Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Children Stories Inspirational Thriller

3  

Priyanaka daya Kari nema kyha

Children Stories Inspirational Thriller

ପିଲା ଦିନ

ପିଲା ଦିନ

2 mins
158



 ହାତ ଠାରି ଡାକିଲେ ଆଉ ଶୁଣେନି ଆଖି ଉଠେଇ ଦେଖିଲେ ଆଉ  ଦିଶେନି ଦୂର ଆକାଶରେ ଜହ୍ନ ପରି ଦୂରକୁ ଆହୁରି ଦୂରକୁ ଯିଏ ଯାଇଛି ଚାଲି | ଦୂର ପାହାଡ଼ ଭଳି ଲାଗେ ମତେ କାଲି ପରି ସବୁ ଠାରୁ ଦୂରରେ ମୋ ପିଲା ଦିନ ଗଲା ଚାଲି |

 

 

ଥରେ ଗଲେ ଆଉ ଫେରିନଥାଏ | ସେ ପିଲା ଦିନ ଯାହା ମୋର ସ୍ଥିତି ରେଖା ସାଜି ଥିଲା ଜହ୍ନ | ମୁଁ ସାଙ୍ଗ ସାଥି ଆଉ ସେହି ଆଈ ଗଛର ମିଠା ମିଠା ବର କୋଳି | କାହିଁ ଦୂରକୁ ଗଲା ସେ ଘୁଞ୍ଚି ଠିକ ପଦ୍ମ ଫୁଲ ପରି | ଘୁଞ୍ଚି ଘୁଞ୍ଚି ନେଇ ବୁଡେଇ ଦେଇ ଏକ ଗଭୀର ଭିତରେ ଦେଲା ଛାଡି |ଏହି ବୟସ ଯେ ଏତେ ମଧୁର ଯାହା ପାଇଁ ଲୋଡ଼ା ଥାଏ ବାଲି ଖେଳ | ଆଜି ବି ସେହି ବାଲି ଅଛି, ନଦୀ ଅଛି, ସେ ଆମ୍ବ ଗଛ ଡାଳରେ ଝୁଲୁଛି ମୋର ପଟାର ଦୋଳି |

 

 

ହେଲେ ମୋ ବୟସ ଆଉ ଆସିଲା ନାହିଁ କି ଦୋଳିର ସେ ମଜା ଆଉ ନାହିଁ | କାରଣ ସେ ଗଛର ଚି଼ହ୍ନ ଅଛି ହେଲେ ସେ ପବନର ବେଗ ସହ ଦୂରକୁ ଯାଇଛି ଚାଲି | ଖରା ଦିନ ଆସେ ଯାଏ, ହେଲେ ନଦୀରେ ନଦୀ ଭରା ପାଣି ନଦୀର ନୌକାରେ ଧିବରର ଗୀତ ଆଉ ଶୁଭୁ

ନାହିଁ |"ଧୀରେ ଧୀରେ ଡ଼ଙ୍ଗା ଚଲାରେ ଧିବର ଝିଅକୁ ମୋ ମାଡୁଛି ଡର ଗଲା ଯିଏ ଆଉ ଫେରିବ ନାହିଁ ଟି ସେ ମୋ

ପିଲା ବେଳ "|ଗାଁ ଦାଣ୍ଡରେ ସେ ଧୂଳି ଉଡାଇ ଶଗଡ଼ ଗାଡିରେ ଦଣ୍ଡା ଖେଳେ, ଢ଼ୀପି ଢ଼ୀପି ମୋ ଶଗଡ଼ ଗାଡି, ବୋହୁଚୋରି ସାଙ୍ଗ ସହ, ଆକାଶରେ ମେଘକୁ ଦେଖି ଡ଼ଙ୍ଗାକୁ ଧରି ଭସାଇ ଦିଏ ମୋ ହାତକୁ କାତ କରି |

 

 

 

 

ଆଈବାରିରେ ଲାଗିଥିବା ଲେମ୍ବୁ, କୋଳି, ପିଜୁଳି, ଚୋରି ଧରା

ପଡିଲେ ଖାଇ ଥାଏ ଗାଳି ||ଆଉଚାହିଁଲେ ବି ସେ ସବୁ ଫେରି ଆସିବ ନାହିଁ |ସେ ଗାଳିରେ ଥାଏ ମୋ ମାଆର ମିଠା ଆକଟ, ଯାହା ପାଇଁ ମୁଁ ଲେଖିବା ଶିଖିଲି ଧରି କଲମ କାଗଜ |ଆଉ ବୋଉ କୋଳ, ଜହ୍ନ ମାମୁ କାହାଣୀ ବେଳ |ଆଉ ଫେରିବନି ଚାହିଁଲେ ସେ ସମୟର ଲୁଚକାଳି ଖେଳ |ଯାହାକୁ ଖୋଜି ଖୋଜି ମୁଁ ଥକି ପଡିଲିଣି ବୟସର ସୀମା ଟପି ଗଲାଣି ମୋର |ସାଇକେଲ ଚକାରେ ଗଡ଼ାଇ ଗଡ଼ାଇ କେତେବେଳେ ମୁଁ ବଡ଼ ହୋଇ ଗଲି ଜାଣି ପାରିଲି ନାହିଁ |ନଦୀକୁ ହାତ ତୀରେ ପାଣି ଭରେ ସେ ପହରା ଦିନ କଥା ଖାଲି ମନେ ପଡେ |

 

 

 

 

 

ଆଜି ବୟସର ଯୋଉ ପାହାଚରେ ମୁଁ ଛିଡା ହୋଇଛି ସେଠି ଖାଲି ଧୂଆଁ ଧୂଆଁ

ସଂସାରର ଗତିରେ ଦୌଡୁ ଅଛି |କିଏ ଜାଣେ କେତେବେଳେ ଆସିବ କୋଉ ମୋଡ଼ ସେ ପବନ ବେଗ ନେଇ ଦେବ କଚାଡି କୋଉ ସ୍ଥାନରେ କିଏ ବା ଦେଖିଚି କାଲିର ସକାଳେ |ସମୟ ବିତିଗଲାଣି, ଚିହ୍ନ ବି ଲିଭିଲାଣି, ସବୁ ଠାରୁ ଦୂରରେ ରହିଗଲା ମୋ ପିଲାଦିନର କାହାଣୀ |

 


Rate this content
Log in