Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଦୁଃଖର ଦୀପାବଳି

ଦୁଃଖର ଦୀପାବଳି

2 mins
7.6K


ଆନନ୍ଦ ପୁରରେ ସନାତନର ଘର l ସୁନ୍ଦର ଆଉ ସୁଖୀ ପରିବାର l ସେ ଆଉ ତା ସ୍ତ୍ରୀ ଦୁହେଁ ରୁହନ୍ତି l ସନାତନର ଭାରି ଇଚ୍ଛା, ତାର ପୁଅହବlକିଛି ଦିନ ବିତି ଗଲା ପରେ ତା ସ୍ତ୍ରୀର ପିଲାଛୁଆ ହବ lସନାତନ ଖୁସିରେ ନାଚି ଗଲା l ତା ସ୍ତ୍ରୀକୁ କହୁଛି ଯଦି ପୁଅ ନହୁଏ ମୁଁ ଆଉ ଏଘରେ ରହିବି ନାହିଁ l କିଛି ଦିନ ପରେ ସନାତନର ଝିଅ ହେଲା l ସତକୁ ସତ ସେ ଘରଛାଡି ପଳେଇ ଗଲା l ସେ ଘରକୁ ଫେରିଲାନି l ମା ଝିଅକୁ ନେଇ ରହିଲା l ବହୁ ଦୁଃଖ କଷ୍ଟରେ ରହିଲେ l କିଛି ଦିନ ପରେ ମା ବି ମାଉସୀ ହାତରେ ଝିଅକୁ ଦେଇ l ସବୁ ଦିନ ପାଇଁ ଆଖି ବୁଜି ଦେଲା l ମାଉସୀ ଝିଆରୀକୁ ନେଇ ରଖିଲା l ପରିବାର ହସ ଖୁସିରେ ଚାଲୁଥାଏ l ଏ ହସ ଖୁସିର ଦିନ ଅଧିକ ଦିନ ରହିଲା ନାହିଁ l କାରଣ ମାଉସୀର ସ୍ୱାମୀକୁ ସାପ କାମୁଡିଲା l ସେ ଏ ଦୁଇକୁ ଛାଡି ଆରପାରିକୁ ଚାଲି ଗଲେ l ପୁଣି ଦୁଃଖକୁ ସେହି ଦୁଃଖ l ମାଉସୀ ଭାବୁଛନ୍ତି ମଲା ବେଳେ ମୋ ଭଉଣୀ କହି ଯାଇ ଥିଲା l ମୋ ଝିଅକୁ ପାଠ ପଢେଇ ମଣିଷ କରିବୁ l ମାଉସୀ ଭାବିଲେ ନା ମୁଁ ସବୁ କିଛି ଭୁଲି ଯାଇ ଝିଆରୀକୁ ମଣିଷ କରିବି l ଝିଆରୀ ମୁହଁକୁ ଚାହିଁ ଦୁଃଖ କଷ୍ଟ କରି ଝିଆରୀ ପାଠ ପଢିଲା l କିଛି ଦିନ ପରେ ମାଉସୀର ଦୁଃଖ ଗଲା l କାରଣ ଝିଆରୀ ସରକାରୀ ଚାକିରୀ ପାଇଲା l ମାଉସୀର ଆଖିରୁ ଆନନ୍ଦରେ ଲୁହ ଝରିଗଲା l କହିଲା ଏ ଆମର ଦୁଃଖର ଦିନ ଶେଷ ହେଲା କିନ୍ତୁ ଏହି ଖୁସି ବେଶୀ ଦିନ ରହିଲା ନାହିଁ l ଝିଆରୀକୁ ଏମିତି ରୋଗ ହେଲା ଆଉ ଭଲ ହେଲାନି l ଶେଷରେ ସେ ବି ମାଉସୀକୁ ଏକା କରି ଚାଲିଗଲା l ସବୁ ଦିନ ପାଇଁ ଖୁସିର ଦୀପାବଳୀ ଲିଭି ଗଲା.... ପ୍ରମିଳା ସାହୁ


Rate this content
Log in