Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprava Mishra

Others

5.0  

Shaktiprava Mishra

Others

ବହି

ବହି

3 mins
596


ପିଲାଟି ଓଡ଼ିଆ ବହିଟିଏ ପଢ଼ୁଥିଲା । ଟ୍ରେନ୍ ରେ ତା ସାମନା ସିଟ୍ ରେ ବସିଥିବା ଲୋକଟି ପଚାରିଲା, କାହା ବହି ପଢ଼ୁଛନ୍ତି ? ପିଲାଟି ଉତର ଦେଲା ଶେଫାଳୀ ଦାସଙ୍କର । ଦେଶ ବିଦେଶର କାହାଣୀ ଲେଖିଛନ୍ତି । ପଣ୍ଡିଚେରୀରେ ରୁହନ୍ତି ସିଏ । ବୟସ ତାଙ୍କର ଷାଠିଏ ଉପରେ ହେବ । ବହୁତ ବହି ଲେଖିଛନ୍ତି । ଆପଣ ପଢ଼ିବ -ଆପଣ ପଢ଼ିସାରନ୍ତୁ । ଲୋକଟିର ହାତକୁ ବହିଟି ବଢ଼େଇ ଦେଇ ପିଲାଟି କହିଲା, ‘ମୋ ବହି ଯେତେବେଳେ ମୁଁ ଯେବେ ଚାହିଁବି ପଢ଼ିପାରିବି ।’ ଏମିତି ବି ମୋ ପାଖରେ ଆଉ ବହି ଅଛି । ବ୍ୟାଗ୍ ଭିତରୁ ପିଲାଟି ବାହାର କଲା ଆଉ ଗୋଟିଏ ବହି । ହିନ୍ଦୀର ଜଣେ ଜଣାଶୁଣା ଲେଖକଂକ ଓଡ଼ିଆ ଅନୁବାଦ ବହି । ମନଦେଇ ବହିଟିକୁ ପଢ଼ିବସିଲା ସିଏ ।

ସାମନା ଲୋକଟି କାହାଣୀକୁ ମାତ୍ର ଙ୍ଘଟାଏ ଭିତରେ ସାରି ଦେଇ କହିଲା, ବହିଟା ରଖନ୍ତୁ । ପିଲାଟି ସଙ୍ଗେସଙ୍ଗେ ନିଜର ବହିଟିକୁ ଦେଖାଇ କହିଲା, ଏଇଟା ପଢ଼ିବାକୁ ଚାହିଁବେ?

-କିନ୍ତୁ ତୁମେ ତ ପଢ଼ୁଛ । ସାରିଲେ ମୋତେ ଦେବ ।

ବହିକୁ ଲୋକଟି ହାତକୁ ବଢ଼େଇଦେଇ ପିଲାଟି କହିଲା, ମୋ ବହି ଯେତେବେଳେ ମୁଁ ତ କେବେ ବି ପଢ଼ିପାରିବି । ଆପଣଙ୍କର ପଢ଼ିବାରେ ବହୁତ ଆଗ୍ରହ ଅଛି । ଆଜିକାଲି ଲେଖିବା ଲୋକଙ୍କ ସଂଖ୍ୟା ଅଧିକ । କିନ୍ତୁ ପଢ଼ିବା ଲୋକ କାହାନ୍ତି ? ଆପଣ ବହିଟା ପଢ଼ନ୍ତୁ । ମୋ ପାଖରେ ପଢ଼ିବା ପାଇଁ ଆଉ ବହି ଅଛି । ବ୍ୟାଗ୍ ଭିତରୁ ପିଲାଟି ବାହାର କଲା ଆଉ ଗୋଟିଏ ବ ପିଲାଟିର ପାଖରେ ବସିଥିଲେ ଜଣେ ଭଦ୍ର ମହିଳା । ପଚାରିଲେ ମୁଁ ଏଇ କାହାଣୀ ବହିଟା ପଢ଼ିପାରିବି । ନିଶ୍ଚୟ ନିଶ୍ଚୟ କହି ବହିଟିକୁ ସେ ଭଦ୍ର ମହିଳାଙ୍କ ହାତକୁ ବଢ଼ାଇ ଦେଲା । ନିଜେ ବ୍ୟାଗ୍ ରୁ ଆଉ ଗୋଟିଏ ବହି କାଢ଼ି ପଢ଼ିବାରେ ଲାଗିଲା ଅନୁବାଦ ବହିଟିରୁ କିଛି ପୃଷ୍ଠା ପଢ଼ିବା ପରେ ଲୋକଟିକୁ ପିଲାଟିର ବ୍ୟବହାର କେମିତି କେମିତି ଲାଗିଲା । ସେ ମୁହଁ ଉଠେଇ ପଚାରିଲା, ‘କେବେଠାରୁ ଏମିତି ବହିପଢ଼ା ଆରମ୍ଭ କରିଛନ୍ତି ?ତା ପୁଣି ଓଡ଼ିଆ ବହି | ପିଲାଟି ଉତର ଦେଲା, ସେବେଠାରୁ, ଯେବେଠୁ ଜାଣିବାକୁ ପାଇଲି ଓଡ଼ିଶାର ଲୋକମାନେ ଓଡ଼ିଆ ବହି ପଢ଼ିବାକୁ ଭଲ ପାଆନ୍ତିନି । ଭାବିଲି ବିଜିନେସ୍ ପାଇଁ ମୁଁ ତ ସବୁବେଳେ ଭ୍ରମଣ କରୁଛି । ଯେତିକି ସମୟ ମୁଁ ରାସ୍ତାରେ କଟାଉଛି ଅନ୍ତତଃ ମୋ ଭଳି କେତେଟା ଓଡ଼ିଆ ଭାଷାପ୍ରେମୀ ତିଆରି କରିଦିଏ । ସମୟ ନାହିଁ କହି କେହି ବହି କିଣିକରି ସିନା ପଢ଼ୁନାହାନ୍ତି କିନ୍ତୁ ଏଠିତ ଖାଲି ସମୟ ହିଁ ସମୟ । ଥରେ ଓଡ଼ିଆ ବହି ପଢ଼ିଲେ ସିନା ଜାଣିବେ ଆମ ନିଜ ମାଟିର ସ୍ରଷ୍ଟା ମାନଙ୍କର ଅତୁଳନୀୟ ପ୍ରତିଭା ବିଷ ତୁମେ ଓଡ଼ିଆ ଭାଷାକୁ ଏତେ ଭଲ ପାଅ ? ଲେଖାଲେଖି କର କି? ନାଇଁ ଆଜ୍ଞା । ମୁଁ ଓଡ଼ିଆ ଭାଷା ଲେଖିବା ଜାଣିନି । ଇଂଲିସ୍ ମିଡିୟମ ରେ ପାଠ ପଢ଼ିଛି ତ!ପିଲାଦିନେ ବୋଉ ଯେତେବେଳେ ଓଡିଆ ଅକ୍ଷର ଶିଖେଇବାକୁ ବସୁଥିଲା ବାପା ପାଟି କରି କହୁଥିଲେ ତାକୁ ଇଂରେଜି ପାଠ ଶିଖାଅ ।ନହେଲେ ମୁର୍ଖହୋଇ ଗାଁ ଦାଂଡ଼ରେ ବୁଲି - କିନ୍ତୁ ତୁମେ ପଢ଼ୁଛ ଯେ? ଏବେ ଏବେ ନିଜ ପ୍ରଚେଷ୍ଟାରେ ଓଡ଼ିଆ ଅକ୍ଷର ଶିଖିଚି ।ଶିଖିବା ପରେ ତ ଜାଣିପାରିଲି ଓଡ଼ିଆ ନ ପଢି କଣ ସବୁ ହରେଇଦେଇଛି ମୁଁ ।ଓଡ଼ିଆ ଭାଷା ,ସଂସ୍କୃତି ,କଳା ,ଧର୍ମ ଆଉ ଜୀବନି ସତରେ କେତେ ପ୍ରାଚୀନ ,କେତେ ଉନ୍ନତ!ସେଥିପାଇଁ ତ ଲୋକଙ୍କ ମନରେ ପଢ଼ିବା ଆଗ୍ରହ ସୃଷ୍ଟି କରେଇବା ପାଇଁ ମୋତେ ଏମିତି କଷ୍ଟ କରିବାକୁ ପଡୁଛି ।

-ଚେଷ୍ଟାରେ ସଫଳ ହେବ ବୋଲି ଭାବୁଛ ?

ନିଶ୍ଚୟ । ଏଇ ତ ମୋ ସାମନାରେ ଆପଣ ଦୁଇଜଣ କେତେ ଆନନ୍ଦରେ ଓଡ଼ିଆ ଭାଷାକୁ ଆପଣେଇଥିବା ମୁଁ ଦେଖି ପାରୁଛି । ଏମିତି ଅନେକ ଆସିଲେଣି ।ଦେଖନ୍ତୁ ଏଇ ଫୋନ ଲିଷ୍ଟ । ଏମାନେ ସମସ୍ତେ ଗୋଟିଏ ବହି ପଢ଼ି ସାରିଲେ ମୋତେ ଥରଟିଏ ଫୋନ କରି ତାଂକ ଖୁସି ଜଣାଇଥାନ୍ତି ସେଥିପାଇଁ ତ ଯାତ୍ରା ସମୟରେ ମୁଁ ମୋ ବ୍ୟାଗରେ ଲୁଗାପଟା କମେଇ ସାଥିରେ ନେଇଆସିଥାଏ କିଛି ବହି ।


Rate this content
Log in