Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Others

3  

Pradipta Sundar Rath

Others

ରାଜନୈତିକ ପଦଯାତ୍ରା

ରାଜନୈତିକ ପଦଯାତ୍ରା

3 mins
7.4K


ଆଜି ବହୁତ ଟେନସନ ଲାଗୁଛି, କାରଣ ଆଜି ସରକାରୀ ଦଳର ପଦଯାତ୍ରା ଚାଲିଛି ନିଜ ଅଞ୍ଚଳରେ, ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦଳର ପଦଯାତ୍ରା ହୋଇସାରିଛି ।ହଠାତ୍ ଏକ ଜିନ୍ଦାବାଦ ଧ୍ବନି ଶୁଣି ବାହାରକୁ ବିନୟ ଆସିଲା, ଦେଖିଲା ସ୍ଲୋଗାନ ଚାଲିଛି ମାଗଣା ଖାଇବାକୁ ଦେଉଛି କିଏ, ଘର ତିଆରି କରିବାକୁ ପଇସା ଦେଉଛି କିଏ...ଏହିପରି ଅନେକ କିଛି ।ବିନୟ ଟିକିଏ ହସିଲା ଏବଂ କହିଲା ଯଦି ସ୍ଲୋଗାନ ଦେଇଥାନ୍ତେ ଲୋକଙ୍କୁ ଗରିବ କହୁଛି କିଏ, ଲୋକଙ୍କୁ ପରାଧୀନ କରିଛି କିଏ ତାହାହେଲେ ଭଲ ହୋଇଥାନ୍ତା ।ସ୍ଵାଧୀନତାର ଅର୍ଥ ଆତ୍ମ ନିର୍ଭରଶୀଳ ହେବା, ସରକାର ନିର୍ଭରଶୀଳ ନୁହେଁ ।ସରକାର କେବଳ ଲୋକମାନଙ୍କୁ ସହଯୋଗ ପାଇ ସୃଷ୍ଟି ହୋଇଥିଲା ।ହଠାତ୍ ସେ ଏତେ ଲୋକ ପଦଯାତ୍ରା ଦେଖି କହିଲା ଯାହାହେଉ ଏତେ ଲୋକ ତାଙ୍କୁ ସମର୍ଥନ କରୁଛନ୍ତି, ଟିକିଏ ହସି ଦେଇ ତା ପାଖରେ ଠିଆ ହୋଇ ଥିବା ଲୋକ ଜଣଙ୍କ କହିଲେ-ବିନୟ ଭାଇ ଏ ସବୁ ପଇସା ର ଖେଳ, ଲ ଲୋକମାନେ ପଇସା ପାଇ ଆସିଛନ୍ତି ଏ ଦଳ ପାଇ ।ବିନୟ ଭାଇ ଆମେ ତ ଜାଣିଛୁ ଏସବୁ ସରକାର ଆମକୁ ଦେଉଛି ବାରମ୍ବାର କହିବାର ମାନେ କଣ ସେ ଭାବୁଛନ୍ତି ଆମେ କାଲା ନା ବୋକା ।ବିନୟ କହିଲା ହେଇପାରେ ସ୍ଵାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ଗରିବ କହି କହି ଆସୁଛନ୍ତି ବୋକା ଭାବୁଥାଇ ପାରନ୍ତି ।

ହଠାତ୍ ବିନୟକୁ କଲ୍ ଆସିଲା ତା ଦଳ ତରଫରୁ ନିଜ ଦଳର ପଦଯାତ୍ରା କିଛି ଦିନ ପରେ ହେବ ।ଏବେ ବିନୟ ଭାବିବାକୁ ଲାଗିଲା ଏପରି କରିବ ନା କିଛି ଅଲଗା ପ୍ରକାର ରେ କରିବ ।ସେ ପ୍ରଥମେ ତା ସହକର୍ମୀ ମାନଙ୍କୁ କହିଲା ତୁମେମାନେ ଏହିପରି ଲୋକମାନଙ୍କୁ ପଇସା ଦେଇ ଏକଜୁଟ କର ।ବିନୟ କହିଦେଲା ସିନା ପରନ୍ତୁ ସେ ଏହିପରି ଦାନ କରି ଜନତାଙ୍କ ପରି ଭଗବାନଙ୍କୁ ଭିକାରୀ ସଜାଇବାକୁ ଚାହେଁ ନାହିଁ ।ଏଣୁ ସେ କଣ କରିବ? ତା ପରେ ନିଜ ଦଳ ତ ସରକାର ନାହିଁ ସେ ତେବେ କଣ କରିବ, କେବଳ ସରକାରଙ୍କ ନିନ୍ଦା କରିପାରିବନି ଯାହା ତାକୁ ପସନ୍ଦ ନୁହେଁ ।ସେ କଣ କରିବ?

ବିନୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛି, ସେ ଶ୍ରୀ ଶ୍ରୀ ଠାକୁର ଲିଖିତ ସତ୍ୟାନୁସରଣ ପଢୁ ପଢୁ ଏକ ବାଣୀ ପଢିଲା ତାହା ଥିଲା -“ଭୁଲ୍ ରେ ବି ନିଜକୁ ପ୍ରଚାର କରିବାକୁ ଯାଅ ନାହିଁ ବା ନିଜକୁ ପ୍ରଚାର କରିବାକୁ କାହାକୁ ଅନୁରୋଧ କର ନାହିଁ -ତା ‘ହେଲେ ସମସ୍ତେ ତୁମକୁ ଘୃଣା କରିବେ ଆଉ ତୁମଠାରୁ ଦୂରେଇ ଯିବେ ।” ଏବେ ସେ ନିଜର ପ୍ରଚାର କରିପାରିବ ନାହିଁ ।ତେବେ କରିବକଅଣ? ସେ ପ୍ରଥମେ ନିଜର ବନ୍ଧୁ ସୁରେଶ ଯେ ଏକ କୃଷି ବୈଜ୍ଞାନିକ ଥିଲେ ତାଙ୍କୁ ଫୋନ୍ କରି ପଦଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲା ।ଏହାପରେ ସେ ନିଜ ଦଳର ବ୍ୟାନର ସହ ସେ ଆଉ କିଛି ବ୍ୟାନର କରିଥିଲା ଯେଉଁଥିରେ ଲେଖାଥିଲା ଆସନ୍ତୁ ଏକାଠି ହୋଇ କୃଷି ସମସ୍ୟାର ସମାଧାନ କରିବା ଏହିପରି ଅନେକ ସମାଜ ବାର୍ତ୍ତା ।ଏହିପରି ସେ ପଦଯାତ୍ରା ପାଇ ପ୍ରସ୍ତୁତ ହୋଇଗଲା ।

ପଦଯାତ୍ରା ସମୟରେ ସେ ସ୍ଲୋଗାନ ମଧ୍ୟ କେବଳ ନିଜ ଦଳର ନୁହେଁ ବରଂ ସେ ଗାଁଆର ସ୍ଲୋଗାନ ମଧ୍ୟ କରୁଥିଲା ।ବ୍ୟାନର ରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନର ସୂତ୍ର ଦେଖି ଅନେକ ରାଲିରେ ଯୋଗ ଦେଇଥିଲେ ।

ବିନୟ ଲୋକଙ୍କୁ ଗୃପରେ ବିଭକ୍ତ କରି କୃଷକ ଗୃପକୁ ତାର ସାଙ୍ଗ କୃଷି ବୈଜ୍ଞାନିକ ପାଖକୁ ପକାଇଦେଇଥିଲା ଯେଉଁଠାରେ ସେମାନଙ୍କ ସମସ୍ୟାର ସମାଧାନ ସହ ନୂତନ କୌଶଳ ମଧ୍ୟ ଶିକ୍ଷା ଦିଆଗଲା କୃଷି ପାଇଁ ।ଏପଟେ ବିନୟ ବେକାର ଯୁବକ ମାନଙ୍କୁ ବୁଝାଉଥିଲା କିପରି ସେମାନେ ନିଜ ନିଜର business start କରି ନିଜର ଓ ନିଜ ଅଞ୍ଚଳର ଉନ୍ନତି କରିପାରିବେ ।ବିନୟର ଲକ୍ଷ୍ୟ ଥିଲା କିପରି ସେ ଗାଁ ଓ ସହର ର ସୁବିଧା କୁ ନେଇ ଏକ mix-up ଅଞ୍ଚଳ ଗଠନ କରିବ ।ସେ ବେକାର ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରୁଥିଲା ।ଏପଟେ ବିନୟର ପତ୍ନୀ ମହିଳା ମାନଙ୍କୁ ବୁଝାଉଥିଲା କିପରି ସେମାନେ ନିଜର ଘର କାମ ସହ କିଛି ରୋଜଗାର କରି ନିଜର ସମୟକୁ ଉପଯୋଗ କରିବା ସହ ନିଜର ପରିବାରକୁ ଆର୍ଥିକ ସାହାଯ୍ୟ କରିପାରିବେ ।ଯେପରି ଯଦି ହୋଟେଲ ଖୋଲନ୍ତି ତାହା ହେଲେ ସେ କାମ କିଛି କଷ୍ଟ ପଡିବ ନାହିଁ ।ଏହିପରି କଥା ହେଉ ହେଉ ଜଣେ ଆସି ବିନୟକୁ କହିଲା ଭାଇ ଏମାନେ କଣ ମନକୁ ଏଠାକୁ ଆସିଛନ୍ତି ୫୦୦୦୦ ଖର୍ଚ୍ଚ ହୋଇଛି ।ଏତେ ପଇସାକୁ ଏମିତି ନଷ୍ଟ ହେବାକୁ ଦେବ ନାହିଁ ବିନୟ ।ସେ ତତ୍‌କ୍ଷଣାତ୍ ସଭିଙ୍କୁ ସ୍ବଚ୍ଛତା ବିଷୟରେ ବୁଝାଇବା ସହ ନିଜେ ସେ ଅଞ୍ଚଳର ସ୍ବଚ୍ଛ ପାଇ ଆଗେଇ ଆସିଲା, ବିନୟ କୁ ଦେଖି ଅନ୍ୟମାନେ ମଧ୍ଯ ସ୍ଵଚ୍ଛତା କାଟ୍ୟ ଆରମ୍ଭ କରିଦେଇଥିଲେ ।ଶେଷରେ ବିନୟ ସସ୍ମିତା କୁ କହିଥିଲା ଏବେ ମୋତେ ଖୁସି ଲାଗୁଛି, କାରଣ ମୁ ଦାନ କରିନି ପଇସା ବରମ୍ ସମସ୍ତେ ମିଶି ଯେଉଁ ସଫାଇ କଲେ ସେଥିପାଇଁ ଏହା ସେମାନଙ୍କ ପାଇଁ ମୋ ପରି ସେବକ ତରଫରୁ ଏକ ଛୋଟ ପୁରସ୍କାର ।


Rate this content
Log in