Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚିତାଭସ୍ମ
ଚିତାଭସ୍ମ
★★★★★

© Aravinda Das

Others Tragedy

3 Minutes   7.1K    11


Content Ranking

ଝିଅ,ମିତାଲିର କଥା ଶୁଣି ଚମକି ପଡିଲେ ଅନିକେତ।

ଗୁମ୍ ହୋଇ ବସିଲେ କିଛି ସମୟ ଗଙ୍ଗା ନଦୀ କୂଳରେ । ସୁଲୁସୁଲିଆ ପବନରେ ତାଙ୍କୁ ଯଦିଓ ମୋହବିଷ୍ଟ କରିପକାଉଥିଲା ,ତଥାପି ବିଗତ ଚାରି ବର୍ଷର ସ୍ମୃତି ତାଙ୍କ ମାନସ ପଟରେ ବାରମ୍ବାର ଉଭା ହେଉଥିଲା।

ବାପା ଗତ ଚାରିବର୍ଷ ହେଲାଣି ଘାଣ୍ଟି ହେଉଥିଲେ । ଘର,ହସ୍ପିଟାଲ,ଆଇ ସି ୟୁ, ଛଡ଼ା ଆଉ ଯେମିତି ଦୁନିଆରେ କିଛି ନଥିଲା ଅନିକେତଙ୍କ ପାଇଁ।

ଯାହା ହେଲେବି ବାପାଙ୍କ ଦେହ କଥା । ଗୋଟିଏ ବୋଲି ପୁଅ ହିସାବରେ ନିଜ କର୍ତ୍ତବ୍ୟ ଭାବି ସବୁ ନିଜ ହାତରେ କରୁଥିଲେ ଅନିକେତ । ସ୍ତ୍ରୀ ନିବେଦିତା ଅବଶ୍ୟ ବହୁତ ସପୋର୍ଟିଭ୍ ଥିଲେ।

"ବାପା,ଜେଜେ'ଙ୍କର ଏତେ ପ୍ରଶଂସକ,ଅନୁସରଣକାରୀ,ଶୁଭ ଚିନ୍ତକ ଅଛନ୍ତି ; ଅଥଚ ସେ ହସ୍ପିଟାଲରେ ଏତେ ବର୍ଷ ଥିଲାବେଳେ, କାହାର ତ ଦେଖା ଦର୍ଶନ ନଥିଲା ?ଦିନକୁ ଅନ୍ତତଃ ଯଦି ଜଣେ ଲୋକ ଜେଜେଙ୍କୁ ଦେଖିବାକୁ ଆସି ତାଙ୍କ ଭଲ ମନ୍ଦ ପଚାରି,ସେଇ ଗୋଟାଏ ଦିନ ତାଙ୍କ ସହ ହସ୍ପିଟାଲରେ ବିତାଇ ଥାନ୍ତା,ତେବେ ଜେଜେ କେତେ ଖୁସି ହୋଇଥାନ୍ତେ ?କିଏ ଜାଣେ ,ହୁଏତ ଆହୁରି ଅଧିକ ଦିନ ବଂଚିଥାନ୍ତେ ! ଆଉ ଏବେ ଚାରିଆଡେ ......?"

ପଛଆଡ଼ୁ ଅନିକେତ ଆସି ଝିଅର ମୁଣ୍ଡକୁ ସାଉଁଳେ ଦେଇ କହିଲେ,"ଏସବୁ କଥାରେ ଅଯଥାରେ ତୁ ମୁଣ୍ଡ ପୁରାନା ମା’ । ତୋ ଜେଜେ ସେଇଥିପାଇଁ ମୋତେ ଓ ତୋ ମମିକୁ ରାଜନୀତିରୁ ଦୂରରେ ରହିବା ପାଇଁ ପ୍ରତିଜ୍ଞା କରାଇଥିଲେ। ବୟସ ଓ କ୍ଷମତା ଚାଲିଗଲେ,ଜଣେ ଅସାଧାରଣ ମଣିଷକୁ ଜୀବନର ଦ୍ଵିତୀୟ ପର୍ଯ୍ୟାୟ ବେଳେ ନିହାତି ମାମୁଲି ,ନଗଣ୍ୟ ମଣିଷ ବୋଲି ବିଚାର କରୁଥିବା ସହକର୍ମୀ ମାନେ,ହଠାତ୍ ସେଇ ଲୋକଟିର ମୃତ୍ୟୁ ପରେ ଲୋକମାନେ ଅସାଧାରଣ,ଅତିମାନସ ବୋଲି ଆଖ୍ୟାୟିତ କରନ୍ତି । ଏଠି ଜୀବନ୍ତ ମଣିଷ ଅପେକ୍ଷା ମୃତ ମଣିଷକୁ ଅଧିକ ସମ୍ମାନ ମିଳେ । କେବଳ ନେତା ନୁହେଁ,ବରଂ ଅଭିନେତା,ଖେଳାଳୀ,ସୈନିକ ଏପରିକି ଚାଷୀଟେ ନିଜ ମୃତ୍ୟୁ ପରେ ହେଡ଼ ଲାଇନ ବନେ । ରାଜକୀୟ ଠାଣିରେ ଶବ ଯାତ୍ରା,କ୍ୟାଣ୍ଡେଲ ମାର୍ଚ୍ଚ,ଶବ ସତ୍କାର,ସମବେଦନା,ପ୍ରତିମୂର୍ତ୍ତି ସ୍ଥାପନା ତ କେବେ କ୍ଷତି ପୂରଣର ଘୋଷଣା ହୁଏ । କିଛି ଦିନ ପରେ ସବୁ ଥଣ୍ଡା ପଡ଼ିଯାଏ,ସମସ୍ତେ ପୁଣି ଭୁଲିଯାଆନ୍ତି ସେଇ ଲୋକକୁ ଓ ତା ପରିବାରକୁ। ଏଇ ନେତା ଓ ଅନୁଗାମୀ ମାନେ କେବେ କୌଣସି ଅନାଥ ଲୋକ କିମ୍ବା ଲାୱାରିସ ଶବର ସତ୍କାର କାହିଁକି କରନ୍ତିନି ?ଏସବୁ କେବଳ ପବ୍ଲିସିଟି।"

ଆଶ୍ଚର୍ଯ୍ୟ ହୋଇ ମିତାଲି ପଚାରିଲା, "ମୁଁ ବି ସେଇ କଥା ଭାବୁଥିଲି । ଆଜି ଆମ ପାଖକୁ କେହି ଆସୁନାହାନ୍ତି । ତେବେ ସତରେ କଣ ଜେଜେ ଏସବୁ ଚାହିଁଥିଲେ ?

ପିଲାମାନେ ନିଜ ବାପା ,ମାଙ୍କ ଅସ୍ଥି ବିସର୍ଜନ କରନ୍ତି । ହେଲେ ,ସେଦିନ ଅନ୍ୟମାନେ କାହିଁକି ଠେଲାପେଲା ହେଉଥିଲେ ? ଏମିତି କଲେ କଣ ସତରେ ମୋକ୍ଷ ମିଳେ ?"

ହସିଦେଇ ଅନିକେତ କହିଲେ, "ଟିଭି କ୍ୟାମେରା ପାଇଁ ଏସବୁ ଡ୍ରାମା । ଆଜି କ୍ୟାମେରା ଆମ ଉପରେ ନାହିଁ ବୋଲି ଏଠି ସବୁ ଶୁନ ଶାନ।"

ଚୁପଚାପ ବସିଥିବା ନିବେଦିତାଙ୍କ ଉଦ୍ଦେଶ୍ୟରେ ମିତାଲି କହିଲା, "ମମି,ଜେଜେଙ୍କର ଶେଷ ଇଛା କଣ ଥିଲା ?"

ଦୀର୍ଘ ନିଶ୍ଵାସ ଛାଡି ନିବେଦିତା କହିଲେ,"ତୋ ଜେଜେଙ୍କର ଇଛାଥିଲା, ଦଶ୍ୱାଶମେଧ ଘାଟରେ ତାଙ୍କର ଅସ୍ଥି ବିସର୍ଜନ ହେବ ଓ କେବଳ କିଛି ଗରିବ ଲୋକଙ୍କୁ ଅନ୍ନଦାନ । ଦେଖାଣିଆ ଭାବେ ଭୋଜିଭାତ ର ବିରୋଧୀ ଥିଲେ ସେ । ସେଇଥିପାଇଁ କେତେ ସରଳ ଭାବେ ଜୀବନଯାପନ କରୁଥିଲେ । ଗଣମାଧ୍ୟମରୁ ନିଜକୁ ଓ ଆମକୁ ଦୁରେଇ ରଖିଥିଲେ।"

ଫଟ୍ କିନା ମିତାଲି ପଚାରିଲା,"ଅସ୍ଥି ଏବେ କେଉଁଠୁ ଆଣିବ ?ଚିତାଭସ୍ମ ବି ସବୁ ଆଡ଼େ ଶୋଭାଯାତ୍ରାରେ ଚାଲିଗଲାଣି । ତୁମକୁ ତା ହେଲେ ଜେଜେଙ୍କର ଶେଷ ଇଚ୍ଛାକୁ ସମ୍ମାନ ଦେଇ ,ଚିତାଭସ୍ମ ବାଣ୍ଟିବାର ନଥିଲା।"

ମୁରୁକି ହସି ଅନିକେତ କହିଲେ,"ଶୋଭାଯାତ୍ରାରେ ଯାଉଥିବା ଚିତାଭସ୍ମ କେବଳ "ଭସ୍ମ" ।କାହାକୁ କିଛି ଯେମିତି ନକହୁ । ଆଉ ତିନି ଖଣ୍ଡ ଅସ୍ଥିରୁ ଖଣ୍ଡେ, କଳସରେ ପୁରାଇ ଆମେ ଗଙ୍ଗାକୁ ଆଣି ବିସର୍ଜନ କଲୁ । ଆଉ ଦୁଇ ଖଣ୍ଡ ଅସ୍ଥି ଗାଁ ଖଳାଘର ପାଖରେ ଥିବା ତୁଳସୀ ଗଛ ପାଖରେ ପୋତା ହୋଇଛି।"

ଗଙ୍ଗା ନଦୀ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ନିବେଦିତା ଉଠିଲେ ଓ ଅନିକେତଙ୍କୁ କହିଲେ, "ଆମକୁ ଚୁପ୍ ଚାପ ଦଶ୍ବାଶମେଧ ଘାଟ ଯାଇଁ କାମ ସାରିବାକୁ ପଡିବ, ସମସ୍ତଙ୍କ ଅଲକ୍ଷ୍ୟରେ।

ଗାଡ଼ିରେ ବସି ମିତାଲି ନିଜ ମୋବାଇଲରେ ଦେଖୁଥିଲା,ବିଭିନ୍ନ ସ୍ଥାନରେ ଜେଜେଙ୍କର ଚିତାଭସ୍ମ ଶୋଭାଯାତ୍ରାକୁ।

ନିଜ କୌତୁହଳ ସମ୍ବରଣ ନକରିପାରି ମିତାଲି ପଚାରିଲା,"ତାହେଲେ ସେ କଳସରେ କଣ ଅଛି ?"

ମୃଦୁ ହସି ନିବେଦିତା କହିଲେ, " ଆମ ଗାଁ ଘରେ କାମ କରୁଥିବା ରଙ୍ଗ ମାଉସୀ, ସେଦିନ ରାତିରେ ଦଳ ତରଫରୁ ରଖାହୋଇଥିବା ସବୁ କଳସରେ ......।"କଥାଟା ଉହ୍ୟ ରଖି ଅନେଇଲେ ସ୍ଵାମୀଙ୍କ ଆଡ଼କୁ।

ଟିକିଏ ଚୁପ୍ ରହି ଅନିକେତ କହିଉଠିଲେ, "ସେଇଟା ସିକ୍ରେଟ ଥାଉ । ନହେଲେ ଅଯଥାରେ ହଙ୍ଗାମା ହେବ । ବାପାଙ୍କ ଆତ୍ମା ଶାନ୍ତି ପାଉ। "

(ଅରବିନ୍ଦ ଦାସ)

ମିତାଲି ବାପା ଅନିକେତ

Rate the content


Originality
Flow
Language
Cover design

Comments

Post

Some text some message..