Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କଳିଯୁଗର ବନ୍ଧୁ
କଳିଯୁଗର ବନ୍ଧୁ
★★★★★

© maheswar sahoo

Others

6 Minutes   449    49


Content Ranking

ପ୍ରସ୍ଥର ଯୁଗ,ତାମ୍ର ଯୁଗ, ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଆଦି ପଢିଥିବେ । ଆଜି ନିଶ୍ଚୟ ଏଇ କଳିଯୁଗର କିଛି ଦୃଷ୍ଟାନ୍ତ ପଢିବେ ଓ ଉପଲବ୍ଧି କରିବେ ମଧ୍ୟ । ରାମ ଓ ନରେଶ ଦୁଇ ସାଙ୍ଗ । ଦୁଇ ଗାଁର ଲୋକ, ହେଲେ ବିପଦ ଆପଦରେ ଦୁଇ ଜଣ କାନ୍ଧ କୁ କାନ୍ଧ ମିଳେଇ ସମସ୍ତ କାର୍ଯ୍ୟ କରି ଯାଇଥାନ୍ତି । ରାମ ସ୍ୱଭାବରେ ସରଳ, ଶାନ୍ତ, ନମ୍ର, ଧୀର ଓ କର୍ତ୍ତବ୍ୟ ପରାୟଣ ମଧ୍ୟ । କିନ୍ତୁ ନରେଶ ସ୍ୱଭାବରେ ଟିକେ କର୍କଶ, କ୍ରୁର, ଧୃତ, କପଟୀ ଓ ନୃଶଂସ ପ୍ରକୃତିର ଥିଲା । ଦିନକର କଥା ରାମ ନରେଶର ଘରକୁ ଆସିଥାଏ । ନରେଶ ତାର ପତ୍ନୀ ନମିତା କୁ କହିଲା, "ବୁଝିଲ ରାମର ଚର୍ଚ୍ଚା ଟିକେ ଭଲ ଭାବେ କରିବ ଆଉ ମୋର କୌଣସି ଗୋଟେ ଗରୁତ୍ବପୂର୍ଣ କାମ ଅଛି ଓ ମୁଁ ଆସୁଛି" । 

  ନମିତା ରାମର ସମସ୍ତ ଚର୍ଚ୍ଚା ଭଲ ଭାବରେ କଲେ । ଖାଇବା ସରିଲା ରାମ ନିଜ ବନ୍ଧୁ ଗୃହରେ ବିଶ୍ରାମ ନେଲେ । ନିଜର ବନ୍ଧୁ ଗୃହ ନିଜ ଗୃହ ଠାରୁ ବହୁତ ଉନ୍ନତ ମାନର ଅଟେ । ପକ୍କା ଘର ସହିତ ନାନାବିଧ ଉପକରଣରେ ସୁସଜ୍ଜିତ ଇନ୍ଦ୍ରଭୁବନର ମହଲ । ଯାହା ହେଉ ବନ୍ଧୁ ମୋର ଖୁସିରେ ଥାଉ କହି ରାମ ନିଜକୁ ଶୟନ କକ୍ଷରେ ବିଶ୍ରାମ ଦେଲେ । ଇତି ମଧ୍ୟରେ ନରେଶ ନିଜ କର୍ମ ସମାପ୍ତ କରି ଗୃହକୁ ଆଗମନ କଲେ । ଆଉ ରାମର ଚର୍ଚ୍ଚାର ଶୁଭ ବାର୍ତ୍ତା ଶୁଣି ଆନନ୍ଦିତ ହେଲେ । 

  କିଛି ସମୟ ପରେ ରାମ ବାବୁ ମଧ୍ୟାହ୍ନ ଶୟନ ବିରାମ କରି ଦେଖିଲେ ନରେଶ ଆସିଯାଇଛି । ନରେଶ କୁ ପାଖକୁ ଡାକି କହିଲେ ନରେଶରେ ମୁଁ ଚାଲିଲି ସିଆଡେ ମୋର ବହୁତ କାମ ଅଛି । କିନ୍ତୁ ନରେଶ କହିଲା ଦେଖ ଆଜି ରାତ୍ରିଯାପନ ମୋ ଭବନରେ କରିବାକୁ ପଡିବ । ଦେଖ ମୋ କଥା ମାନିବୁ ଆଉ ରହିବୁ ମଧ୍ୟ । ରାମ ବହୁତ ବାଧ୍ୟ କଲେ ମଧ୍ୟ ନରେଶ ଶୁଣି ଲେ ନାହିଁ । ଶେଷରେ ରାମ ନରେଶ ଗୃହରେ ରାତ୍ର ଭୋଜନ ପାଇଁ ରାଜି ହେଲେ ।

   ରାତ୍ର ନଅଟା ମଧ୍ୟରେ ଭୋଜନ କାମ ସରିଯାଇଥିଲା । ରାତ୍ର ଶୟନ ପାଇଁ ଅତିଥି ଗୃହରେ ରାମକୁ ନରେଶ ଅନୁରୋଧ କରିଥିଲେ । ରାମ ନିଜ ବିଛଣାରେ ସୋଇ ଥାନ୍ତି । ଠିକ ରାତି ବାରଟା ହେବ ପ୍ରାୟ । ଏକ ଚିତ୍କାର ଶବ୍ଦ ଶୁଭୁଥିଲା । ରାମଙ୍କର ନିଦ ଭାଙ୍ଗି ଯାଇଥିଲା । ଯାହା ହେଲେ ବି ଭୋଜନ ପରର ନିଦ ବହୁତ ନିଗୋଢ଼ ରହିଥାଏ । ରାମ ଚିତ୍କାର ଶବ୍ଦ ଶୁଣିଲେ ଓ ଟିକେ ଉଠି ବସିଲେ । ରାତ୍ର ଅନ୍ଧକାର ଭିତରେ ଚିତ୍କାର ଶବ୍ଦ ଭାସି ଆସୁଛି କେଉଁ ଦିଗରୁ ବାରି ହେଉନଥାଏ । ଏମିତି ଚିନ୍ତା କରୁଥାନ୍ତି ରାମ, କ'ଣ ବିପଦ ପଡିଲା ନରେଶ ଉପରେ । ଯାହା ହେଲେ ବି ସେ ମୋର ବାଲ୍ୟବନ୍ଧୁ । ତାର ଖୁସି ମୋର ଖୁସି ଆଉ ତାର ଦୁଃଖ ମୋର ଦୁଃଖ, ଯାହା ହେଲେ ବି ସେ କାଳେ କୌଣସି ବିପଦରେ ପଡିଥିବ । ନ ହେଲେ ଏମିତି ଚିତ୍କାର ଶବ୍ଦ କାହାର । ଯେତେହେଲେ ବି ମୁଁ ଅତିଥି ନରେଶ ପାଇଁ । ହଉ ଯାଇ ଦେଖେ କଣ ହେଇଛି କହି ନିଜର କବାଟ ଖୋଲିଲେ ରାମ । ଆଉ ଏମିତି ଦୃଶ୍ୟ ଦେଖି ନିଜେ ଅବାକ ହୋଇ ଗଲେ ରାମ ।

    କେଇଜଣ ଗୁଣ୍ଡା ଶ୍ରେଣୀର ଲୋକ ହାତରେ ଛୁରୀ ଆଉ ଖଣ୍ଡା ଧରି ନରେଶକୁ ବାନ୍ଧି ଦେଇଥାନ୍ତି । ଗୋଇଠା ଓ ବିଧା ମଧ୍ୟ ମାରି ଚାଲିଥାନ୍ତି । ସେମାନେ ରାମକୁ ଦେଖି ଟିକେ ଭୟବିତ ହୋଇ ଗଲେ ଓ ରାମ କୁ ଛାଡି ଦେଇ ଚାଲି ଯାଇଥିଲେ । ଯାହା ହେଲେ ବି ଯୋଡ଼ା କୁ ଘୋଡା ସରିହେବନି । ସେମିତି ନରେଶ ପାଖରେ ରାମକୁ ଦେଖି ସେମାନେ ନରେଶର କୌଣସି କ୍ଷତି ନ କରି ଚାଲି ଯାଇଥିଲେ ।

   ରାମ ନରେଶକୁ ବନ୍ଧନ ମୁକ୍ତ କରି ପଚାରିଲେ ," କିରେ ନରେଶ ସେମାନେ କିଏ ଆଉ ରାତି ଅଧରେ ଘରେ ପଶି ତୋତେ କାହିଁକି ମାରିଦେବାର ଧମକୀ ଦେଉଥିଲେ" ।

  ନରେଶ ସିଧା ସିଧା ରାମ କୁ କହିଲା ସେ ମୋର ବ୍ୟକ୍ତିଗତ ସମସ୍ୟା ଆଉ ତୁ କାହିଁକି ଏଠିକି ଆସିଲୁ ଆଉ ମଲେ ମୁଁ ମରିଥାନ୍ତି । ତୁ କଣ ମୋ ଇଜ୍ଜତକୁ ମାଟିରେ ମିଶେଇ ନିଜକୁ ବଡ଼ପଣିଆ କରିବା ଲକ୍ଷରେ ମୋ ପାଖକୁ ଧାଇଁ ଆସିଲୁ । 

   ନରେଶର ଏମିତି ଓଲଟା ନୀତି ରାମ ବୁଝି ପାରିନଥିଲା । ରାମ କହିଲା ଭାଇରେ ମୁଁ କେମିତି ସହିଥାନ୍ତି ତୋର କରୁଣ ଚିତ୍କାର ତୁ ପରା ମୋର ବାଲ୍ୟ ବନ୍ଧୁ । ମୁଁ ମୋ ନିଜ ଜୀବନଠାରୁ ତୋତେ ଅଧିକ ଭଲ ପାଏ । ବରଂ ମୋ ଜୀବନ ଚାଲି ଯାଉ ତୋ ପାଇଁ ହେଲେ ତତେ ମୁଁ କେବେ ବିପଦରେ ଦେଖି ପରିନଥାନ୍ତି । କିନ୍ତୁ ନରେଶ ନିଜର ବଡ଼ ପଣିଆ ଆଉ ଅହମିକାକୁ ଜାବୁଡି ଧରି ଅନ୍ଧ ପରି ଭର୍ତ୍ସନା କରିବାକୁ ଲାଗିଲା । ଅଧ ରାତି ଆଉ ରାମ ର କୌଣସି ଉପାୟ ନ ଥିଲା ଯେକି କିଛି କହିବାର । ନରେଶ ତାକୁ ଓଲଟା ବୁଝୁଥିଲା ଆଉ ନିଜକୁ ବଡ଼ ବୋଲି ଧନୀ ବୋଲି କହୁଥିବା । ନରେଶ ଯେ ଲୋକମାନଙ୍କ ପଇସା ଖାଇ ଆଉ ଜଣେ ଡ୍ରଗ୍ସ ବେପାରୀ ହୋଇ ଘରେ ବସିଛି ୟେ କଥା ରାମ ଜାଣିନଥିଲା ।

   ନରେଶ ବୁଝିଗଲା ଯେ ମୋର କୋଠା ବାଡି ଠକାମି ଆଉ ଟାଉଟରୀ କର୍ମରୁ ହୋଇଛି ବୋଲି ରାମ ତ ଜାଣିନେଲା । କେମିତି ଆଉ ମୁଁହ ଦେଖେଇବି ରାମ ଆଗରେ । କିନ୍ତୁ ରାମ ତାର କଳା କାରନାମା କିଛି ଜାଣିନଥିଲା । ସେ ଜାଣି ପାରୁନଥିଲା ନରେଶ କାହିଁକି ତା ଉପରେ ଏତେ ରଗୁଛି ଆଉ ଭିଣି ଭିଣି ହେଉଛି । କେମିତି ରାତି ପାହୁଛି ଆଉ ଏଠୁ ସେ ବିଦାୟ ନେବ ସେଇ କଥା ଭାବି ହେଉଥାଏ । 

   ରାତି ପହିବା ସମୟ ପୂର୍ବରୁ ପୁଣି ଥରେ ଘରେ କୋଳା ହଳ ଶୁଭି ଥିଲା । ଆଉ ନରେଶ ରାମ ରାମ ବୋଲି ଡାକ ଛାଡିଥିଲା । ରାମର ନିଦ ଭାଗିଯାଇଥିଲା ଏବଂ ସେ ଉଠି ଦେଖେତ ନରେଶ ଭବନରେ ପୋଲିସ । କଣ ହେଇଛି ସେ ବୁଝିବା ପୂର୍ବରୁ ପୋଲିସ ଆସି ତା ହାତରେ ଓ ନରେଶ ହାତରେ ମଧ୍ୟ ହାତ କଡୀ ପକେଇ ଦେଲେ । ରାମର କୌଣସି କଥା ବୁଝିବାକୁ କେହି ନ ଥିଲେ ପାଖରେ । ପୋଲିସ ତାକୁ ଧରି ନେଇଥିଲେ ଓ ଥାନାରେ ଥିବା ହାଜତ ମଧ୍ୟରେ ରଖି ଦେଇଥିଲେ ଦୁଇ ସାଙ୍ଗଙ୍କୁ । କଣ ହୋଇଛି ଆଉ ମୋର ଦୋଷ କଣ ଜାଣିବାକୁ କି କାହାକୁ ପଚାରିବାକୁ ସମୟ ନ ଥିଲା ତା ପାଖରେ । 

   ହଠାତ କେଇ ଜଣ ପୋଲିସ କର୍ମୀ ଆସି ରୋଲ ବାଡ଼ି ଧରି ନିର୍ଧୁମ ବଡେଇବା ଆରମ୍ଭ କରିଦେଲେ ଏବଂ ପଚାରୁଥିଲେ କହ, " ଆଉ କିଏ ତମ ସାଥିରେ ଅଛି? କେତେଜଣ ମିଶି ଡ୍ରଗ୍ସ ବେପାର କର? " ।

   ଡ୍ରଗ୍ସ ବେପାର କଥା ଶୁଣି ରାମର ହୋଶ ଉଡିଯାଇଥିଲା । ସେ ତ କେବେ ଡ୍ରଗ୍ସ ଦେଖିନି ଜୀବନରେ ! ନରେଶ କଣ ଡ୍ରଗ୍ସ ବେପାର କରି ଧନୀ ଆଉ ମାନି ହେଇଛି । ଧରା ପଡିବା ପୂର୍ବରୁ ତାର ଡ୍ରଗ୍ସ ସାଥି ସେଇଥି ପାଇଁ ମାରିଦେବାକୁ ଆସିଥିଲେ ରାତିରେ ?

   ହେ ଭଗବାନ ! ବଞ୍ଚାଅ ମୋତେ ଏହି ବିପଦରୁ । ଏମିତି ବହୁତ ବାହୁନି ହେଉଥାଏ ରାମ ଆଉ ରୂଲ ବାଡିର ଆଘାତ ମଧ୍ୟ ସହୁଥାଏ । କଳି ଯୁଗର ନୀତି ଗତି ରାମ ବୁଝି ଯାଇଥିଲା ଇତି ମଧ୍ୟରେ । ଆଉ ସେ ମଧ୍ୟ ନିଜର ଶାନ୍ତ ଆଉ ସରଳ ଭାବନାକୁ ଜାଗ୍ରତ କରିଥିଲା । ରାମକୁ ହାଜତରେ ଦୁଇ ଦିନ ରଖିବା ପରେ ପୋଲିସ ନ୍ୟାୟାଳୟକୁ ସ୍ଥାନାନ୍ତରଣ କରିଥିଲେ । କାଠ ଗଢ଼ା ମଧ୍ୟକୁ ରାମ କୁ ଡକା ଯାଇଥିଲା । ଆଉ ପଚରା ଯାଇଥିଲା ବିଚାରପତିଙ୍କ ଦ୍ୱାରା ଯେକି ତୁମେ କେତେ ଦିନ ଧରି ଡ୍ରଗ୍ସ ବେପାରରେ ସଂଶ୍ଳିଷ୍ଟ ଅଛ । ଏବଂ ରାମ ଗୋଟିଏ ସିଧା ସାଧା ଉତ୍ତର ଦେଇଥିଲେ, " ବିଚାର ପତି ମହୋଦୟ, ଆପଣ ଏହି କଳି ଯୁଗର ଧର୍ମାବତାର, ମୁଁ ଜାଣିଛି ଆପଣ ମୋ ଉପରେ ବିଶ୍ୱାସ କରିବେନି ଆଉ କୌଣସି ସଂଘୀନ ଦଫା ଲଗେଇ ମୋତେ କାରାଗାର ପଠାଇ ଦେବେ । ହେଲେ ମୁଁ ଯାହା କହିବି ସତ କହିବି ଗୀତା ଛୁଇଁ କହୁଛି । ଯେକି ମୋର ଏଇ କଳିଯୁଗର ବନ୍ଧୁ ହେଉଛନ୍ତି ନରେଶ ଆଉ ତାଙ୍କ ଘରକୁ ମୁଁ ନିମନ୍ତ୍ରଣରେ ଆସିଥିଲି । ସେମାନେ ବାଧ୍ୟ କରିବାରୁ ରାତ୍ରସୟନ କରିଥିଲି । ୟା ଛଡା ମୁଁ କିଛି ଜାଣିନି ଆଉ ୟା ବିଷୟରେ ମୁଁ ଅବଗତ ନୁଁହ । 

  ନରେଶକୁ ମଧ୍ୟ କାଠ ଗଢାକୁ ଡକା ଯାଇଥିଲା ଏବଂ ନରେଶ କହିଥିଲେ ," ମହାଶୟ ୟେ ବନ୍ଧୁ ମୋର ଡ୍ରଗ୍ସ ବେପାର ଆରମ୍ଭ କରିଛନ୍ତି ଆଉ ସେ କାଲି ଆମ ଘରକୁ ଡ୍ରଗ୍ସ ପଠାଇବା ପାଇଁ ଆସିଥିଲେ । ଏବେ ପୋଲିସ ଦ୍ୱାରା ଧରା ପଡିଯିବାରୁ ଖସି ଯିବାର କୌଶଳ ଖୋଜୁଛନ୍ତି । "

  ବିଚାରପତି ଟିକେ ଦ୍ଵନ୍ଦ ରେ ପଡି ଯାଇଥିଲେ ଓ କହି ଥିଲେ ତୁମେ ଦୁଇ ବନ୍ଧୁ ସତ କି ମିଛ କହୁଛ ଏବେ ମୁଁ ଏଇଠି ପ୍ରମାଣ କରିଦେବି । ଲୁଣ ଲୁଣ ଜାଗାରେ ରହିବ ଓ ଚିନି ମଧ୍ୟ ଚିନି ଜାଗାରେ ରହିବ ।

   ବିଚାର ପତି ନିର୍ଦେଶ ଦେଲେ ୟେ ଦୁଇ ବନ୍ଧୁ ମଧ୍ୟରୁ କିଏ ସତ ଆଉ କିଏ ମିଥ୍ୟା କହୁଛି ଗୋଟେ ପରୀକ୍ଷା କରିବା । ଏଇ ପରୀକ୍ଷାରେ ଯିଏ ଜିତିବ ସିଏ ସତ କହୁଛି । ବିଚାର ପତି କହିଲେ ଯେକି ଦୁଇ ପ୍ୟାକ ଡ୍ରଗ୍ସ ଆଣ ଆଉ ଦୁଇ ପକେଟକୁ ଦୁଇ ଗ୍ଲାସ ପାଣିରେ ଗୋଳାଇ ଦିଅ । ଚୌକିଦାର ଆଦେଶ ଅନୁସାରେ ଦୁଇ ପ୍ୟାକେଟ ଡ୍ରଗ୍ସକୁ ଦୁଇ ପ୍ୟାକେଟ ପାଣିରେ ଗୋଳେଇ ଦେଲେ ଆଉ ପିଚାରପତି କହିଲେ ଦୁଇ ଜଣଙ୍କୁ ଦୁଇ ଗ୍ଲାସ ଡ୍ରଗ୍ସ ସରବତ ଦିଆ ଯାଉ ପିଇବାକୁ । ରାମ ଖୁସିରେ ଧରିନେଲା ଓ ନରେଶ କହିଲା ଡ୍ରଗ୍ସ ମୁଁ କାହିଁକି ଧରିବି ? ରାମ ବେପାର କରୁଛି ସେ ପିଉ । ମୁଁ କାହିଁକି ପିଇକି ମରିବିଯେ । ପଇସା ପକେଇ ଓକିଲ ଧରି ଜାମିନି ଆସିବି । ପୁଣି ନିଜ ଜୀବନକୁ ଆଗେଇବି । କହି ନରେଶ ପିଇବାକୁ ଅନିଚ୍ଛା ପ୍ରକାଶ କଲେ ।

   ରାମ କହିଲା ଯଦି ଡ୍ରଗ୍ସ ସରବତ ରେ ମୋର ଜୀବନ ଯାଇ ପାରିବ ତେବେ ମୋତେ ଦିଅନ୍ତୁ ବିଚାର ପତି ! ମୁଁ ସେଇ ଡ୍ରଗ୍ସ ସରବତ ପିଇ ମାରିବାକୁ ଚାହେଁ । କଳିଯୁଗର ମିଥ୍ୟା କଳଙ୍କ ଆଉ ଅପମାନ ମୁଁ ସହିପାରିବିନି । କାରଣ ଏଇଟା କଳି ଯୁଗ ଆଉ ଯାହାକୁ ବିଶ୍ୱାସ କରିବୁ ଓ ନିଜର ସଖା, ସାଙ୍ଗ ଓ ବନ୍ଧୁ ସହୋଦର ମନେ କରିବୁ ସେଇ ହେବ ତୁମର ପରମ ଶତ୍ରୁ । ତେଣୁ ମୁଁ ମରିବାକୁ ଚାହେଁ କହି ପୁରା ଗ୍ଲାସ ଯାକ ପିଇ ଦେଇଥିଲେ ରାମ । 

   ବିଚାରପତି କହିଲେ ଦେଖ ରାମ ତମେ ଜଣେ ସଚୋଟ ଓ ସତ୍ୟବାଦୀ ବନ୍ଧୁ । ତୁମର ସତ୍ୟ ଓ ନିଷ୍ଠା ପାଇଁ ମୁଁ ତୁମ ନିକଟରେ ନତମସ୍ତକ ହେଉଛି । ତୁମେ ପିଇଥିବା ଡ୍ରଗ୍ସ ସରବତ, ତାହା ଡ୍ରଗ୍ସ ନ ଥିଲା ତାହା ଥିଲା ଗ୍ଲୁକୋଜର ସରବତ । ବିଚାରପତି ରାମଙ୍କୁ ନିର୍ଦୋଷରେ ଖଲାସ କରି ଥିଲେ । ନରେଶକୁ ଆଜୀବନ କାରାଦଣ୍ଡର ଶୁଣାଣି କରିଥିଲେ ।

    ହେଲେ ରାମତ କରୁଣାର ଅବତାର ସେ ତ ନ୍ୟାୟ ଓ ନିଷ୍ଠାର ଅବତାର । ଗୋଡ଼ତଳେ ପଡିଯାଇଥିଲେ ବିଚାର ପତିଙ୍କର ଆଉ ଗୁହାରି କରିଥିଲେ ମଣିମା.....ନରେଶ ଖଟି ଖାଇବ ବରଂ ସେ ଆଉ ଡ୍ରଗ୍ସ କାରବାର କରିବନି ତାକୁ ଛାଡି ଦିଅନ୍ତୁ ମଣିମା.......!!!!

***************

ଲେଖକ(ମହେଶ୍ୱର ସାହୁ)

ଗୋପୀବିନ୍ଧା,ବ୍ରାହ୍ମଣଗାଁ,ବାଲେଶ୍ଵର(ଭଦ୍ରକ)

ଭୋଜନ ବଡ଼ପଣିଆ କଳା କାରନାମା

Rate the content


Originality
Flow
Language
Cover design

Comments

Post

Some text some message..