନ ପ୍ରତିଯୋଗିତା ।
ଏହା ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଏକ ଚ୍ୟାଲେଞ୍ଜ । ତେଣୁ ଏହି ପ୍ରତିଯୋଗିତାରେ କୌଣସି ବିଜୟୀ ଚୟନ କରାଯିବ ନାହିଁ । କିନ୍ତୁ ଆପଣଙ୍କୁ ବିନା ମୂଲ୍ୟରେ ପୁସ୍ତକ ଜିତିବାକୁ ଏହା ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ।
ଉପରୋକ୍ତ ଛବିରେ ଦୈନିକ ଭାବେ ପ୍ରତିଯୋଗିତାର ବିଷୟ ସୂଚୀ ପ୍ରଥମରୁ ହିଁ ପ୍ରଦାନ କରାଯାଇ ସାରିଛି । ଦିନ ପାଇଁ ଉଲ୍ଲିଖିତ ବିଷୟଟି ଚୟନ କରିବା ସହ ଆଜିଠୁ ନିଜର ଲିଖନ ପ୍ରକ୍ରିୟା ଆରମ୍ଭ କରନ୍ତୁ ।
ତେବେ ଆଉ ଅପେକ୍ଷା କାହିଁକି ? ଲେଖି ଚାଲନ୍ତୁ କେବଳ ଲେଖି ଚାଲନ୍ତୁ !
#NonStopNovember
ନିୟମ :
· କାହାଣୀ କିମ୍ବା କବିତାର ଶୀର୍ଷକ ପ୍ରଦତ୍ତ ଦିନର ବିଷୟ ସହ ସମାନ ହେବା ଉଚିତ ନୁହେଁ ।
· ଉପରୋକ୍ତ ବେନରରେ ସମସ୍ତ ବିଷୟର ଉଲ୍ଲେଖ କରିଦିଆଯାଇଛି । କିନ୍ତୁ ଆମେ ଆପଣଙ୍କୁ ଦୈନିକ ଭାବେ ପ୍ରଦତ୍ତ ବିଷୟ ଉପରେ ହିଁ ନିଜର କୃତି ଦାଖଲ କରିବାକୁ ପରାମର୍ଶ କରୁଅଛୁ ।
· ସମସ୍ତ ପ୍ରକାରର କବିତା ଓ କାହାଣୀ ଗ୍ରହଣ କରାଯିବ ।
· ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
· କାହାଣୀ / କବିତା / କୋଟ୍ ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
· ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା / କୋଟ୍ ଦାଖଲ କରିବା ଗ୍ରହଣୀୟ ହେବ ।
· କାହାଣୀ / କବିତା / କୋଟ୍ ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
· ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
· ପ୍ରବନ୍ଦ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।
ପୁରସ୍କାର :
· ପ୍ରତିଯୋଗିତାର ଦଶଟି ଭିନ୍ନ ଭିନ୍ନ ବିଷୟରେ ଅନନୁକ୍ରମିକ ଭାବରେ ନିଜର କାହାଣୀ କିମ୍ବା କବିତା ଦାଖଲ କରିଥିବା ପ୍ରତ୍ୟେକ ଲେଖକଙ୍କୁ ଷ୍ଟୋରିମିରର୍ ତରଫରୁ ବିନା ମୂଲ୍ୟରେ ଏକ ପୁସ୍ତକ ପ୍ରଦାନ କରାଯିବ ।
· ଯେଉଁ ଲେଖକମାନେ ପ୍ରତ୍ୟେକ ତିରିଶଟି ବିଷୟରେ ତିରିଶ ଦିନ ଅବ୍ୟାହତ ଭାବେ ଦୈନିକ ବିଷୟକୁ ଭିତ୍ତି କରି ନିଜର କୋଟ୍ ଦାଖଲ କରିଥିବେ ସେମାନଙ୍କୁ ଷ୍ଟୋରିମିରର୍ ତରଫରୁ ଏକ ପୁସ୍ତକ ମାଗଣାରେ ପ୍ରଦାନ କରାଯିବ ।
· ଯଦି ଆପଣ କ୍ରମାଗତ ଭାବେ ତିରିଶ ଦିନ ଧରି ପ୍ରଦତ୍ତ ବିଷୟରେ ନିଜର ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ ଷ୍ଟୋରିମିରର୍ ତରଫରୁ ଏକ ଟ୍ରଫି ପ୍ରଦାନ କରାଯିବ ।
· ଦୟାକରି ଧ୍ୟାନଦିଅନ୍ତୁ, ଆପଣଙ୍କୁ ପ୍ରଦାନ କରାଯାଇଥିବା ତାରିଖ ଅନୁସାରେ ବିଷୟ ସବୁ ଉପରେ ନିଜର କୃତି ଦାଖଲ କରିବା ଅନିବାର୍ଯ୍ୟ ।
· ବିଭିନ୍ନ ବିଷୟରେ ଗୋଟିଏ ଦିନରେ ଦଶଟି କାହାଣୀ / କବିତା ଦାଖଲ କଲେ ସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
· ଦଶଟି ଭିନ୍ନ ଭିନ୍ନ କାହାଣୀ / କବିତା କେବଳ ଗୋଟିଏ ଦିନର ବିଷୟରେ ହିଁ ଦାଖଲ କରାଯାଇ ପାରିବ କିନ୍ତୁ ବିଭିନ୍ନ ଦିନରେ ଗୋଟିଏ ବିଷୟ ଉପରେ ନିଜର ଲେଖା ଦାଖଲ କଲେ ମଧ୍ୟ ଏହା ଗ୍ରହଣୀୟ ହେବ ନାହିଁ ।
· ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ।
ଯୋଗ୍ୟତା :
ନନ୍-ଷ୍ଟପ୍ ନଭେମ୍ବର ( Non-Stop November ) ଆରମ୍ଭ ନଭେମ୍ବର ୦୧, ୨୦୧୯ ରୁ ନଭେମ୍ବର ୩୦, ୨୦୧୯
ମାଗଣା ପୁସ୍ତକ ନିମନ୍ତେ ପ୍ରତିଯୋଗୀଙ୍କ ସଂକ୍ଷିପ୍ତ ସୂଚୀ ଡିସେମ୍ବର ୨୦, ୨୦୧୯ ରେ ଘୋଷଣା କରାଯିବ ।
ଭାଷା - ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ଇଂରାଜୀ, ତାମିଲ, ତେଲୁଗୁ, ମାଲୟାଲମ, କନ୍ନଡ଼
ବିଷୟ ପ୍ରକାର - କବିତା / କାହାଣୀ / କୋଟ୍