Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Others

4  

Satyabati Swain

Others

ସାବାସ୍

ସାବାସ୍

4 mins
621



ମିଠି ଅତ୍ୟାଧୁନିକ ବର୍ତ୍ତମାନ ପୀଢ଼ିର ଝିଅ, ଆଗ ଧାଡ଼ିର ମଡେଲ୍ । ବିଜ୍ଞାପନ ଜଗତର ସୁନ୍ଦର ଗୋଟିଏ ବୁଲବୁଲ । ବୁଲିଛି ଅନେକ ଦେଶ ବିଦେଶ । ଚିନ୍ତାଧାରା ଉଗ୍ର ଅଧୁନିକବାଦୀ । ବିନା ପ୍ରମାଣରେ କୌଣସି ତତ୍ତ୍ୱକୁ ଅନ୍ଧ ଭାବେ ଗ୍ରହଣ କରିବାକୁ ଘୋର ବିରୋଧ କରେ । ଜୀବନକୁ ଖୁବ୍ ଇଚ୍ଛାମୁତାବକ ଜୀଏଁ । ସମାଜର ବିଧି ବିଧାନ ମାନିବାକୁ ବାଧ୍ୟ ହୁଏନି । ଭାରତର ଗୋଟିଏ ରାଜ୍ୟ ଓଡିଶା । ସେଇ ଓଡ଼ିଶାରେ ମିଠି ଘର । ବାପା ଶ୍ରୀ ନିବାସ ଜଣେ ମାମୁଲି ମୂର୍ତ୍ତୀ କାରିଗର । ମା ସିଲେଇ ମେସିନ ଟ୍ରେନିଂ ଦିଅନ୍ତି ଝିଅମାନଙ୍କୁ । ଡିଜାଇନ୍ ବି ଶିଖାନ୍ତି । ତିନି ଝିଅ ବାପା , ମା ଓ ପତ୍ନୀ ରିମାଙ୍କୁ ନେଇ ଶ୍ରୀ ନିବାସଙ୍କ ପରିବାର । 

  ସରକାରୀ ବାଳିକା ବିଦ୍ୟାଳୟରେ ପଢିଲା ବେଳେ ମିଠିର ମଡେଲିଙ୍ଗ ଜିଲ୍ଲା ଉତ୍ସବରେ ଲୋକ ଲୋଚନକୁ ଆସିଥିଲା । ସରକାରଙ୍କ ପ୍ରୋତ୍ସାହନ ବଳରେ ମିଠି ଆଜି ନାମୀ ଦାମୀ ହସ୍ତୀ । ଗୋଟିଏ ଷ୍ଟାର୍ । ପିଲାଦିନେ ଚଳଣି ପକ୍ଷ ଆଦୌ ଭଲ ନଥିଲା କହିଲେ ଚଳେ ମିଠିର । ମିଠି ସବୁଠାରୁ ବଡ଼ ଝିଅ । ତା ତଳେ, କ୍ରୀଷ୍ଣା ଓ ଇତି । 

  ମିଠି ଏବେ ମୁମ୍ବେଇରେ ରୁହେ । ସବୁବେଳେ ପ୍ୟାକେଜ ପ୍ରୋଗ୍ରାମ । କାମ ଆଉ କାମ । ଅଭାବ ଜୀବନରୁ ମୁକ୍ତି ପାଇବା ପାଇଁ ମିଠିକୁ ଆହୁରି ଅନେକ ଆଗକୁ ଯିବାର ଅଛି । ମଡେଲ୍ ରାଇଜରେ ରାଜ୍ କରିବାର ଅଛି । ଏଣୁ ଯୋଗ, ଜିମ୍ ଓ ଡାଇଟିଂ କରିବାରେ ମାହିର ମିଠି । ଯଦିଓ ଏବେ ସେ ଜଣେ ସେଲିବ୍ରିଟି , ତଥାପି ହୋଇ ନାହିଁ ମେସିନ୍ । ଏବେ ବି ଛାତି ଭିତରେ ମେସିନ୍ ନୁହେଁ ହୃତପିଣ୍ଡ ଟି ଅଛି । ଯାହା ଭିତରେ ଇମୋସନ୍ କିଛି ପରିମାଣରେ ରହିଛି । 

  ଆଜି ସବୁ କାମ ପଛକୁ ପକାଇ ସେ ଓଡିଶା ଆସୁଛି । କାରଣ ତା ସାନ ଭଉଣୀ କ୍ରିଷ୍ଣାର ମ୍ୟାରେଜ । ସେ ତାର ନିଷ୍ପତ୍ତୀ ଶୁଣାଇଁ ଦେଇଛି ମ୍ୟାରେଜ କରିବନି । ସିଙ୍ଗିଲ୍ ଲାଇଫ୍ ତାର ପସନ୍ଦ । ଅନେକ ଉପରକୁ ଝିଅ ପୁଅ ଉଠିଗଲେ ସେମାନଙ୍କ ପସନ୍ଦ ନା ପସନ୍ଦରେ ପାବନ୍ଧି ନଥାଏ । କେହି କିଛି ତିଆରି କହି ପାରନ୍ତି ନାହିଁ । ମିଠି ତ ମାଟି ମଟାଳ ଛାଡି କାହିଁ କେଉଁ ଦୂର ଗଗନର ତାରା ହୋଇ ଗଲାଣି । ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର କାହିଁ କୁଆଡେ କୁଆଡେ ତାର ବହୁ ତଳ ବିଶିଷ୍ଟ ମହଲ । ବାପା ବୋଉଙ୍କ ପାଇଁ ଖୋଲି ଦେଇଛି ଭୁବନେଶ୍ୱରରେ ବିରାଟ କୋଚିଂ ସେଣ୍ଟର୍ । ଭଉଣୀମାନଙ୍କୁ ପଢାଇଛି ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ । 

  ସାଙ୍ଗରେ ଆସିଛନ୍ତି ତାର ତିନି ଜଣ ନନ୍ ଓଡ଼ିଆ ବନ୍ଧୁ ଓ ବାନ୍ଧବୀ । ଘରକୁ ଯାଉ ଯାଉ ସେ ନନ୍ ଓଡ଼ିଆ ବନ୍ଧୁ ଉତ୍ଫୁଲିତ ହୋଇ କହିଲେ ୱାଟ୍ ଇଜ୍ ଦିସ୍??

  ସେଇ ଇଂରାଜୀରେ ମିଠି ବୁଝାଉଥାଏ ଏ ମୁରୁଜ । ଏବେ ଓଡ଼ିଶାରେ ପଂଚୁକ ଚାଲୁଛି । କାର୍ତ୍ତିକ ମାସ ବ୍ୟାପି ବଡ଼ ଓଷା । ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଂଚୁକ ପାଳନ କରାଯାଏ । ଆକାଶ ଦୀପ ଜଳେ ଚଉରା ମୂଳେ । ରାତି ଚାରିଟାରୁ ଉଠି ଗାଧୁଆ ପାଧୁଆ ସାରି ଲୋକେ ମନ୍ଦିରରେ ଆଳତୀ ଦେଖିବାକୁ ଯାଆନ୍ତି । ଭାରି କାଷ୍ଠାର ଓଷା ବଡ଼ ଓଷା । ପୂର୍ଣ୍ଣିମା ଦିନଠାରୁ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହୁଏ । 

  ତିନି ବନ୍ଧୁଙ୍କୁ ମିଠି ବୁଲେଇ ନେଲା କଟକ ନୌବାଣିଜ୍ୟର ଐତିହ୍ୟ ସଂସ୍କୃତିର ବାର୍ତ୍ତା ବହି ପାଳନ ହେଉଥିବା ବାଲି ଯାତ୍ରାକୁ । ବୋଇତ ନେଇ ଆଗେ ଓଡ଼ିଆ ସାଧବ ପୁଅମାନେ ସିଂହ, ଜାଭା, ବୋର୍ଣ୍ଣିଓ, ସୁମିତ୍ରା ଓ ବାର୍ଲି ଆଦି ଦୀପପୁଞ୍ଜକୁ ବ୍ୟବସାୟ ବାଣିଜ୍ୟ କରିବାକୁ ସମୁଦ୍ରରେ ଯାଉଥିଲେ । ତାରି ସଂକେତ ବହନ କରୁଛି ଏ ବାଲିଯାତ୍ରା । ବାଲିଯାତ୍ରା ବାଣିଜ୍ୟର ଗୋଟିଏ ମହାକୁମ୍ଭ । । ବାଲି ଯାତ୍ରା ପଡିଆ ଦେଖି ସ୍ତମ୍ଭିଭୂତ ବିଦେଶୀ ବନ୍ଧୁ । ଅନର୍ଗଳ ମିଠି ବଖାଣୁଥାଏ ତାର ମହାନ ଓଡ଼ିଶାର ମହିମା ମୟ ଇତିହାସ । ମିଠି ଦୁଇ ଭଉଣୀ ଏ ସବୁ ଶୁଣି କାଠ । ଦି ତାଙ୍କର ଏତେ କଥା ଜାଣିଛି!!!

  ତିନିଦିନ ଆଉ ବାହାଘର ଅଛି । ବିଦେଶୀ ବନ୍ଧୁ ସହ ମିଠି ଓ ଦୁଇ ଭଉଣୀ ବୁଲି ଗଲେ ଖଣ୍ଡଗିରି, ଲଳିତ ଗିରି, ଉଦୟଗିରି, ହାତୀ ଗୁମ୍ଫା, ରାଣୀ ଗୁମ୍ଫା, ଧଉଳି ଗିରି । 

 ଆଗେ ଓଡିଶାକୁ ଉତ୍କଳ କୁହା ଯାଉଥିଲା । ଉତ୍କଳୀୟ ମାନଙ୍କ ସାହସିକତା, ବିରତ୍ୱ ବିଷୟରେ ବର୍ଣ୍ଣନା କରୁଥାଏ ମିଠି । ମଡେଲ୍ ଦୁନିଆଁର ରାଣୀ ମିଠି ତା ଓଡ଼ିଶାର ଐତିହ୍ୟ ଓ ପରମ୍ପରା ଖୁବ ନିଖୁଣ ଭାବେ ଗୋଟି ଗୋଟି କହୁଥାଏ । ଦୟା ନଦୀକୁ ଦେଖାଇ କହିଲା ଏଇଠି ମହାପରାକ୍ରମୀ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ଏଇଠି ହୋଇଥିଲା ଲୋମହର୍ଷଣ କାରୀ କଳିଙ୍ଗ ଯୁଦ୍ଧ ।  ଚନ୍ଦ୍ରଭାଗା, କୋଣାର୍କ, ପୁରୀ, ମଙ୍ଗଳା, ଶାରଳା, ହରିଶଙ୍କର, ବୁଦ୍ଧଖୋଲ, ଉଷ୍ଣପ୍ରସବଣ ଜଳ ପ୍ରପାତ ପରି ବିଶିଷ୍ଟ ଦର୍ଶନୀୟ ସ୍ଥାନ ମାନ ଭ୍ରମଣ କରି ନେଲେ ତିନି ଦିନ ଭିତରେ । ମିଠି କୁରୁଳି ଉଠୁଥିଲା ତା ଓଡ଼ିଶାର ସଂସ୍କୃତି, ଐତିହ୍ୟ କେତେ ମହାନ ବର୍ଣ୍ଣନା କରି ବିଦେଶୀ ବନ୍ଧୁ ମାନଙ୍କ ପାଖରେ । ମନ ଭିତରେ ସଂଚାରି ଯାଉଥିଲା ଅପୂର୍ବ ଶାନ୍ତି । ପକ୍ଷୀ ବିହାର ଚିଲିକା ଓ ମା କାଳିଜାଇ ଗାଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ତିନି ବନ୍ଧୁ । 

  ଏଇ ତ ସେଇ ରାଜ୍ୟ ଯିଏ ଜନ୍ମ ଦେଇଛି ବାଜିଆ, ଧରମା ପରି ବୀର, ଦେଶ, ଜାତି ଭକ୍ତ ବାଳକ । ଏଇଠି ଅଛନ୍ତି ସ୍ୱୟଂ ମହାପ୍ରଭୁ ବଳିଆର ଭୁଜ । ପୁରୀ ଗୋଟିଏ କେବଳ ମାତ୍ର ଦର୍ଶନୀୟ ସ୍ଥାନ ନୁହେଁକୋଟି କୋଟି ଓଡ଼ିଆଙ୍କର ମୁକ୍ତି ତୀର୍ଥ, ନିର୍ବାଣ କ୍ଷେତ୍ର । ମଶାଣୀ ଯେଉଁଠି ସ୍ୱର୍ଗଦ୍ୱାର । ଅପୂର୍ବ ଓଡିଶା, ଅଦ୍ଭୁତ ଏହାର ଐତିହ୍ୟ, ପ୍ରଥା ଓ ପରମ୍ପରା । 

  ମିଠି ଦୁଇ ଭଉଣୀ କାବା ଏଇ ତାଙ୍କ ମିଠି ଦି, ସୁପର ଡୁପର ମଡେଲ୍!!ଏତେ ମାତ୍ରାରେ ଜାଣିଛି ଓଡିଶାକୁ । ମିଠି ଦି ମଧ୍ୟରେ ସତେକି ଓଡିଶା ଆତ୍ମା ବାସ୍ କରିଛି । ବାଃ ଦି ବାଃ ଆମେ ଭାବୁଥିଲୁ ତୁ ଭୁଲିଗଲଣୁ ଓଡିଶା । କିନ୍ତୁ ତୁ ତ ନିଜେ ଓଡ଼ିଶାର ପ୍ରତିଛବି । 

  ଏମିତି କାଇଁ ଭାବୁଥିଲ??ଯେ ଦେଶେ ଯାଏ ସେ ଫଳ ଖାଏ ଏଇଟା ମୋତେ ମୋ ମା ଜନ୍ମଭୂମି ଓଡିଶା ହିଁ ଶିଖାଇଛି । ବୁଝିଲ କ୍ରିଷ୍ଣା ଓ ଇତି ଜୀବନରେ ଯେତେ ବଡ଼ ହୁଏ, ଯେଉଁଠି ରୁହ ନିଜ ଦେଶ, ବେଶ, ସଂସ୍କୃତି ଓ ଐତିହ୍ୟକୁ କେବେ ଭୁଲନି । ମୋ ପାଇଁ ମୋ ଓଡିଶା ସ୍ୱର୍ଗ । ଏହାରି ପାଣି ପବନରେ ବଢି ମୁଁ ସିନା ଆଜି ଏଇଠି ପହଂଚିଛି । ଏହା ବ୍ୟତିରେକ ମୋ ସ୍ଥିତି କାହିଁ??

  ବିଦେଶୀ ବନ୍ଧୁ ବି ପ୍ରଶଂସାରେ ଶତ ମୁଖର ହୋଇଉଠୁଥିଲେ ଓଡିଶାକୁ ବୁଲି , ଜାଣି । ମୁଣ୍ଡ ନୁଆଇଁ ପ୍ରଣାମ କରୁଥିଲେ ମହାନ ଇତିହାସ ଭର୍ତ୍ତି ଓଡିଶାକୁ । 

  ମିଠି ବି କୃତ୍ୟ କୃତ୍ୟ ହୋଇଗଲା ଯା ହେଉ ତାର ବିଦେଶୀ ବନ୍ଧୁ ପରିଚିତ ହେଲେ ତା ପ୍ରିୟ ଓଡିଶା ସହ । ଆସନ୍ତା କାଲି କ୍ରିଷ୍ଣାର ମ୍ୟାରେଜ । ଗହଳ ଲାଗିଥିଲା ଭୁବନେଶ୍ୱର ମିଠି ଘରେ । ବାପା ମା ବି ସ୍ତବ୍ଧ ମିଠିର ଓଡିଶା ଐତିହ୍ୟ ଜ୍ଞାନ ଦେଖି । ମୁଣ୍ଡ ସାଉଁଳି ବାପା ବୋଉ କହିଲେ ଆମେ ଭାବୁଥିଲୁ " ତୁ ଭୁଲି ଯିବୁଣି ସବୁ । ମାତ୍ର ତୁ ଟିକିନିଖି ମନେ ରଖିଛୁ । ସାବାସ୍ ବେଟା ସାବାସ୍ । 



Rate this content
Log in