Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Others

2  

Seetaram Dash

Others

ଦ୍ରୋଣ

ଦ୍ରୋଣ

1 min
697


ଆପଣମାନେ ସମସ୍ତେ ଏକଲବ୍ୟଙ୍କ କାହାଣୀ ଜାଣିଛନ୍ତି। ଆଦିବାସୀ ପୁତ୍ର ଏକଲବ୍ୟ ଧନୁବିଦ୍ୟା ଶିକ୍ଷା ପାଇଁ ଦ୍ରୋଣଙ୍କ ପାଖକୁ ଯିବାରୁ ଗୁରୁ ଦ୍ରୋଣ କହିଛନ୍ତି "ମୁଁ କେବଳ ରାଜକୁମାରଙ୍କୁ ଶିକ୍ଷା ଦାନ କରେ"

କିନ୍ତୁ ଏକଲବ୍ୟ ନିରାଶ ହୋଇନି। ବନରେ ଦ୍ରୋଣଙ୍କ ପ୍ରତିମା ମାଟିରେ ତିଆରି କରି ନିଜର ପ୍ରତିଭାକୁ ଏକ ମହାନ ଧନୁର୍ଦ୍ଧାରିରେ ପରିଣତ କରିଛି। ଗୁରୁଙ୍କ ପ୍ରତି ମନରେ ରଖିଛି ଅନେକ ଶ୍ରଦ୍ଧା ଓ ଭକ୍ତି।

ସମୟ କ୍ରମେ ଗୁରୁଙ୍କ ସମେତ ସମସ୍ତେ ବନ ବିହାର କରିବାକୁ ଯାଆନ୍ତି। ସାଙ୍ଗରେ ବି କୁକୁରଟିଏ ଥାଏ। ସମସ୍ତଙ୍କ ଅଜଣାତରେ କୁକୁରଟି ଏକଲବ୍ୟଙ୍କ ସର ସନ୍ଧାନରେ ବ୍ୟାଘାତ ସୃଷ୍ଟି କରିଛି। ଉଦାର ଏକଲବ୍ୟ କୁକୁରକୁ ନ ମାରି ତା ପାଟିକୁ ବନ୍ଦ କରିଦେଇଛନ୍ତି।

ଗୁରୁ ଦ୍ରୋଣ ଏପରି ଅଦ୍ଭୁତ ଧନୁର୍ଦ୍ଧାରିକୁ ଖୋଜି ଖୋଜି ସେଇ ବନବାସୀକୁ ପାଇଁଛନ୍ତି। ସମସ୍ତ ରହସ୍ୟ ଜାଣିବା ପରେ ନିଜର ଅଧିକାର ଗୁରୁ ଦକ୍ଷିଣା ରୂପରେ ଡାହାଣ ହାତର ବୃଦ୍ଧା ଆଙ୍ଗୁଳି ମାଗିନେଇଛନ୍ତି।

ତାପରେ ଏକଲବ୍ୟଙ୍କ କାହାଣୀ ଆଗକୁ ଯାଇନି(ମୁଁ ଏତିକି ଜାଣିଛି)। ଆମେ କେବଳ ଗୁରୁ ଦିବସରେ ତାଙ୍କର ମହାନ ବଳି ଦାନକୁ ମନେପକାଉ।

ଏ ତ ଗଲା ପୁରାଣ କାଳ କଥା। ଆମେ କେହି ଏସବୁ ଦେଖିନୁ। କିନ୍ତୁ ଆଜି ମୁଁ ଆପଣ ଙ୍କୁ ଦ୍ରୋଣଙ୍କ ପରିଚୟ ଦେବି। ଯାହାଙ୍କ ଯୋଗୁ ଶହ ଶହ ଏକଲବ୍ୟ ଖଣ୍ଡିତ ହେଉଛନ୍ତି।ଅନେକ ପ୍ରତିଭା ମଳିନ। ତାଙ୍କ ନା ଟି କେବଳ ବଦଳି ଯାଇଛି, ଦ୍ରୋଣ ରୁ ଆରକ୍ଷଣ।।


Rate this content
Log in