Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

2  

Shanti Mishra

Others

ଆମ୍ବ ମିଲ୍କସେକ୍

ଆମ୍ବ ମିଲ୍କସେକ୍

5 mins
7.1K


ଏତେ ଗରମ ଯେ ମଣିଷ ସଢି ଯାଉଛି ସେଥିରେ ଆଭା ଶାଢୀ ଗହଣା ପିନ୍ଧି ଘରକୁ ବାହର ହଉଚି l ଆହୁରି ଦେହ ମନରେ ନିଆଁ ଲାଗି ଯାଉଛି ଅମରେନ୍ଦ୍ରଙ୍କର | ବାହରର ଗରମ ଅପେକ୍ଷା ଭିତରର ଗରମ ପ୍ରବଳରୁ ପ୍ରବଳତର ହଉଛି |

- “ଆଜି ବିଜୟ ବାବୁ ଆସିବେନି କି ‘’l ତା ସଂଗକୁ ବାରମ୍ବାର ଏ ପ୍ରଶ୍ନ l

-’’ଥରେ ତ କହିଲି ଆଜି ସେ ଆସିବନି ସେଇ ପ୍ରଶ୍ନକୁ ବାରମ୍ବାର ଦୋହରେଇବାର ମାନେ କଣ’’ l ଅମରେନ୍ଦ୍ର ଟିକେ ବିରକ୍ତି ଭରା କଣ୍ଠରେ କହିଲେ |

-’’ନା ମୋ ମନ କହୁଛି ସେ ନିଶ୍ଚୟ ଆସିବେ l

-” ମନ କହୁଛି l କାହିଁକି?

“ବିଜୟ ଅମରେନ୍ଦ୍ରଙ୍କ ସାଂଗ ଆଭାର ଏତେ କାହିଁ ଦରଦ ବଢୁଛି ବିଜୟ ପାଇଁ ସେ ବୁଝି ପାରୁ ନାହାଁନ୍ତି | ସେ ଆଜି ଆସିଲେ ନ ଆସିଲେ ତାର ଏତେ ଚିନ୍ତା କରିବାର କାରଣଟା କ’ଣ l

ସବୁ ଶନିବାର ବିଜୟକୁ ସେ ନିମନ୍ତ୍ରଣ କରନ୍ତି ଘରକୁ ଆସିବାକୁ l ଏକା ବସି ଘରେ କ’ଣ କରିବ l ଏଠି କିଛି ସମୟ ସାଂଗ ହେଇ ଗପସପ୍ କରି ବା ସାଂଗ ହୋଇ ଟିଭି ଦେଖି ବା କିଛି କମ୍ପୁଟର ଗେମ୍ ଖେଳ| ଖେଳିରେ ତାର ସମୟ ବିତିବା ସଂଗେ ସଂଗେ ମନ ବି ହାଲକା ହୋଇଯିବ l ଅମରଙ୍କର ବି ଟାଇମ୍ ପାସ୍ ହେବ l

ବିଜୟଟା ଭଲ ପିଲା ବହୁତ ମେଳାପୀ ମଜା ମଜା କଥା କହି ବହୁତ ହସାଏ l କିନ୍ତୁ ଦୁର୍ଭାଗ୍ୟର ଶିକାର ହେବା ଦିନ ଠାରୁ ତାର ସବୁ ହସ ମଜା ସରି ଯାଇଛି l କଲେଜ ସହପାଠିନୀ ନିର୍ମଳ| ସହିତ ବିବାହ ପରେ ବେଶ୍ ଖୁସିର ସଂସାରରେ ଆଗେଇ ଚାଲିଥିଲା ତାର ଜୀବନର ଗାଡିଟି | କିନ୍ତୁ ତାର ପ୍ରଥମ ସନ୍ତାନର ଜନ୍ମ ବେଳେ କିଛି ଜଟିଳ ପୂର୍ଣ୍ଣ ସମସ୍ୟା ଯୋଗୁ ମା’ ଛୁଆ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା l ସେବେଠୁ ବିଜୟ ଆଉ କେବେ ବିବାହ କରିନି କି କରିବ ନାହିଁ ବୋଲି ଦୃଢ ପରିକର l

ପରିବାର ଠାରୁ ସାଂଗ ସାଥୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦେଶ କିଛି କାମ ଦେଇନି l ଏବେ ବି ସେ ଏକାକୀ ସେଇ ଅତୀତର ସ୍ମୃତିକୁ ନେଇ ବଂଚି ରହିଚି l

ଏହା ଭିତରେ ଆଠ ବର୍ଷ ବିତିଗଲାଣି | ମନ ପୂର୍ବ ଅପେକ୍ଷା ଉଦାସ ମୁକ୍ତ କିଛି ପରିମାଣରେ ହେଲାଣି ତାର l କ୍ଷତ ତ ଅଛି ଯନ୍ତ୍ରଣା ବି ଅଛି କିନ୍ତୁ ସେଥିରେ ଛାଇ ପଡିବା ଆରମ୍ଭ କଲାଣି | ସ୍ପର୍ଶରେ ଯନ୍ତ୍ରଣା ମିଳେ ନଚେତ୍ ନାହିଁ l ସେଥିପାଇଁ ଅମର ସବୁ ଶନି ବାର ଦିନ ଘରକୁ ନିମନ୍ତ୍ରଣ କରନ୍ତି ବିଜୟକୁ l ତାର ବି ଏବେ ଆସିବାଟା ଅଭ୍ୟାସରେ ପଡି ଗଲାଣି ଆଉ ଡାକିବା ଦରକାର ପଡ଼େନି | ଆସୁଛି ବୋଲି ଗୋଟେ ଫୋନ୍ କଲ ମାରି ଦେଇ ସେ ଘରକୁ ଚାଲିଆସେ l

ତାକୁ ଆମ୍ବ ବହୁତ ଭଲ ଲାଗେ ତେଣୁ ସବୁ ଶନିବାର ଅମର ନିଶ୍ଚୟ କୋଉଠୁ ନା କୋଉଠୁ ଆମ୍ବ କିଣିକି ଆଣନ୍ତି l ଏବେ ତ ଭିଷଣ ଗରମ | ଆଭା ଆମ୍ବ ମିଲ୍କ ସେକ୍, ଆମ୍ବ ଲସି କେବେ ଆମ୍ବ ପଣା କରି ସେମାନକୁଂ ପିଇବାକୁ ଦିଏ l ସେଥିରେ ବରଫ ଟିକେ ପକେଇଦିଏ | ଏ ଗରମକୁ ତାହା ଆହୁରି ସୁସ୍ଵାଦୁ ଲାଗେ l ପ୍ରଶଂସାରେ ପୋତି ପକାଏ ବିଜୟ ଆଭାକୁ l ଭାଉଜ ସତରେ ତୁମ ହାତ ଲକ୍ଷ୍ମୀଙ୍କ ହାତ l ସବୁଠୁ ଆମ୍ବ ମିଲ୍କ ସେକଟା ବିଜୟକୁ ବେଶି ଭଲ ଲାଗେ | ଆଭା ଯାହା ବି ଖାଇବା କରିଥାଉ ସେଦିନ ତା ସଂଗେ ଆମ୍ବ ମିଲ୍କ ସେକ୍ ନିଶ୍ଚୟ ବିଜୟ ପାଇଁ କରିଥାଏ |

ଆଭା ଏଇ ପ୍ରଶଂସା ପାଇବା ପାଇଁ ଏମିତି ବିଜୟକୁ ଦେଖିଲେ ଉତ୍ଫୁଲିତ ହୁଏ ନା ଆଉ କିଛି l ଏତେ ସଜବାଜ ହୋଇ ତା ପାଇଁ ଅପେକ୍ଷା କରିବାର ମାନେଟା କ’ଣ | ମନ ଭିତରେ ରୀତିମତ ଏକ ଯୁଦ୍ଧ ଚାଲିଛି ଅମରଙ୍କର l କାହାକୁ କିଛି ପଚାରି ହେଉନି ଏ ବିଷୟରେ l ନା ଆଭାକୁ ନା ବିଜୟକୁ |ଏହା ସେ ଅନେକ ଦିନରୁ ଲକ୍ଷ କଲେଣି ତେଣୁ ସେ ଆଜି କାଲି ଆଉ ବିଜୟକୁ ନିମନ୍ତ୍ରଣ କରନ୍ତିନି କିନ୍ତୁ ବିଜୟ ଅଭ୍ୟାସ ବଶତଃ ପ୍ରତି ଶନିବାର ଆସି ହାଜର ହୋଇ ଯାଏ l

କିନ୍ତୁ ସେଦିନ ଅତ୍ୟଧିକ ଗରମ ଯୋଗୁ ସେ ସ୍କୁଟର ଚଲେଇ ଆସିବାକୁ ମନା କରି ଥିଲା l ତା ବ୍ୟତୀତ ସେ ଅଫିସର ଆଉ ଜଣେ ସାଂଗ ଯିଏକି ତାର ବନ୍ଧୁ ବାନ୍ଧବୀ ବି ହେବେ ସେଠାକୁ ଯାଇଛି l ତାଙ୍କ ଘରେ ଏ. ସି ଅଛି l କିଛି ସମୟ ଏ ଗରମରୁ ଟିକେ ତ୍ରାହି ମିଳିଯିବ l କିନ୍ତୁ ଆଭାକୁ ଏତେ ମୁଣ୍ଡ ଫଟା ଏତେ ଗରମରେ ବି ଗରମ ଲାଗୁନି ଗୁଡାଏ ଲୁଗା ପଟା ପିନ୍ଧି ବସିଛି l ଆଶ୍ଚଯ୍ୟ l

ଏହାର କାରଣ କ’ଣ ପଚାରିବାକୁ ପାଟି ଖଲ ଖଲ ହେଲେ ବି କିଛି ପଚାରି ହଉନି l ଦଶ ବର୍ଷର ଏକ ବିଶ୍ଵସ୍ତନୀୟ ସମ୍ପର୍କ ଉପରେ ସନ୍ଦେହର ପ୍ରଶ୍ନବାଚୀ ଠିକ୍ ତ ହେବ ନାହିଁ l ପରିସ୍ଥିତି ବି ଏକ ଭୀଷଣ ଝଡକୁ ଆମନ୍ତ୍ରଣ ଦେବ କେବଳ l ଉପରେ ଚୁପ୍ ରହିଥିଲେ ବି ଭିତରର ଆଶ୍ଵସ୍ତି ବନ୍ୟାର ପ୍ରବାହକୁ ରୋକିବା ଅମରଙ୍କ ପକ୍ଷେ ଅସମ୍ଭବ l

-’’ଆଜିକି ବଢିଆ ଆମ୍ବ ମିଳୁଥିଲା ବଜାରରେ ବହୁତ ନେଇ ଆସିଥିଲି l ବହୁତ ଆମ୍ବ ମିଲ୍କ ସେକ୍ ପିଇ ଲେଣି ଆଜି ଦହୀ ପକେଇ ଲସି କରିବି ବୋଲି ଭାବିଥିଲି ଏ ଅସହ୍ୟ ଗରମରେ ବିଜୟକୁଂ ବହୁତ ଭଲ ଲାଗିଥାନ୍ତା ନିଶ୍ଚୟ l ଆଭାର ବାକ୍ୟ ଗୁଡିକରେ ବିଜୟକୁ କ’ଣ ଭଲ ଲାଗେ ନ ଲାଗେ ତାର ବ୍ୟାଖ୍ୟା ଥିଲା କେବଳ କିନ୍ତୁ ସ୍ଵାମୀକୁଂ କ’ଣ ଭଲ ଲାଗେ ନ ଲାଗେ ସେ ବିଷୟରେ କିଛି କଥା ନାହିଁ l ଏଥିରେ ମୁଣ୍ଡ ପିଟି ମରିବାକୁ ଯେ କୌଣସି ଲୋକର ଇଚ୍ଛା ହେବ ସେ ଲୋକଟି ବିଚାରା ସ୍ଵାମୀ ହୋଇଥାଉ ବା ଯୋଗୀ l

ବିଜୟର ପ୍ରଶଂସା ଉପରେ ପ୍ରଶଂସା ଗାଇ ଚାଲିନି ଯେ ତାଙ୍କ ଛାତିରେ ହାତୁଡି ଉପରେ ହାତୁଡି ପ୍ରହାର କରି ଚାଲିଛି ଆଭା l ସବୁଠୁ ଆଶ୍ଚର୍ଯ୍ୟ ଯେ ତା କଣ୍ଠରେ ଟିକେ ବି ଜଡତା ବା ଲଜ୍ଜା ସଂକୋଚତା କିଛି ହିଁ ନାହିଁ l ବେଶ୍ ଶତମୁଖ, ବେଶ୍ ପ୍ରଗଲଭ ଭାବରେ ବିଜୟର ପ୍ରଶଂସା ଗାଇ ଚାଲିଚି l ବାସ୍ ଆଉ ନୁହେଁ | ତାଙ୍କ ସହିବାର ସୀମାରେଖା ପାର୍ ହୋଇ ଗଲାଣି l

କିଛି ରାଗ ବି ବିଜୟ ଉପରେ ଯାଇ ପଡିଲା l ସେ ଆସି ଆଭାକୁ ଭାଉଜ ଭାଉଜ କହି ବେଶ୍ ଚିକ୍କଣ କଥା ବାର୍ତ୍ତାରେ ତା ମନକୁ ମୋହି ନେଇଛି କେତେବେଳେ ତାଙ୍କ ଅଜାଣତେ | ଏଣେ ଉପରେ ବେଶ୍ ସ୍ତ୍ରୀ ଶୋକର ନାଟକ କରି ନାରୀ ମାନଙ୍କଠୁ ସହାନୁଭୁତି ସାଉଁଟି ଚାଲିଛି l ସେ ସବୁ ପୁରୁଷ ମାନଙ୍କର ଚାଲାକି ପଣିଆକୁ ଠିକ୍ ଚିହ୍ନନ୍ତି | ପୁଣି ପର ମୁହୁର୍ତ୍ତରେ ଜିଭ କାମୁଡି ଦେଲେ | ଏଇ ଉକ୍ତିଟି ଏଠି ପ୍ରଯୁଜ୍ୟ ନୁହେଁ l ସବୁ ପୁରୁଷଙ୍କ ଭିତରେ ତାଙ୍କ ନାମ ବି ଅଛି |

ସେ କିନ୍ତୁ ଏ ନାଟକର ଏକ ସମୀକ୍ଷା ଚାହାଁନ୍ତି | ତେଣୁ ଆଭାର ପ୍ରତିକ୍ରିୟା ଜାଣିବା ପାଇଁ ସେ ହଠାତ୍ କହିଲେ ମୁଁ ମନା କରି ଦେଇଛି ବିଜୟକୁ ଆମ ଘରକୁ ଆଉ ଆସିବା ପାଇଁ | ସେ ବହୁତ ଖରାପ ହୋଇ ଗଲାଣି |

ତାଙ୍କ କଥା ସରୁ ନ ସରୁଣୁ ଆଭା ଏକ ବୋମା ବିସ୍ଫୋରଣ ଶଦ୍ଦ ପରି ଚିହିଁକି ଉଠି କହିଲା କାହିଁ କି ? ସେ ବହୁତ ଭଲ ଲୋକ | କାହିଁକି ତାଙ୍କୁ ମନା କଲ ! କ’ଣ ସେ ତମର କ୍ଷତି କଲେ l

-’’କୋଉଟା ତାର ଭଲ | ଆଉ କେତେ ସେ କ୍ଷତି କରିଥାନ୍ତା lମନେମନେ ଭାବୁଥିଲେ ବି ସେ ନିରବ ରହି ଆଭାର ମୁଖ ପ୍ରତିକ୍ରିୟାକୁ ଚାହିଁ ରହିଲେ l

ଆଭାର ବାକ୍ୟ ଗୁଡିକ କିନ୍ତୁ ଶୂଳ ବିଧ କରି ଚାଲିଛି ଅମରେନ୍ଦ୍ରକୁ ଛାତିରେ |

ତୁମେ ଏ ସବୁ ଭଲ କଲ ନାହିଁ କେତେ କଷ୍ଟରେ ତାଙ୍କୁ ମନେଇ ଥିଲି ରିନାର ବାହାଘର ପାଇଁ | ତାକୁ ଏତେ ବୟସ ଆସି ହେଲାଣି କୋଉଠୁ କିଛି ପାତ୍ର ଯୋଗାଡ ହୋଇ ପାରୁନି | ବାପା ଚିନ୍ତାରେ ଶଯ୍ୟାଶାୟୀ ହେଲେଣି | ବୋଉ କାନ୍ଦି କାନ୍ଦି କେତେ ହାତ ଧରି ମତେ ଖୁସାମଦ କରି ଚାଲିଛି | ତାଙ୍କ ଦୁଃଖ ମୋ ପକ୍ଷେ ଦେଖିବା ଆଉ ସମ୍ଭବ ହେଉ ନାହିଁ |

ଯେତେବେଳେ ବୋଉ ଫୋନ୍ କରୁଛି କାନ୍ଦୁଛି | ରିନାର ବାହାଘରଟା ହେଇଗଲେ ସେ ଟିକେ ନିଶ୍ଚିନ୍ତ ହୁଅନ୍ତା l ତୁମେ ଏ କ’ଣ କଲ l କେତେ ରୋଷେଇ ବହି ପଢି, ଭିଡିଓ ସବୁ ଦେଖି ତାଙ୍କ ପାଇଁ ଆମ୍ବ ମିଲ୍କ ସେକ୍ ଠୁ ଆରମ୍ଭ କରି ପନିର୍ ପକୋଡା, ଚିକେନ୍ ପକୋଡା ସବୁ କରି ଖୁଆଇ ତାଙ୍କୁ ମନେଇଲା ବେଳକୁ ତାଙ୍କୁ ମନା କରିଦେଲ ଘରକୁ ଆସିବାକୁ |

ତମେ କ’ଣ ଭାବୁଚ ମତେ ,ଏ ପଚାଶ ଡିଗ୍ରୀ ଗରମରେ ରୋଷେଇ ଘରେ ପଶି ରୋଷେଇ କରିବାକୁ ଭଲ ଲାଗୁଥିଲା ବୋଲି ମୁଁ ଏ ସବୁ କରୁଥିଲି | ଆଭାର ସ୍ବର କାନ୍ଦ କାନ୍ଦ | କିନ୍ତୁ ଅମରେନ୍ଦ୍ରଙ୍କ ମୁହଁ ହସ ହସ l ଏଇ କଥା ଶୁଣି | ସେ କେତେ କ’ଣ ଭାବି ନେଇଥିଲେ | ତାଙ୍କ ବିକୃତ ମନର କଦର୍ଯ୍ୟ ଭାବନା ନିମିଷକେ କୁଆଡେ ଅଦିନ ପବନ ପରି ଯେମିତି ଆସିଥିଲା ସେମିତି ଉଡି ଚାଲି ଗଲା |

-’’ଆରେ ନାହିଁ ହୋ ସେ ଯାଇଛି ତାର ଅନ୍ୟ ଏକ ସାଂଗ ଘରକୁ ଏ ଗରମରୁ ଟିକେ ରକ୍ଷା ପାଇବା ପାଇଁ ଆମ ଘରେ ଏ.ସି. ନାହିଁ ତ | ସେ ପୁଣି ଆର ଶନିବାରକୁ ଆସିଯିବ ଯେ | ବ୍ୟସ୍ତ ହୁଅନା l ତୁମ ଆମ୍ବ ତକ ତା ପାଇଁ ରଖିଦିଅ |

ଆମେ ଗୋଟେ ଏ.ସି. ଲଗେଇଲେ ହୁଅନ୍ତାନି | ଚାଲି ଯାଉଥିଲେ ଅମରେନ୍ଦ୍ର ଉପର ଘରକୁ ମନ ଖୋଲି ଟିକେ ହସିବା ପାଇଁ | ପ୍ରଶ୍ନବାଚିରେ ପୁଣି ଫେରି ଚାହିଁଲେ ଆଭାର ମୁହଁକୁ ପଛକୁ ଫେରି | ଅତ୍ୟଧିକ ଟିକେ ହେଇଗଲା ଆଭାର ବିଜୟ ପ୍ରେମ.…….!

ଶାନ୍ତିଲତା ମିଶ୍ର , ରଚେଷ୍ଟର୍, ମିନେସୋଟା


Rate this content
Log in