ଗପ ହେଲେ ବି ସତ‐୨
ଗପ ହେଲେ ବି ସତ‐୨
ଗଳ୍ପ ହେଲେ ବି ସତ ‐୨
ଲିଲି ତା ବାପାଙ୍କ କୋଳରେ ଶୋଇଥିଲା ।ହଠାତ୍ ଏକ ଦୁଃସ୍ବପ୍ନ ଦେଖିଲା କି ତା ବଡ ଭଉଣୀର ବାହାଘର ତା ଅନିଛାସତ୍ତ୍ବେ କରାଯାଉଛି ।ନାନୀ ତାର ବହୁତ କାନ୍ଦୁଛି ।କହୁଛି ବାପା ମୋତେ ଏତେ ଶୀଘ୍ର ବାହା କରନି ।ବାପା କହୁଛନ୍ତି ଦେଖେ ମାମା ତୋରି ବଉ ଆଜି ମୋତେ ଏକା କରି ଆରପାରିକୁ ଚାଲିଗଲା ।ମୋତେ ତୁମମାନଙ୍କ ସବୁ ଦାୟୀତ୍ବ ଲଦିଦେଲା ।ତୁମ କଥା ବୁଝିବାକୁ ମୋର କଣ ଆଉ ବୟସ ଅଛି?ବୟସ ମୋର ଯେତେ ବଢୁଛି ଆୟୁଷ ବି ସରିସରିଯାଉଛି ।ଏଣୁ ତୋ ବାହାଘରଟା ସାରିଦେଲେ ପୁଣି ସଂଚୟ କରି ରଖିବାକୁ ହେବ ଲିଲିର ବାହାଘର ପାଈଁ ।ମନା କରେନା ଝିଅ ଭଲ ବର ଆଉ ଭଲ ଘର ପାଇବୁ ।ହାତଛଡା କଲେ ଆଉ ଏମିତି ବର କି ଘର ମିଳିନପାରେ।
ସବୁ ଶୁଣି ନାନୀ ମୁଣ୍ତ ପୋତିଦେଲା ।ବାପା ବୁଝିଗଲେ କି ମାମା ରାଜି ହୋଇଗଲା ।
ବାପା ଆଉ ନାନୀ ଲିଲିକୁ ସ୍କୁଲ୍ ରେ ଛାଡି ବଜାରକୁ ଗଲେ ।ଗଣ୍ଠିବନ୍ଧା ତାଲିକା ଅନୁସାରେ ସବୁ ଜିନିଷପତ୍ର କିଣିଆଣିଲେ ।ଘରେ ରଖି ବାପା ଲିଲିକୁ ସ୍କୁଲ୍ ରୁ ଘରକୁ ଆଣିଲେ ।ଲିଲି ସେ ସବୁ ଦେଖି କହିଲା ବାପା ଏସବୁ ନାନୀ ପାଈଁ ଆଉ ମୋ ପାଈଁ କିଛି ଆଣିନ ?ମୁଁ ତୁମର ମନେ ପଡିଲିନିନା ?
ବାପା କହିଲେ ତୋ ପାଇଁ ବି କିଛିଦିନ ପରେ ଏମିତି ଜିନିଷ ଅଣାହେବ ଲୋ ବୋକି !
କିଛିଦିନ ପରେ ଗଣ୍ଠିବନ୍ଧା ହୋଇଗଲା ।ପରେ ଶାଶୁଘର ଲୋକ ଦାବି କଲେ ଏକଲକ୍ଷ ଟଙ୍କା ଆଗୁଆ ଦିଅ ତା ପରେ ବିବାହଯୋଗ ବାହାର କରି କହିବୁ ।
ବାପା ମୁଣ୍ଡରେ ହାତ ଦେଇ ବସିଗଲେ ।ଆଖିରୁ ଲୁହ ଧାର ଧାର ହୋଇ ବୋହି
ପଡୁଥାଏ ।ତୁମେ ସ୍ଥିର କରି ମୋତେ ଖବର ଦିଅ କହି ରାଗ ତମତମ ହୋଇ ଉଠିପଡିଲେ ଝିଅର ମାମୁଁ ଶ୍ବଶୁର ।ସମସ୍ତେ ଚାଲିଗଲେଣି ।ବାପା କିନ୍ତୁ ପଥର ଭଳି ବସିଛନ୍ତି ।ମାମା ନାନୀ ବାପାଙ୍କ ଆଖି ଲୁହ ଦେଖି ସହିନପାରି ସିଏ ବି କାନ୍ଦୁଛି ।ଲିଲି କିନ୍ତୁ କିଛି କହିପାରୁନଥାଏ ।ଅନେକ ଅସନ୍ତୁଷ୍ଟ ଲିଲିର ମନ ଆଉ ଚିନ୍ତାଧାରା ।ସବୁ ସୁନ୍ଦର ସ୍ବପ୍ନ ଗୁଡିକ ସତେ ଯେମିତି ଜଳିପୋଡି ଛାରଖାର ହୋଈଯାଇଛି ।ଧୂଳି ଖେଳ ଭଳି ବାହାଘର ଭାଙ୍ଗିଯିବକି ?ମୋ ଝିଅ କୁ ଯୌତୁକ କଷ୍ଟ ଦେବେ କି ?ମୋ ଝିଅ ଆତ୍ମହତ୍ୟା କରିଦେବକି?ଏମିତି ଗୁଡାଏ ପ୍ରଶ୍ନ କରୁଛନ୍ତି ବାପା ମାଆର ଫୋଟଟିକୁ ଦେଖି ।
ନାନୀ ବି ମାଆର ଫୋଟକୁ ଦେଖି କହୁଥାଏ ତୁ ଯଦି ଥାନ୍ତୁ ଆଜି ବାପାଙ୍କୁ ବୁଝାନ୍ତୁ କି ମୋ ବାହାଘର ବନ୍ଦ କରିଦିଅନ୍ତେ ।ମୁଁ ବାପାଙ୍କ ସେବା କରି ରହିବାକୁ ଚାହେଁ ।ମୁଁ ଶାଶୁଘର ଚାଲିଗଲେ ବାପା କେମିତି ଏକୁଟିଆ ଲିଲି ସହ ରହିବେ ଯେ ?ଲିଲି ତ ବହୁତ ଛୋଟ ।ତାର ସବୁ ଭଲମନ୍ଦ ବାପା କଣ ବୁଝିପାରିବେ ?ଶାଶୁଘର ଲୋକ କଣ ମୋତେ ଆପଣାର କରିପାରିବେ ?ଏମିତି ଗୁଡାଏ କଥା କହି ନାନୀ ଭୋଭୋ ହୋଇ କାନ୍ଦୁଛି ।ତାର ସାଲ୍ୱାରର ଓଢଣୀ ଲୁହରେ ଭିଜିଗଲାଣି ।
ଲିଲି ଚମକି ପଡି ଉଠିପଡିଲା ।ସତକୁ ସତ ସେମିତି ଘଟଣା ବି ହୋଈଛି ।ଲିଲି ର ନିଦ ଯେମିତି ଭାଙ୍ଗିଛି ପାଖରେ ପିଆଜ କଟା ଧରି ବାପା ଆଉ ନାନୀ ବସିପଡିଲେ ।କହିଲେ ପିଆଜଗୁଡିକ ଭାରୀ କଡା ।
ଲିଲି ବି ଭାରୀ ଚାଲାକ୍ ।ସିଆଣିଆ ବୁଦ୍ଧିରେ ବାପାଙ୍କୁ କହିଲା ବାପା ଏତେ ଗଛ କାହିଁକି ବାରିପଟରେ ଲଗାଈଛ ?ଚାଲ ୟା ଭିତରୁ ଗୋଟିଏ ଗଛ ଦାଣ୍ଡପଟେ ଲଗାଇଦେବା ।
ବାପା କହିଲେ ନାଇଁରେ ଝିଅ ଗଛକୁ ଏହି ସ୍ଥାନରୁ ଅଲଗା ନେଲେ ମରିଯିବ ।ବଂଚିବ କି ନାହିଁ ସନ୍ଦେହ ।ଆଉ ଟିକେ ବଡ ହେଲେ ହୁଏତ ଚଳିବ ।କାରଣ ସେ ଯେଉଁ ମାଟିକୁ ଜାବୋଡି ଧରିଛି ତାଠାରୁ ଅଲଗା କରିଲେ ଖାପଖୁଆଈପାରିବନି ।
ଲିଲି ପଚାରିଲା ବାପା ସିଏ ବି ସଜୀବ ।ଝିଅମାନେ ବି ସଜୀବ ।ହେଲେ ଝିଅମାନଙ୍କର ବି ସେଈ ଅବସ୍ଥା ହେବନା ?ମାନେ ଆମ ନାନୀ ବି ଶାଶୁଘରେ ବଂଚିପାରିବନିନା ।
ବାପା ସଂପୁର୍ଣ ଚିନ୍ତାଶୂନ୍ୟ ବର୍ତ୍ତମାନ ॥
(ଦିପ୍ତୀଲେଖା ମିଶ୍ର)