Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦେବେତା
ଦେବେତା
★★★★★

© Pratima Das

Others

4 Minutes   452    16


Content Ranking

ଲେଖିକା/ ପ୍ରତିମା ଦାସ ।

ମହାନଦୀ ବିହାର। କଟକ।

ଅହଲି ଅହଲିବେ କୁଆଡ଼େଯାଉଛୁ। ଧାନଘାଣ୍ଟୁଥିବା ଛାଡ଼ି ଅହଲି ଧାଉଁଥିଲା। ଯେମିତି ଏ ସୁବର୍ଣ୍ଣ ସୁଯୋଗ ଆଉ କେବେ ମିଳିବନି। ଫୁଲ୍ ମାଇଁଣ୍ଡ ଫ୍ରେସ୍। ଡମଜା, ପଧାନଘର ବୋହୂ ଦିହରେ ନାଗିଛି .....ଦେବେତା ...ଦେବେତା......। ମୁଁ ଟିକେ ଦେଁଖିଆସେଇଁ। ବାକି କାମ ଆସିଲେ। ଭାଉଜଙ୍କୁ କହିଦେବ।

ଡମ ମଉସା ଗାଈ ଫିଟୋଉ ଥିଲେ ସିଲୁବୋହୂମା ମୁଁ ଗାଈ ଗୋରୁ ନେଇ ଯାଉଛି ଅଗଣାଆଡେ ଟିକେ ନଜର ରଖିଥିବ ।(ଡମ ମଉସା ବୟସ୍କ ଲୋକ ଜଣେ ଯେ ବାଡିଘର, ଗାଈଗୋରୁ କାମ କରନ୍ତି ସିଲୁ ଶାଶୁଘରେ) ।

ସିଲୁ ପଖାଳ ଦିଟାବାଢୁଥିଲା ଖାଇବା ପାଇଁ ।ଶାଶୁ ଆଜି ବଡ଼ ଯତ୍ନରେ ବଡ଼ିଚୁରା, ସୁନୁସୁନିଆ ଶାଗ, ଚିଙ୍ଗୁଡି ଛେଚା ଇତ୍ୟାଦି କରିଛନ୍ତି। କାରଣ ତାଙ୍କ ଡାକ୍ତରୀ ପଢୁଥିବା ସାନପୁଅ ଆଶୀଷ ଛୁଟିରେ ଆସିଛନ୍ତି ଗାଁକୁ। ଏମିତିରେ ତ ପେଟପୂଜା ପାଇଁ ଓଡ଼ିଆ ପ୍ରସିଧ୍ୟ। ପାଟି ଶୁଣି ସିଲୁ ଅଗଣା କୁ ବାହାରି ଆସିଲା। ଦେବେତା ଦେବେତା ଓଓଓଓଓ... ଦେବତା। ଏ ଶବ୍ଦ ଆଗରୁ ନଶୁଣିଛି ବୋଲି ନୁହେଁ। ଗାଁଗଣ୍ଡାରେ ଏସବୁ ଅଧିକ। ସତକୁ ସତ ଢୋଲ, ଆରୁଆ, ଚେମୀ, ଡାଳିମ୍ବ, ଡାଙ୍ଗ ସବୁ ଖଜାବଣ୍ଟା ସରିଗଲା ପରିଦୌଡୁଛନ୍ତି। ଯିଏଯୁଆଡେ ଖାଇସାରି ଗଲେଣି। ସିଲୁକୁ ଭୋକ ଜୋରେ ଲାଗିଲାଣି। ପ୍ରଥମେ ଖାଇନବାଟା ଠିକ୍ ଭାବିଲା ସିଲୁ।

ପଖାଳ ଖାଉ ଖାଉ ହଠାତ୍ ସୁଲିର ମୁଣ୍ଡକୁ ଢୁକିଲା, ଦେଵତା କ'ଣ କେବଳ ବୋହୂ ମାନଙ୍କ ଦେହରେ ଲାଗୁଛି। ଅନ୍ୟ ମାନଙ୍କୁ ଲାଗୁନି କାହିଁକି?? ଏସବୁ ପ୍ରଶ୍ନର ଉତ୍ତରରେ ଜବରଦସ୍ତ ବ୍ରେକ ଦେବାପାଇଁ ଚଞ୍ଚଳିମା ଖଞ୍ଜା ଭିତରକୁ ପଶି ଆସିଲେ।ସିଲୁ କ'ଣ କରୁଚୁବା ?? ଗାଁ ରେ ଏମିତି ଚଳଣୀସବୁ। କାହା କବାଟ କେବେ ବନ୍ଦ ନଥାଏ ।ଶୋଇବା ସମୟ ଛାଡ଼ିଦେବା ବାଦେ ,ଯିଏ ଯେତେବେଳେ ଯାହା ଘରକୁ ଯାଇ ପାରିବ। ଅନେକ ଚଳଣି ଏଠି ଭଲ। ସୁଲିକୁ ଭଲ ଲାଗେ ବହୁତ କିଛି, ଅଳ୍ପ କିଛି ଅସତ୍ୟ ଉପରେ ଆଧାରିତ ଚଳଣୀକୁ ଛାଡ଼ିଦେଲେ। ଅଗତ୍ୟା ସୁଲିର ଚାରା କିଛି ନଥିଲା ।ଚଂଚଳିମାକୁ ଶୁଣିବା ଛଡା।

କି ଗ୍ରାସ କରିଛିଲୋ ସେ ଚିରେଈଗୁଣୀ?? ଏଥର ଦେବେତା ହାବୁଡରୁ ଟହଲି ପଧାନ ବୋହୂ ବଂଚିଲେ ହେଲା। ବୋଦା ମାଗିଲାଣି। ହାଣ୍ଡିଆଏ ପଣା ଖାଁଇଲାଣିଲୋ। ଛାଡ଼ିବକି ନାହିଁ ଜଣା ପଡୁନି। ସବୁନୋକ ପୁରା ଆବାକେ। କଂସାଏ ପଖାଳ ଗାଁଉ ଗାଁଉ କରି ଚାରି ଗୁଣ୍ଡାରେ ଗେଫି ଦେଲାଲୋ ସୁଲି ସେ ଟହଲି ପଧାନ ବୋହୂ । ସୁଲି ହାତଧୋଈ ଚଂଚଳିମା ହାତକୁ ଭଙ୍ଗା ପାନଖଣ୍ଡେ ଦେଇ ପଚାରିଲା ମା, ଦେବତା ଖାଲି ବୋହୂ ମାନଙ୍କ ଦେହରେ ଲାଗୁଛି କାହିଁକି?? କ'ଣ କହୁଚୁଲୋ ସିଲୁ ..... ବୋହୂଗୁଡା ପରା କଷି କନିଆଁ, ତାଙ୍କର ଏଇନା ଛନଛନିଆ ଢଙ୍ଗ, ହଳଦୀ ମଖା ଦିହ, ବାଡୁଅବାସନା ଭରିରହିଛି ନୁଆଭୂଆଷୁଣୀଙ୍କଠି। ନୁଆଭୂଆଷୁଣୀ ଭାରୀ ହୋସିଆରୀ। କଣ ଖେଳ ....ନାଗିଛିକି?? ଆରେହେ।ଆମ ସମୟରେ ଏୟା ସେୟା .................. କହି ଚାଲିଲେ। ହେଲେ ଆଜିକାଲିକା ବୋହୂ କଣ ମାନୁଛନ୍ତି।?

ସିଲୁ ଭାବୁଥିଲା, ଏଠି ସମସ୍ତେ ମାମଲତ୍କାର। ମଣିଷ ଚନ୍ଦ୍ରରେ ପାଦ ଦେଉ କି ମଙ୍ଗଳ ଅଭିଯାନ କରୁ ,ଏମାନେ କେବଳ ନିଜ ନିଜ ଭିତରେ ହଜି ସାରିଛନ୍ତି ,ଆଖି ଉଠାଇ ବାହର ଦୁନିଆଁକୁ ଦେଖିବା ଏମାନଙ୍କ ଚିନ୍ତାର ପରିସର ବାହାରେ। ଏମାନଙ୍କ ଉପରେ କିଛି ପ୍ରଭାବ ପଡିବାର ନାହିଁ। କିଏ ଏ ଅନ୍ଧବିଶ୍ୱାସି ମାନଙ୍କୁ ବୁଝାଇବ? କେମିତି ଉଦ୍ଧାର ହେବେ ଏମାନେ? କିଏ କିଏ??

ଭିତରୁ ଉତ୍ତର ଆସିଲା, ତୁ ପାରିବୁ ସିଲୁ। ସିଲୁ ଠିକ୍ କଲା ଯିବ।ଚଂଚଳିମା ମା ତୁମେ ଟିକେ ରହିଯାଅ। ମୁଁ ତୁମ ସାଙ୍ଗେ ଯାଇ ଟିକେ ଦେଖି ଆସିବି। ଚାଲୁନୁ ଚାଲେ। ତୋ ଶାଶୁ କ'ଣ କହିଲେ, ମୁଁ ବୁଝାଇଦେବି। କିଛି ଜରୁରୀ କାମ କରିଦେଇ ସିଲୁ ତୁରନ୍ତ ବାହାରିଗଲା। ବାଟରେ ଯାଉ ଯାଉ ଚଂଚଳିମା କହିଲେ ଯାଣିଛୁଲୋ ସିଲୁ, ବୋହୂଟି ଅଧାଦିନ ଠୋ ଠୋ ଉପାସ। ବୋହୂର ବାପା, କ'ଣ ଦେବ ବୋଲି କହି ଦେଇ ପାରିନି ଯେ, ବୋହୂଟିକୁ ନାହିଁ ନ ଥିବା କଷଣ। ଉପରେ ଉପରେ ଶାଶୁଖଣ୍ଡିକ ଖାଲି ସକେଈ ହେଉଛି।

ସିଲୁର ସନ୍ଦେହ ଦୃଢୀଭୂତ ହୋଇଗଲା। ଦେବତା ଫେବତା କିଛି ନୁହେଁ। ଶାରୀରିକ ମାନସିକ ନିର୍ଯ୍ୟାତନା ମାତ୍ର। ୟା ଭିତରେ ପଧାନଘର ପହଂଚି ଯାଇଥିଲା। ସେଠାରେ ନାହିଁ ନଥିବା ଲୋକଗହଳି। ସ୍ତ୍ରୀ ଲୋକ ଅଧିକ। ରତନୀ ଖୁଡ଼ି, ସରୁଆ ମାଉସୀ, ବେଙ୍ଗ ବଡ଼ବୋଉ,ସଜନୀ ନାନୀ, ସରେଈ, ପିତେଇ, ଝାମ୍ପ, ଅହଲିବି।

ବୋହୂ ଆସିଛନ୍ତି କହି ଚୌକି ଖଣ୍ଡେ ଦିଆଗଲା। ସିଲୁ ବୋହୂଟିକୁ ଯେତିକି ଲକ୍ଷ କଲା, ତା ଆଖିରେ, କେବଳ ଡର, ଦୁଃଖ, ବ୍ୟାକୁଳଚହାଣୀ ଲକ୍ଷ କଲା। ଗୁଣୀଆ ତାର ଭୂତେଇବା ପାଇଁ ଯାହା ଯାହା କରୁଥିଲା।

ଇଛା ହେଉଥିଲା କହିଦେବା ପାଇଁ ବନ୍ଦ କର ଏସବୁ।

ନା... ନା

ପ୍ରଥମେ କାମ। ଘରୁ ଆସିଲାବେଳେ, ଆଶୀଷଙ୍କୁ ଖବରଟି ଦେଇ ଆସିଥିଲା, ପଧାନଘର ପାଖେ ଜଲ୍ଦି ପହଂଚି ବାକୁ। ଦିଅର ଠିକ୍ ସମୟରେ ପହଂଚି ଗଲେ। କିଛି ଚେକ୍ଆପ କରି ଗୋଟିଏ ଇଞ୍ଜେକସନ ଦେଲେ। ପାଟିକରି କହିଲେ, ଭାଉଜଙ୍କୁ ଅବହେଳା କରି ମାରି ସାରିଲଣି। କ'ଣ ନା ଦେବତା। ଏବେ ସାଙ୍ଗେ ସାଙ୍ଗେ ରୋଗୀ ଠିକ୍ ହେବ। କିଛି ଛେଳି ମେଣ୍ଢା ଦରକାର ନାହିଁ। ଯାଅ ସବୁ ନିଜ ନିଜ କାମରେ। ଗୁଣିଆକୁବି ଧମକେଇଲେ। ବାବା ଭୈରବନାଥ, ଯଦି ଏଗାଁରେ କେବେ ଆଉ ଦେଖା ଦେଇଛ, ଆଖଡାଘର ପିଲାଙ୍କୁ ଲଗାଇ କଣ କରିବି ଦେଖିବ। ଗୁଣିଆକୁବି ପେଡିପୁଟୁଳି ବାନ୍ଧି ଯିବାକୁ ସମୟ ଅଣ୍ଟିଲାନି।

କଡ଼ାକଥା ଦିପଦ ପଧାନ ଘର ବୁଢ଼ାବୁଢ଼ୀକୁ ବି ଶୁଣାଇଲେ। ଦେଖ ଅଜାମା, ଭାଉଜଙ୍କୁ ଯଦି, ଆଉ କେବେ କିଛି ହଇରାଣ କରିଛ ସିଧା ମାମୁଁ ଘର ଦେଖିବ।

ସିଲୁ ଭାବୁଥିଲା ଏମିତି ଆଶିଷ ସବୁ ଗାଁରେ ଗୋଟିଏ ଦିଟା ଜନ୍ମ ହୁଅନ୍ତେ କି...

ସିଲୁ ପାଟିରୁ ବାହାରି ଆସିଲା ସାବାସ୍ ଆଶୀଷ। ମୋତେ ସାବାସ୍ ନାହିଁ ଭାଉଜ, ସବୁ ପ୍ରଶ୍ନସାର ଅଧିକାରିଣୀ ତୁମେ। ସବୁ ଝିଅବୋହୁଯଦି ତୁମ ଭଳି ସାହାସୀନି ନିର୍ଭୀକା ହୋଇ କର୍ମରେ ବିଶ୍ଵାସରଖି, ଅନ୍ଧବିଶ୍ୱାସଠୁ ଦୂରରେ ରୁହନ୍ତେ, ମାନବସମାଜ ଶାନ୍ତିରେ ରୁହନ୍ତି।

ସିଲୁ ବୋହୂଟିକୁ ଆଉ ଟିକେ ସାସ୍ -ଟାଣ୍ଗ କରି ଫେରିବା ବାଟରେ ଭାବୁଥିଲା, ଏ କଉତୁକିଆ ନାମ ରଙ୍ଗବେରଙ୍ଗ ଚଳଣି, ଅନ୍ଧବିଶ୍ୱାସ, ବେମତଲବ ରାଜନୀତି, ସବୁ ଜାଣି ସାରିଛନ୍ତି ଏମାନେ , ଅଧିକ ଜାଣିବାର ଆବଶ୍ୟକତା ନାହିଁ ଏମାନଙ୍କର କିନ୍ତୁ ତା ସଙ୍ଗେ ସଙ୍ଗେ ଅତ୍ୟଧିକ ସରଳ ମଣିଷ ଏମାନେ ।କିପରି ବାଟକୁ ଆସିବେ??

ଅନ୍ୟଘରୁ ଝିଅଟିଏ ଆଣନ୍ତି, ତାକୁ ସେତିକି ସେନ୍ହଶରଧା ଦେଲେ ଯାଇ ସେ ନିଜର ହେବ କିନ୍ତୁ ଧନଦୌଲତ ଲୋଭରେ, ଈର୍ଷାରେ,ଅତ୍ୟାଚାର କରି କରି

ଆଉ ଗୋଟିଏ ଅତ୍ୟାଚାରୀର ସୃଷ୍ଟି କେବେ କରି ଦେଇଥାଆନ୍ତି ଯାଇପାରି ନ ଥାନ୍ତି। ପରେ ,ପରିଣତ ବୟସରେ ସେହି ବୋହୁଟିର ଶିକାର ହେବାକୁ ପଡୁଛି ବି ଏପରି ଶାଶୁଶୁରଙ୍କୁ। ସମାଜର ବାତାବରଣ ଠିକ୍ ରହୁନାହିଁ ଏପରି ବିଚାର ଫଳରେ।

ଏମିତି ଅନେକ ସମସ୍ୟାର ସମାଧାନ ଖୋଜୁ ଖୋଜୁ ଆଶିଷଙ୍କ Depressive psychosis ଶବ୍ଦଟି ଏବଂ ଦେବେତା ମନକୁ ଆସୁା।

ବଡ଼ିଚୁରା ନଜର ଚିଙ୍ଗୁଡି

Rate the content


Originality
Flow
Language
Cover design

Comments

Post

Some text some message..