ମୋ ଖୁସି ଅନେକ
ମୋ ଖୁସି ଅନେକ
ଦିନଟି ଯାକର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ନନା ମୋର କେବେ ହାଲିଆ ଲାଗନ୍ତିନି ।ସତେ ଯେମିତି ଶହେ ସିଂହର ବଳ ପାଇ ସେ ଆଜି ବଳିଆ ଲାଗୁଛନ୍ତି ।ବୋଉର ପେଟ ଭାରୀ କଷ୍ଟ ହେଉଥାଏ ।ବୋଧହୁଏ ତୋର ଆଜି ଗ୍ୟାଷ୍ଟିକ ରୋଗଟି ବଢିଯାଇଛି କହି ଔଷଧ ଦେଲେ ଖାଇବାକୁ ଆଉ ବୋଉ ମୋର ଔଷଧ ଖାଇ ଶୋଇପଡିଲା ।ନନା ଏଥର ବିଶ୍ରାମ ଟିକେ ନେବେ ଭାବି ମୁଠାଏ ଭାତ ଖାଇ ଶୋଇବାକୁ ଯାଉଥିଲେ ।
ହଠାତ୍ ଘଡଘଡି ବିଜୁଳିର ଆଭାସ ପାଇ ପୁଣି ଦୌଡିଗଲେ ଗାଇଗୋରୁ ସେବା କରିବାକୁ ।ସମସ୍ତଙ୍କ ବେକରୁ ପଘା ଅଲଗା କରି ଖୁଣ୍ଟିରୁ ଦୁଇ ହାତରେ ଗୂହାଳ ଭିତରେ ନେଇ ବାନ୍ଧାଦେଲେ ।ସେଠାରେ ପୁଣି ଖିଇବା ପିଇବା ବ୍ୟବସ୍ଥା କରି ଟିକିଏ ଆଖି ପକାଇଛନ୍ତି କି ନାହିଁ ଦୁଆର ମୁହଁରେ ଥିବା ପୋଷା କୁକୁରଟି ଜୋର୍ ଜୋର୍ ରେ ଭୁକିବାକୁ ଲାଗିଲା ।ମୁଁ ବହୁତ ଛୋଟ ଥିଲି ଏଣୁ ମୋତେ ବାହାରକୁ ଯିବାକୁ ନନା ଦିଅନ୍ତିନି ତଥାପି କାଳେ ନନାଙ୍କ ନିଦ ପୁରା ଭାଙ୍ଗିଯିବ ଭାବି ଦୌଡିଗଲି ଆଉ କୁକୁରକୁ ଚୁପ୍ ହେବା ପାଇଁ କହିଲି ।ବୋଉର ପେଟ ଭଲ ହେଇ ଆସିଲାଣି ବୋଧେ ।ମୋତେ ନ ପାଇ ସେ ମୋ ପାଖକୁ ଆସିଲାଣି ।
କହିଲା ଆରେ ଏଇ ତୁ ଡରିବୁ କାହିଁକି ଏକା ଆସିଛୁ ?
-ବୋଉକୁ କହିଲି ସବୁ କଥା ।
-ବୋଉ କହିଲା ତା ହେଲେ କଣ ଅସୁବିଧା ହୋଇନି ତ?
-ମୁଁ କହିଲି ଚାଲେ ଟିକେ ଦେଖିକି ଆସିବ। ।
-ବୋଉ କହିଲା ହଉ ଚାଲେ ଦେଖିବା ।
-ଦୁହେଁ ଯାଇ ଦେଖିଲାବେଳକୁ ଆମରି ଫାଟକ ପାଖରେ ଏକ ବିରାଟ ସାପଟି ବିରାଡିକୁ ଦେଖୁଛି ।
ନନାଙ୍କୁ ଉଠାଇବା ପାଇଁ ବାଧ୍ୟ ହୋଇ ଝାଙ୍କି କରି ତାଙ୍କ ଦେହଟିକୁ ଉଠାଇଲି ।ଆରେ ଏଇ କଣ ହେଲା କାହିଁକି ଏତେ ବ୍ୟସ୍ତ ହେଉଛୁ କହି ଧଡ୍ ପଡ୍ ହୋଇ ଉଠିଗଲେ ।
ନନାଙ୍କୁ ଟାଣି ଟାଣି ନେଲି ଆଉ ସାପଟିକୁ ଦେଖାଇବାରୁ ସାପ ବିରାଡି ଦୁହିଁଙ୍କୁ ଅଲଗା ଅଲଗା ବାଟରେ ଯିବା ପାଇଁ ବାଡି ଖଣ୍ତେ ଧରି ତଡିନେଲେ ନନା ।
ନନା ଏଥର ଯାଅ ଶୋଇପଡିବ କହିଲି ।ସମସ୍ତେ ଗଲୁ ଆଉ ଶୋଇପଡିଲୁ ।ଏଥରକ ଟିକେ ଶାନ୍ତିରେ ସବୁ ଶୋଇଥିଲୁ ।ଉଠୁ ଉଠୁ ଡେରି ହୋଇଗଲା ।
ସାପଟିର ଦୁଃଖ କହିଲେ ନ ସରେ ।ଚିଲ ତାକୁ ପାହାନ୍ତାରୁ ଧରି ନେଇଛି ।ଭାରୀ ଛଟପଟ ହେଉଥାଏ ସାପଟି ।ତାର ଆହାର କ’ଣ ... ଆମେ କଣ ବା କରିପାରିବା କହିଲା ବୋଉ ?
ଏଇ ତ ଦୁନିଆ କହି ମୋ ପିଠିଟାକୁ ଥାପୁଡାଇଦିଅନ୍ତି ନନା ।ମୁଁ ଏ ଦୃଶ୍ୟ ଦେଖି ହତବାକ୍ ହୋଇପଡିଥିଲି ।ନନା ବହୁତ ସୁଖ ଦୁଃଖର କାହାଣୀ ମାଳ ମାଳ ମୋ ପାଖରେ ଥୋଇଦିଅନ୍ତି ବୁଝାଇବାକୁ ।ଆଉ ମୁଁ ବି ଯେମିତି ବୁଝିବାର ହୋଇଗଲିଣି ତେଣୁ ସେ କଥା ଭୁଲିଯିବାକୁ ଚାହିଁଲି ହେଲେ ଆଜିଯାଏଁ ସାପ ହେଉ କି ଚିଲ ଦେଖିଦେବା କ୍ଷଣି ସବୁ ଜଳଜଳ ହୋଇ ସେ ଦିନର କଥା ମନେପଡିଯାଏ ।
କିଏ କାହାର ଏ ଦୁନିଆରେ ଆହାର ।ତଥାପି ମୁଁ ଆଜି ବି ଅଶାନ୍ତ ଅସ୍ଥିର ଆଉ ଅନ୍ୟମନସ୍କ ଆମ ବାଡିରେ ସାପ ଖଣ୍ତେ ଦେଖି ।