Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

2.3  

Kalyani Nanda

Others

ଅମାବାସ୍ୟାର ଚନ୍ଦ୍ର

ଅମାବାସ୍ୟାର ଚନ୍ଦ୍ର

4 mins
780



ବାହାଘର ବେଶ ଧୂମ ଧାମରେ ଶେଷ ହୋଇଗଲା।ସଂଚିତା ବୋହୁ ହୋଇ ଶାଶୁ ଘରକୁ ଚାଲିଗଲା। ବାପା ମାଁ ନିଶ୍ଚିନ୍ତ କିନ୍ତୁ ସଂଚିତା କଣ ନିଶ୍ଚିନ୍ତ ହୋଇ ପାରିଥିଲା ?

ବହୁତ କାନ୍ଦିଥିଲା ବାପା, ମାଁ ନିଜ ପରିବାରକୁ ଛାଡି ଏକ ନୂତନ ପରିବାରକୁ ଗଲା ବେଳେ। ସଂଚିତା ଦେଖିବାକୁ ବହୁତ ସୁନ୍ଦର ଥିଲା । ଗୋରା ରଂଗ, ଘନ କୃଷ୍ଣ କୁଂଚିତ କେଶ, ସର୍ବୋପରି ତା ଢଳ ଢଳ ଆଖି ଦୁଇଟି ତାର ଚେହେରାର ଆକର୍ଷଣ ବଢାଇ ଦେଉଥାଏ । ଶୁଭଜିତ୍ ଙ୍କ ସହ ତାର ଯେତେବେଳେ ବିବାହ ପ୍ରସ୍ତାବ ପଡିଲା । ସଂଚିତା ପ୍ରଥମେ ରାଜି ହୋଇଥିଲା ତାଙ୍କ ଉଚ୍ଚ ପଦବୀରେ କାର୍ଯ୍ଯକରିବା ଏବଂ ଭଲ ସ୍ବଭାବ ଥିବା ଜାଣି । କିନ୍ତୁ ଶୁଭଜିତ୍ ଙ୍କୁ ଦେଖିବା ପରେ ସେ ରାଜି ହୋଇ ନଥିଲା ବିବାହ କରିବାକୁ । କାରଣ ଶୁଭଜିତ୍ ଗୁଣରେ , ସ୍ବଭାବରେ ଅତି ଉତ୍ତମ ବ୍ଯକ୍ତି ଥିଲେ କିନ୍ତୁ ଚେହେରାରେ ତାଙ୍କର ସେମିତି କିଛି ଆକର୍ଷଣ ନଥିଲା ଯାହା ସାଧାରଣତଃ ଗୋଟିଏ ଝିଅ ବାହାଘର ଆଗରୁ ନିଜର ମନ ଭିତରେ କଳ୍ପନା କରିଥାଏ । ସେଥିପାଇଁ ସଂଚିତା ପ୍ରଥମ ଦିନରୁ ଶୁଭଜିତ୍ ଙ୍କୁ ବିବାହ କରିବାକୁ ମନା କରିଦେଇଥିଲା । କିନ୍ତୁ ତା ବାପା ଓ ମାଁ ଶୁଭଜିତ୍ ଙ୍କ ଉତ୍ତମ ଗୁଣ ଏବଂ ସ୍ବଭାବ ବିଷୟରେ ଭଲ ଭାବରେ ଅବଗତ ଥିଲେ । ଶୁଭଜିତ୍ ତାଙ୍କ ପରିବାରର ଏକ ମାତ୍ର ପୁତ୍ର ଥିଲେ । ଘରେ ତାଙ୍କର ବିଧବା ମାଁ ଛଡା ଆଉ କେହି ନଥିଲେ । ଶୁଭଜିତ୍ ଏକ ଉଚ୍ଚ ପଦବୀରେ କାର୍ଯ୍ଯରତ ଥିଲେ । ସମ୍ଭ୍ରାନ୍ତ ପରିବାର ଶାନ୍ତ, ସରଳ, ଶୁଭଜିତ୍ ଙ୍କୁ ସଂଚିତା ର ମାଁ, ବାପାଙ୍କର ବେଶ୍ ପସନ୍ଦ ହୋଇଥିଲା। ତେଣୁ ସଂଚିତା କଥା ନ ଶୁଣି ତା ମାନ ଅଭିମାନକୁ ଖାତିର ନ କରି ତା ବାହାଘର ଶୁଭଜିତ୍ ସାଂଗରେ କରିଦେଇ ଥିଲେ ।


ସଂଚିତା କିନ୍ତୁ ଶାଶୁଘରକୁ ଆସି ଚୁପଚାପ ରହୁଥାଏ । ତା ଶାଶୁଙ୍କ ସହ ଯାହା ଅଳ୍ପ ବହୁତ କଥାବାର୍ତ୍ତା କରୁଥାଏ କିନ୍ତୁ ତା ସ୍ବାମୀଙ୍କ ସହ ହଁ ନାଁ ଛଡା ଭଲଭାବରେ କଥା ହେଉ ନ ଥାଏ । ଶୁଭଜିତ୍ ବୁଝି ପାରୁଥିଲେ ଯେ ତାଙ୍କ ଚେହେରା ପାଇଁ ସଂଚିତା ତାଙ୍କ ଠୁଁ ଦୂରେ ଦୂରେ ରହୁଛି । କିନ୍ତୁ ଶୁଭଜିତ୍ ଥିଲେ ବେଶ୍ ଶାନ୍ତ, ଧୈର୍ଯ୍ଯ ବାନ ପୁରୁଷ। ସଂଚିତାର ଯାହା ଯେତେବେଳେ ଦରକାର ସେ ନ କହିଲେ ବି , ଶୁଭଜିତ୍ ସେ ସବୁ ପୂରଣ କରି ଦେଉଥିଲେ । ଧିରେ ଧିରେ ସଂଚିତା ସେ ଘର ପରିବାରକୁ ଆଦରି ନେଇଥିଲା। କିନ୍ତୁ ଶୁଭଜିତ୍ ଙ୍କୁ ସେ ମାନି ନେଇ ପାରୁ ନଥାଏ।


ଦିନ ପରେ ଦିନ ବିତି ଯାଉଥାଏ ।ଶୁଭଜିତ୍ ଙ୍କ ତା ପ୍ରତି ଆଦର, ସ୍ନେହ ,ଯତ୍ନ କମୁ ନ ଥାଏ । ଧିରେ ଧିରେ ତାର ପ୍ରଭାବ ସଂଚିତା ମନରେ ପଡୁଥାଏ। ଶୁଭଜିତ୍ ଙ୍କ ପ୍ରତି ତାର ଏକ ସମ୍ମାନ ଭାବ ଜାଗ୍ରତ ହେଉଥାଏ । ସଂଚିତା ନକହିଲେ ବି ଶୁଭଜିତ୍ ତାକୁ ନେଇ ମଝିରେ ମଝିରେ କୌଣସି ନା କୌଣସି ସ୍ଥାନକୁ ବୁଲାଇ ନେଇ ଯାଉଥାନ୍ତି।


ଏହା ଭିତରେ ଶୁଭଜିତ୍ ଙ୍କର ପଦୋନ୍ନତି ହୋଇଥାଏ। ସେଇ ଖୁସିରେ ସେ ସଂଚିତାକୁ ଶିମଲା ଯିବା ପାଇଁ ରାଜି କରାଇ ଥିଲେ । ଶିମଲା ପହଂଚି ସଂହିତା ହିମାଳୟର ପାର୍ବତ୍ଯ ସୌନ୍ଦର୍ଯ୍ଯ ରେ ବୁଡି ଯାଇ ବେଶ୍ ସତେଜ ଓ ଖୁସି ଅନୁଭବ କରୁଥାଏ । ସେଠି ବି ସେ ଲକ୍ଷ୍ଯ କରୁଥାଏ ଶୁଭଜିତ୍ ତାର ଆଦର , ଯତ୍ନ , ପସନ୍ଦ, ନାପସନ୍ଦର କେତେ ଧ୍ଯାନ ରଖୁଥାନ୍ତି । ଆଶ୍ଚର୍ଯ୍ଯ ହେଉଥାଏ ସେ ସତରେ କେତେ ଶାନ୍ତ ସରଳ ମଣିଷଟିଏ ଶୁଭଜିତ୍ ! ଏତେଦିନ ଭିତରେ ସେ କେବେ ବି ତାଙ୍କୁ ବିରକ୍ତ ହେବା ଦେଖିନି। ଯାହା ରାନ୍ଧି ଦେଲେ ଖୁସି ମନରେ ଖାଇ ଦିଅନ୍ତି । ଭଲ ହୋଇଥିଲେ ଖୁସି ହୋଇ ପ୍ରଶଂସା କରନ୍ତି।


ଶିମଲାରେ ସେଦିନ ତୁଷାରପାତ ହେଉଥାଏ ।ସଂଚିତାକୁ ସେଠାକାର ଥଣ୍ଡା ପାଇଁ ଅଳ୍ପ ଥଣ୍ଡା ଜ୍ବର ହୋଇଥାଏ। ସେଥିପାଇଁ ସେମାନେ କୁଆଡେ ବାହାରକୁ ନଯାଇ ରୁମରେ ଥିଲେ। କିନ୍ତୁ ତା ଜର ପାଇଁ ଶୁଭଜିତ୍ ଙ୍କର ବ୍ୟସ୍ତତା, ବ୍ୟାକୁଳତା ଦେଖି ସଂଚିତା ନିଜ ଭିତରେ ସଂକୁଚିତ ହୋଇ ଯାଉଥାଏ। ଠିକ୍ ସମୟରେ ତାକୁ ଔଷଧ ଦେବା ଯତ୍ନ ନେବା ଦେଖି ସଂଚିତା ବୋଧେ ପ୍ରଥମ କରି ଶୁଭଜିତ୍ ଙ୍କ ପ୍ରତି ଆକୃଷ୍ଟ ହୋଇଥିଲା, ଭଲ ଭାବରେ କଥା ବି ହେଉଥାଏ। ନିଜ ଭୁଲ ସେ ବୁଝିପାରିଥିଲା । ବେଶ୍ ଅନୁତପ୍ତ ଥିଲା। ତା ବାପା ଠିକ୍ ଚିହ୍ନି ଥିଲେ ଶୁଭଜିତ୍ ଙ୍କୁ । ହୀରା ର ଚମକ ତା ବାପା ଦେଖି ପାରି ଥିଲେ । ଅନ୍ଧାରରେ ବି ହୀରାର ଚମକ ବାରି ହେଇଯାଏ ଯାହା ସଂଚିତା ଜାଣିପାରି ନଥିଲା । ଡେରିରେ ହେଲେ ବି ସେ ଜାଣିପାରିଲା ଅନୁଭବ କରି ପାରିଲା ଶୁଭଜିତ୍ ଙ୍କର ଏକ ସରଳ, ସ୍ନେହ, ପ୍ରେମ ଭରା ହୃଦୟକୁ। ବହୁତ ଦିନ ପରେ ସଂଚିତା ନିଜକୁ ବେଶ୍ ହାଲୁକା ମନେ କରୁଥାଏ । ଖୋଲା ଆକାଶରେ ଉଡିବାକୁ ଇଚ୍ଛା ହେଉଥାଏ ତାର । ମନ ଖୋଲି ହସୁଥାଏ ସେ । ଆଜି ଯେ ସେ ଏକ ଅମୂଲ୍ଯ ରତ୍ନ ଖୋଜି ପାଇଛି । ଯାହା ତାର ଏତେ ପାଖରେ ଥାଇ ବି ସେ ଜାଣିପାରୁ ନ ଥିଲା । ସଂଚିତା ର ଏ ପରିବର୍ତ୍ତନ ଶୁଭଜିତ୍ ଲକ୍ଷ୍ଯ କରୁଥାନ୍ତି । ତା ଖୁସି ଭରା ଚେହେରାରେ ସେ ଏକ ନୂତନ ସଂଚିତାକୁ ଦେଖୁଥାନ୍ତି। ସଂଚିତା ହସୁଥାଏ, ଆଉ ତା ହସହସ ଚେହେରାକୁ ଶୁଭଜିତ୍ ଅବାକ୍ ହୋଇ ଚାହିଁ ରହିଥାନ୍ତି । ସତରେ ସଂଚିତା ହସିଲେ ଆହୁରି ସୁନ୍ଦର ଦେଖାଯାଉଥାଏ। ତାର ସେଇ ଅଶାନ୍ତ, ମାନ ଅଭିମାନ ଭରା ମନ ଭିତରେ ଯେ ଗୋଟିଏ ଶିଶୁର ଚପଳତା ଭରି ରହିଥିଲା ସେଇଟା ସେ ପ୍ରଥମ କରି ଦେଖୁଥାନ୍ତି । ସଂଚିତା ବି ନିଜକୁ ବେଶ୍ ହାଲୁକା ମନେ କରୁଥାଏ ।ବାହାରେ ଆକାଶ ବି ଫର୍ଚ୍ଚା ଦେଖା ଯାଉଥାଏ । ସୁଲୁସୁଲିଆ ଥଣ୍ଡା ପବନ ସଂଚିତାର ତନୁମନ ଶିହରାଇ ଦେଉଥାଏ। ଆଜି ଶୁଭଜିତ୍ ଙ୍କର ଚେହେରା ତା ପାଇଁ ମୂଲ୍ଯହୀନ ଥିଲା । ସେ ଶୁଭଜିତ୍ ଙ୍କର ହାତ ଧରି ବାହାରକୁ ଯାଇ ଖୋଲା ନିର୍ମଳ ଆକାଶର ତଳେ ହିମାଳୟର ଶାନ୍ତ, କମନୀୟ ବାତାବରଣରେ ନିଜକୁ ହଜାଇ ଦେଇଥାଏ। ଶୁଭଜିତ୍ ଆଶ୍ଚର୍ଯ୍ଯ ହୋଇ ତାକୁ ଦେଖୁଥାନ୍ତି। ସୁନୀଳ ଆକାଶ ଓ ଦୂରରେ ଶୁଭ୍ର ତୁଷାର ଆଚ୍ଛାଦିତ ପର୍ବତ ପରି ଆଜି ସଂଚିତା ତାଙ୍କୁ ଅନ୍ଯ ଦିନଠାରୁ ଆହୁରି ସୁନ୍ଦର ଲାଗୁଥାଏ, ଆହୁରି ଶାନ୍ତ, ସ୍ନିଗ୍ଧ, କମନୀୟ ମନେ ହେଉଥାଏ।




Rate this content
Log in