STORYMIRROR

Indrabadal Mohanty

Others

2  

Indrabadal Mohanty

Others

ଲୁହ...

ଲୁହ...

1 min
446

ଦି ଠୋପା ଲୁହ ଆଜି ବୋହିଯାଏ

ଆଜି ଅଜଣା ବାଟରେ


ସେ ଲୁହ କାହା ଅନ୍ତଃଧ୍ୱନିରୁ ଖୁସିର

ଢେଉ କେତେ ଯେ ସୃଷ୍ଟି କରେ


କେତେବେଳେ ସେ ଲୁହ କେଜାଣି କେଉଁ ବାଟେ ବୋହିଯାଏ

ଅନେକ ଲହୁର ସମାହାରରେ


ସେତେବେଳେ କାହା ହୃଦୟ ଭାଙ୍ଗି

ବୋଧେ ଲୁହ ରହେ ଖୁସିରେ


ଲୁହ ଯେତେବେଳେ ଚିରସ୍ରୋତାର

ଦ୍ଵନ୍ଦପୁର୍ଣ୍ଣ ଅବୁଝା ରୂପ ନିଏ 


ମନର ବ୍ୟଥାକୁ ଭିନ୍ନ ଏକ ରୂପ ଦେଇ

ଲୁହର ଅମାଡ ବାଟରେ ଚାଲିଯାଏ


ଲୁହ ପୁଣି ଖୁସିର ଭିନ୍ନ ଏକ ଗହଣା ହୋଇ

ମନର ସ୍ୱଚ୍ଛତାକୁ ପରିପ୍ରକାଶ କରେ


ପୁଣି ସେ ଲୁହ ଦୁଃଖର କୋହଭରା ଯନ୍ତ୍ରଣାକୁ

ମନ ଭିତରୁ ପୋଛି ଦିଏ ଧୀରେଧୀରେ


ଦି ଠୋପା ଲୁହ ଆଜି

କାହା ଜିଦିକୁ ହରାଇଦିଏ 


ପୁଣି ଲୁହ ବଦଳରେ ଅନ୍ୟ କାହାର

ଅହଂ ଭାବ ମଧ୍ୟ ସୃଷ୍ଟି କରିଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍