STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ସଂଘର୍ଷ

ସଂଘର୍ଷ

1 min
393

କେତେ ପିଟା ଘସା ଖାଇ ସୁନା ଚମକଇ

ବାରମ୍ବାର ମାଜି ହୀରା ଚମକ ଆସଇ।

କଳା ବାଦଲକୁ ଚିରି ବିଜୁଳି ଚମକ

ଅନ୍ଧାରକୁ ନାଶ କରି ଆଣଇ ଆଲୋକ।


ଶିଶୁଟିଏ ପଡି ଉଠେ, ଉଠି ପଡୁଥାଏ

ସଫଳତା ପାଇଁ ଛାତ୍ର କେତେ ପଢୁଥାଏ।

ଅଖଣ୍ଡ ସଂଘର୍ଷ ଚାଲି ଥାଏ ଅହରହ

ରହେନା ସେ କେହି ଯେବେ କହିଥାଏ ରହ।


ରାଜ୍ୟ ରକ୍ଷା ବିଜୟର ସଂଘର୍ଷ ସେନାର

ରୋଗୀକୁ ସଂଘର୍ଷ କରି ବଞ୍ଚାଏ ଡାକ୍ତର।

ସଂଘର୍ଷରେ ଅବିରତ ସମାଜ ସେବକ

ନିଜର ସୁଖକୁ ଛାଡି ରଖେ ଦେଶ ଟେକ।


ଜୀବନର ସବୁ ବାଜି ଗୋଟିଏ ସଂଘର୍ଷ

ସେ ବାଜି ଜିତଇ ଯିଏ ରହଇ ସହର୍ଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda