Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରେମ ରଙ୍ଗ
ପ୍ରେମ ରଙ୍ଗ
★★★★★

© Soumya Shubhadarshinee

Others

5 Minutes   7.5K    22


Content Ranking

କେହି କଣ ପିନ୍ଧାଶାଢ଼ୀଟାଏ ଚୋରି କରେ ?????

...ଅଭାବୀଟାଏ ହେଲେ, ହୁଏତ ବିଶ୍ଵାସ ଆସନ୍ତା, କିନ୍ତୁ ଟିସିଏସର ଇଞ୍ଜିନିୟର!!!!

ଅସମ୍ଭବ। ଯାହାର ପୁରା ଦୋକାନ କିଣିବାର ସାମର୍ଥ୍ୟ ଅଛି । ସେ ପୁଣି ???

ରାଜୀବ କେମିତି ପୋଲିସ୍ କୁ ବୁଝେଇବ ଜାଣି ପାରୁନଥିଲା । .....

...........

ଲୋରା ଦାସ କେତେ ବୟସ?

ହେ ବୟସ ଗୋଟେ ଅବୋଧ୍ୟ ପ୍ରସଙ୍ଗ, ମୂଳ କଥା ହେଲା ଆକର୍ଷଣ।

ମଣିଷ ଦେବତା ନୁହେଁ ତେଣୁ ଶ୍ରୀରାମ ହେଇ ଏକ ପତ୍ନୀ ବ୍ରତ ପାଳନ କରିବ କିଆଁ।

ସ୍ତ୍ରୀ ଯଦି ନିଜ ପ୍ରଫେସନ ପାଇଁ ଦୂରରେ ତେବେ ରାଜୀବ ଦାସ କଣ କରିବ ଏମିତି ଟିକେ ଲୋରା ପାଇଁ ଆକର୍ଷଣ ଆସିଲେ ଭୁଲ କଉଠି ????

........

ଲୋରା ରୁହେ ରାଜୀବର ଫ୍ରଣ୍ଟ ବ୍ଲକରେ ତାର ଏକଦମ୍ ସାମ୍ନା ସାମ୍ନି। ଏକା ଠିକ ତା ପରି। ଦୁଇଟା ମଣିଷ ଏକା ଏକା ରହିବେ ତେବେ ଟିକେ କଥା ହେଲେ କଣ ଭାଗବତ ଅଶୁଦ୍ଧ ହେଇ ଯିବ?? ଭାବେ ସବୁବେଳେ ସେ କିନ୍ତୁ ଝିଅଟା କେବେ କିଛି କୁହେନି , ଏମିତି କି ଅନାଏନି ତାକୁ।......

ମୂଳ ପ୍ରସଙ୍ଗ ହେଲା ଇଚ୍ଛା ଯାହା ଖାଲି ରାଜୀବର ଅଛି ତେଣୁ ସେ ଖୋଜିଲା ତା' ନାଁ ଆଉ ଯେତେ ସମ୍ଭବ ତା' ସଂକ୍ରାନ୍ତିୟ ଅନ୍ୟାନ୍ୟ ତଥ୍ୟ , ଯେମିତି କଣ କରୁଛି, କୁଆଡେ ଯାଉଛି, ଘର କେଉଁଠି, ଚାକିରୀ ଫାକିରୀ କରିଛି ନା ନାହିଁ?? ଏମିତି ଆହୁରି ଅନେକ । କିନ୍ତୁ ଗବେଷଣାର ଫଳାଫଳ ନିରାଶା ଜନକ।

ଲୋରା ଠିକ ତା ପରି , ଇଞ୍ଜିନିୟର , ତା' ସ୍ୱାମୀ ବାଙ୍ଗାଲୋରରେ ,ଯେମିତି ତା'ର ସ୍ତ୍ରୀ ନର୍ଥ ଇଷ୍ଟରେ ପ୍ରଫେସର।

ଯେତେ ବୁଝେଇଲେ ବି ସ୍ତ୍ରୀ ଅବୁଝା ଯେ ସେଠି ରାଜୀବକୁ କିଛି ଚାକିରୀ ମିଳିବନି , କିନ୍ତୁ ସିନୁ ଏଠି ବି କଲେଜ ଚାକିରୀ ପାଇପାରିବ। କିନ୍ତୁ ସିନୁର ସଫା କଥା ଇଉନିଭର୍ସିଟିରେ ପ୍ରଫେସର ଓଡ଼ିଶାରେ ହେବା ଅସମ୍ଭବ। ବାସ ଆଉ କଣ !!

ଏଇଟା ଆଜିର ସମସ୍ୟା ବିବାହ ପରି ସାମାଜିକ ସମ୍ପର୍କରେ ଦୂରତ୍ଵ ଗୋଟେ ବାଧକ ସାଜିଛି। କେହି ନିଜର ଅସ୍ତିତ୍ୱକୁ ଜାହିର କରିବାରେ ଟିକେ ବି ଉଣା କରୁନାହାନ୍ତି। ଆଉ ଫଳାଫଳ ସ୍ୱାମୀ ଗୋଟେ ସହରରେ ଆଉ ସ୍ତ୍ରୀ ଆଉ ଗୋଟେ, ଏମିତି କି ଦୁଇଟା ଅଲଗା ଅଲଗା ଦେଶରେ । ହୁଁ କେମିତି ଆସିବ ଆଉ ପ୍ରତିବଦ୍ଧତା ପ୍ରେମ ଆଉ ପବିତ୍ରତା କୁ ନେଇ ????

ରାଜୀବ ଏମିତି ଭାବେ କିନ୍ତୁ ସମାଜିକ ସେ ତେଣୁ କେବଳ ଭାବେ କରେନି କିଛି ଏମିତି। ଆଉ ସାନୁ ବି ସେମିତି ବିଶ୍ୱାସ କରେ , ..... ନା ନା କରିବାକୁ ବାଧ୍ୟ।

ଲୋରା ସୁନ୍ଦରୀ କି ନୁହେଁ ଠିକ କହିହେବ ନାହିଁ। କାରଣ ଝିଅ ମାନେ ସୁନ୍ଦର ଦିଶିବା ପୁଅ ମାନଙ୍କ ଆଖି ଉପରେ ନିର୍ଭର କରେ । ରାଜୀବ ଲାଗି ସୌନ୍ଦର୍ଯ୍ୟ ଗୋଟେ ଆପେକ୍ଷିକ ଶବ୍ଦ। ଲୋରା ତାକୁ ସୁନ୍ଦରୀ ଲାଗେ କାରଣ ତା ଆଖିରେ ସେ ସୁନ୍ଦର।

ସେ ଦେଖେ ତାକୁ ନିଜ ରୁମ ଭିତରୁ ଝରକା ର କାଚ ଦେଇ , ବଢ଼ିଆ କାଚ....ସେ ଦେଖିପାରେ କିନ୍ତୁ ଲୋରା ଦେଖିପାରେନି ।

ଲୋରା ଯେବେ ବୋନସାଇ ଗଛ ଗୁଡିବ ଉପରେ ପାଣି ସ୍ପ୍ରେ କରେ ବାଲକୋନିରେ ସେଇତକ ସମୟ ରାଜୀବର ଏକାନ୍ତ ନିଜସ୍ୱ। ସକାଳର ସୁନ୍ଦର ଦୃଶ୍ୟ ।କେବେ ମିସ୍ କରେନି ରାଜୀବ। ଦେଖେ ହାତ ପାହାନ୍ତା ରେ ଥିବା ପ୍ରଜାପତି କୁ , କିନ୍ତୁ ଧରିବା ମନା......

ଲୋରା ସିନୁର କା' ଭଳି ଲାଗେ ତାକୁ , କେବଳ ଲାଗେ ଆଉ କିଛି ବେଶି ନୁହେଁ । କିନ୍ତୁ ଲାଗେ ଏଇଠି ଅଛି କେଁ।

ହେଲେ ଯେବେ ଭାବେ ସିନୁକୁ ବି ତ କେହି ରାଜୀବ ଏମିତି ଦେଖି ପାରେ !!! ସେ ବିତ ଏକା ସେଠି ଠିକ ଏଇ ଲୋରା ପରି !! ଆଉ ଏଇ ଭାବନା ଆସିଲେ ସେ ସଂଯତ ହେଇଯାଏ । ନିଜକୁ ତାଗିଦ କରେ ଆଉ ଲୋରା କୁ ନେଇ ଭାବେନି ବେଶି। ହେଲେ ମନ କଣ ବୁଝେ । ପୁଣି ସକାଳ , ପୁଣି ବାଲକୋନି , ଵୋନସାଇ ଆଉ ଲୋରା । ଏଇଟା ଚିରାଚରିତ ।

ଲୋରା ସବୁବେଳେ ସୁନ୍ଦର କିନ୍ତୁ ଶାଢୀରେ ପୁରା ଅପ୍ସରୀ।

ହଁ ଅବଶ୍ୟ ସବୁ ଶାଢୀରେ ନୁହେଁ କେବଳ ସେଇ ଲାଲ ରଙ୍ଗର ବନାରସୀ ଶାଢ଼ୀରେ, ଇସ୍ ସେଥିରେ ଅଛି କିଛି ସମ୍ମୋହନ। ସେଇ ଶାଢ଼ୀଟାରେ ଝିଅଟା ପୁରା ସିନୁ ଦିଶେ । ବୋଧେ ସେଥିପାଇଁ। ସିନୁ ଶାଢ଼ୀ ପିନ୍ଧେ ସବୁବେଳେ , ସେ ପ୍ରଫେସର ନା , କୁହେ ଏଇ ଶାଢୀ ତାକୁ ନିଜ ଷ୍ଟୁଡେଣ୍ଟ ମାନଙ୍କ ଭିତରେ ପ୍ରଫେସରର ପରିଚୟ ଦୃଢ଼ କରେ । ଡ୍ରେସ୍ ରେ ଲାଗିବ ତାଙ୍କ ସାଙ୍ଗ ପରି। ହୁଁ ଟିକେ ସତ ବି ସାନୁଟା ଛୋଟିଆ ମଣିଷ , ଡ୍ରେସରେ ଚିଡ଼ିଆ ପରି ।

.....ସେଇ ଶାଢୀରେ ଲୋରା ସିନୁ ହେଇଯାଏ ପୁରା ।

.....ରାଜୀବର ଇଚ୍ଛା ସବୁ ଡେଣା ଲଗେଇ ଉଡ଼ନ୍ତି ସାରା ଆକାଶରେ ଆଉ ଲୋରା ଚାଲିଆସେ ତା ପୃଥିବୀକୁ ସାବଲୀଳ ଭାବେ , ବିନା ପ୍ରତିରୋଧ ରେ।

......ପୁରା ମାୟା ଲାଗିଯାଏ।

ସେ ଶାଢ଼ୀଟା ଖୋଜେ ସବୁ ସୋରୁମ୍ ରେ ...ମେହେର , ସେଣ୍ଟ୍ରାଲ, ବିଗ୍ ବଜାର, ରିଲାଏନ୍ସ ଟ୍ରେଣ୍ଡ , ସବୁଠି କିନ୍ତୁ ମିଳେନି। ସେଇ ଶାଢ଼ୀଟା , ଏକଦମ ସେଇଟା ମିଳେନି । ବହୁତ ଶାଢ଼ୀ ଦେଖେ ନାଲି ରଙ୍ଗ ବନାରସୀ , କିନ୍ତୁ ସେଇଟା ଦେଖିପାରେନି। ବେଳେ ବେଳେ ଭାବେ ଯିବ ଆଉ ପଚାରିବ , ପ୍ଲିଜ କୁହ ସେ ଶାଢ଼ୀ କେଉଁଠୁ ଆଣିଲ?? ମୋତେ ଆଣିଦିଅନ୍ତନି?? ମୋର ବହୁତ ପସନ୍ଦ ବିଶ୍ୱାସ କର ।

ନହେଲେ ଭାବେ କହିବ ପ୍ଲିଜ ସେ ଶାଢ଼ୀଟା ପିନ୍ଧନି ମୋତେ ମୋ ସ୍ତ୍ରୀ ପରି ଲାଗୁଛ , କିଛି ବି କରିଦେବି ମୁଁ । ମୋ ଅୟତ୍ତ ବାହାରେ ତୁମ ଶାଢ଼ୀର ଆକର୍ଷଣ । ମୁଁ ତୁମକୁ ଆକ୍ରମଣ କରିପାରେ , ତୁମକୁ ଚୋରେଇ ନେବି , ତୁମକୁ ...ତୁମକୁ ... ହୁଁ.....

କିନ୍ତୁ ଏମିତି କଣ କେହି କୁହେ ?? ତା ସମାଜରେ ସବୁ ପା ଶିକୁଳିରେ। ସେ ସାମାଜିକ ପୁରା ପୁରି। ଟିକେବି ବିଜ୍ଞାନ ନାହିଁ।

ଯେବେ ଏମିତି ଭାଵ ଆସେ ସିଗାରେଟ ର ଧୂଆଁ ରେ ଘର ଆହୁରି ଭରେ ଆଉ ନିଦ ତା ଠିକଣା ଭୁଲିଯାଏ। ରାତିଟା ଲମ୍ବା ହେଇଯାଏ ଅସମ୍ଭବ ଭାବରେ ଆଉ ଅପଦେଵତା ମାନେ ବ୍ୟତିବ୍ୟସ୍ତ କରନ୍ତି। କଣ ଗୋଟେ କରି ପକେଇବାର ଦୁର୍ବାର ଇଚ୍ଛା ଖୁଜୁ ବୁଜୁ ହୁଏ ତା' ଭିତରେ।

ସବୁ ମଣିଷ ର ଦୁର୍ବଳତା ଥାଏ କିନ୍ତୁ ସେସବୁ ରୁଦ୍ଧ କରି ଆମେ ନିର୍ମଳ ବ୍ୟକ୍ତି ହେଇଯାଉ। ତେଣୁ ଏଇ ଇଚ୍ଛାଟା ସକାଳ ହେଲେ ପୁଣି କବର ନିଏ ରାଜୀବ ଛାତି ତଳେ।

ସେଦିନ ପ୍ରବଳ ବର୍ଷା ରେ ବୋଧେ ଲୋରା ଭିଜି ଯାଇଥିବ ତେଣୁ ଶାଢ଼ୀଟା ଓଦା , ସେଇଟିକୁ ସେ ବାଲକୋନିରେ ଶୁଖେଇ ଦେଇଥିଲା । ଅଫିସ ରେ ଅଫ ଥିଲା ରାଜୀବ ର । ଘରୁ କାମ କରୁଥିଲା ସେ । ଆଉ ପବନ ରେ ଉଡୁଥିଲା ଶାଢ଼ୀ । ଯେମିତି ତାକୁ ଇସାରାରେ ଡାକୁଛି ଆଉ କହୁଛି , ' ଏ ସୁଯୋଗ ହାତଛଡା କରନି , ମୋତେ ନେଇ ଯା , ମୁଁ ଯିବି , ମୁଁ ବୁଝିଛି ତୋତେ '' ....

ଆଉ ମୁହୂର୍ତ୍ତର ଅପଦେବତା ମାନେ ବି ଦେଲେ ବଢ଼ିଆ ସୁଯୋଗ । ପୁରା ସୋସାଇଟି ଫାଙ୍କା ସବୁଲୋକ ନିଜ ନିଜ ଭିତରେ , କିଏ ଆଉ ଜଗିଛି।

ସେ ବହୁତ ଚେଷ୍ଟା କଲା ଶୁଣିବ ନାହିଁ ସେ ନାଲି ଶାଢ଼ୀର ଆମନ୍ତ୍ରଣ । କିନ୍ତୁ ମନ ପା ମାଡୁଆ । ଶାଢ଼ୀଟା ସେ ନେଇ ଆସିଲା ଆଉ ଶୁଖେଇ ଦେଲା ନିଜ ରୁମ ଭିତରେ।

ସକାଳୁ ସକାଳୁ କଲିଂ ବେଲର ଡାକରେ କବାଟ ଖୋଲି ଦେଖିଲା ସେ ପୋଲିସ !!!

ହେ ଭଗବାନ କଣ ଲୋରା ପୋଲିସରେ କଂପ୍ଲେନ କରିଦେଲା , ଏ ଶାଢ଼ୀଟେ ପାଇଁ ???

ପୋଲିସ ନିଜ ରୁଟିନ୍ ସର୍ଚ୍ଚରେ ଆସିଥିଲା । ସୋସାଇଟିର ସବୁ ଘରେ ପଚାରୁଥିଲା । ' ଲୋରା ଦାସଙ୍କ ସହ କିଛି ପରିଚୟ ଅଛି କି? କିଛି ଜାଣନ୍ତି କି ଆପଣ ତାଙ୍କ ବିଷୟରେ??

ରାଜୀବ ଟିକେ ଦୋଦୋପାଞ୍ଚ ହେଇ କହିଲା କାହିଁକି ? କଣ ହେଇଛି?

ପୋଲିସର ସହଜ ଉତ୍ତର ''କାଲି ରାତିରୁ ଲୋରା ଦାସ ମିସିଙ୍ଗ। ତା ବାପା ପୋଲିସ କଂପ୍ଲେନ କରିଛନ୍ତି। ତେଣୁ ଏ ସର୍ଚ୍ଚ ''।

ଅବିଶ୍ୱାସ ଲାଗୁଛି ଲୋରା କୁଆଡେ ଗଲା ? କେମିତି ଅଛି? କଉଠି ଅଛି???

ସେ ଶାଢ଼ୀଟା ଡ୍ରଇଂ ରୁମରେ ବିଛେଇ ଦେଇଥିଲା ରାଜୀବ, ଲୋରାର ବାପା ଚିତ୍କାର କଲେ ' ମୋ ଝିଅର ଶାଢ଼ୀ ....ମୋ ଝିଅର ଶାଢ଼ୀ , ....

ସୌମ୍ୟା

ଶାଢ଼ୀ ଇଞ୍ଜିନିୟର ରାଜୀବ

Rate the content


Originality
Flow
Language
Cover design

Comments

Post

Some text some message..