STORYMIRROR

Bijay Prusty

Others

3  

Bijay Prusty

Others

ସମ୍ପର୍କ ହଜିଲା ପରେ

ସମ୍ପର୍କ ହଜିଲା ପରେ

1 min
367


ଆଖିତଳ ଜ୍ୟୋତି ହଜିଗଲା ପରେ

ଆଉ କି ରହିଲା ଦେଖିବା ପାଇଁ

ବରଷା ଛାଡିଲେ ଆକାଶ ନିର୍ମଳ

ତିନ୍ତି ଯାଇଥାଏ ଟାଙ୍ଗର ଭୂଇଁ I

ସମ୍ପର୍କର ଡୋର ଛିଡିଗଲା ରରେ

ଆଉବା କେମିତି ଯୋଡିବ କିଏ

ହଜିଯାଏ ଯେବେ ଆଖିରୁ ସପନ

ଚାନ୍ଦିନୀ ରାତିର କି ଅବା ଯାଏ I 

ରାତିର ଅନ୍ଧାରେ ଶେଫାଳୀ ମହକ

ମହକାଇ ଦିଏ ମନ ଅଗଣା

ପୁଲକିତ ହୁଏ ତନୁ ମନ ପ୍ରାଣ

ହଜି ଯାଉଥାଏ ନିଜ ଠିକଣା I

ଅଧାଦେଖା ସ୍ୱପ୍ନ ଆଖିରେ ହଜିଲେ

ଲୁହର ସାଗର ଲଙ୍ଘଇ କୂଳ

ବଡ ଅଜବ ଏ ଦୁନିଆଁର ଗତି

କାହାପାଇଁ ଖେଳ କାପାଇଁ କାଳ I

 


Rate this content
Log in