Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ରିକ୍ସାବାଲା
ମୁଁ ରିକ୍ସାବାଲା
★★★★★

© Seetaram Dash

Others

3 Minutes   91    3


Content Ranking

ବୈଶାଖ ମାସର ନିରାଟ ଖରାବେଳ, ଅସହ୍ୟ ଗରମ। ଖରା ତାତିରେ ଦେହ ମୁଣ୍ଡ ଜଳିପୋଡି ଯାଉଛି। ତଥାପି ସମସ୍ତେ ଏଠି ବ୍ୟସ୍ତ। ଖଲିକୋଟ ବଜାରରେ ଅନେକ ଲୋକ ଆସୁଛନ୍ତି, ଅନେକ ଲୋକ ଯାଉଛନ୍ତି।ବଜାର ଠିକ ମଝିରେ ବସଷ୍ଟାଣ୍ଡ। କେଇ ପାଦ ଆଗକୁ ଗଲେ ବିରାଟ ବର ଗଛ କେଉଁ କାଳରୁ କାୟା ବିସ୍ତାର କରିଛି। ତା ମୂଳରେ ଅଖା ଖଣ୍ଡେ ପାରି ଜୋତା ପାଲିସ କରିବାକୁ ବସିଛି ଜଣେ କ୍ଷୀଣ କାୟ ବ୍ୟକ୍ତି। ତା ପାଖରେ ପୁରୁଣା ରିକ୍ସାଟିଏ ଉପରେ ଜଣେ ବୃଦ୍ଧ ରିକ୍ସା ଵାଲା ବସିଛି ଗ୍ରାହକ ଅପେକ୍ଷାରେ। ବୟସ ପଚାଶ ପଂଚାଵନ ହେବ। ଗାଢ଼ କଳା ରଙ୍ଗର ପତଳା ଶରୀର।ଶରୀରର ଝାଳ ଶୁଖି ଲୁଣର ଏକ ଆସ୍ତରଣ ବସି ଯାଇଛି ଶରୀରରେ। ପିନ୍ଧିଥିବା ଲୁଙ୍ଗିଟି ଜାକି ଜୁକି ହୋଇ ପାଦ ଠୁ ଉଠି ନଳୀ ଗୋଡ଼ ଉପରକୁ ଆସିଲାଣି। ଦେହରୁ ଝାଳ ବୋହି ବୋହି ଏକ ପ୍ରକାର ଭୁରକୁଟିଆ ଗନ୍ଧ ବାହାରୁଛି ଅନେକ ଦିନ ଗାଧୋଇ ନ ଥିବା କୁକୁର ବା ବିଲେଇ ପରି।ମନରେ ଅନେକ ଅକୁହା ବେଦନା, ଦୁଃଖରେ ଭାରାକ୍ରାନ୍ତ ମନଟି ଉଦାସରେ ଶୁଖି ଯାଇଛି।

ସକାଳୁ ଭଡା ଗୋଟେ ବି ମିଲିନି। କଣ ବାସି ପଖାଳ ଗଣ୍ଡେ ଖାଇ ଆସିଥିଲେ ସକାଳେ ସେତିକି। ଆଜିର ଦୁନିଆରେ ମଣିଷ ମଣିଷକୁ ବୋହୁଛି, ଭାବିଲେ ଅସଙ୍ଗତ ଲାଗୁଥିଲେ ମଧ୍ୟ ଏହାହିଁ ନିଛକ ବାସ୍ତବତା। ତଥାପି ପେଟ ଚାଖଣ୍ଡ ପୁରୁନି। ଆଜିର ଅତ୍ୟାଧୁନିକ ଯୁଗରେ ଅଟୋରିକ୍ସା ଏବଂ ମଟର ସାଇକେଲ ବେଶ ସୁଲଭ ହୋଇ ପାରିଛି। କିଏ ବା କାହିଁକି ଏ ଭଙ୍ଗା ରିକ୍ସାରେ ବସିବ। ସମସ୍ତେ ତ ବସ୍ତଵବାଦୀ। ଦିନ ଥିଲା ସେ ବି ଭଲ ଦୁଇ ପଇସା କମାଉ ଥିଲା। ଦେହରେ ଅମାପ ଶକ୍ତି ଥିଲା। ତା ତେଲ ଲୁଣର ସଂସାର ବେଶ ଆରାମରେ ଚଳି ଯାଉଥିଲା। ଆଜକୁ ଠିକ ବାର ବର୍ଷ ତଳେ ଏକ ଦୁରାରୋଗ୍ୟ ବ୍ୟାଧି କବଳିତ କଲା ତା ସ୍ତ୍ରୀ କୁ। ଅନେକ ଜାଗାରେ ଅନେକ ଡାକ୍ତରଙ୍କୁ ଦେଖାଇ ମଧ୍ୟ କିଛି ଲାଭ ହେଲାନି। ଅଦିନିଆ ଝଡରେ ତା କୁଟା କାଟିର ବସାଟି ଭାଙ୍ଗି ଚୁରମାର ହୋଇଗଲା। ଯାହା ହସରେ ସେ ହସୁ ଥିଲା, ଯାହା ଆଖିରେ ସେ ଦୁନିଆ ଦେଖୁଥିଲା, ଯାହାକୁ ଦେଖି ସେ ସଂସାରର ସବୁ ଦୁଃଖକୁ ଭୁଲୁ ଥିଲା ସେ ଚାଲିଗଲା ଅଫେରା ରାଇଜକୁ। ସେତବେଳକୁ ପୁଅକୁ ହୋଇଥାଏ ମାତ୍ର ତିନି ବର୍ଷ। ସେଇ ଦିନୁ ଅଭାବ ଅନଟନ ଲାଗି ରହିଲା ଯେ ପଛ ଛାଡ଼ିଲାନି। ସତେ ଯେପରି ସେଇ ଅଦିନିଆ ଝଡ଼ ସାଙ୍ଗରେ ଘରର ଲଷ୍ମୀ ସବୁଦିନ ପାଇଁ ଚାଲି ଯାଇଥିଲେ ଦୂରକୁ ଅନେକ ଦୂରକୁ। ପୁଣି ବିବାହ କରିବାକୁ କହିଥିଲେ ସାହି ଭାଇ କିନ୍ତୁ ପିଲାଟି ମୁହଁକୁ ଚାହିଁ ଆଉ ଦିତୀୟ ବିବାହ କରି ନ ଥିଲେ ସେ, କାଳେ ସାବତ ବୋଉ ପୁଅକୁ ହଇରାଣ ହରକତ କରିବ।

ସୂର୍ଯ୍ୟ ମୁଣ୍ଡ ଉପରୁ ଢାଳିଲାଣି। ଆଉ ଅପେକ୍ଷା କରି ଲାଭ ନାହିଁ। କଣ ଗଣ୍ଡେ ତୁଣ୍ଡରେ ଦେବାକୁ ପଡିବ। ପାଖରେ ବସି ଜୋତା ମରାମତି କରୁଥିବା ଲୋକ ପାଖରୁ ଦଶ ଟଙ୍କା ଉଧାର ଆଣି ଅଣ୍ଟାରେ ଖୋସି ଦେଲା। ଏଇ ଜୋତା କାରିଗରଟି ତାର ବର୍ତ୍ତମାନର ସୁଖ ଦୁଃଖର ସାଥି।ଉଭୟ ଉଭୟଙ୍କ ଦୁଃଖ ଦୁର୍ଦ୍ଦଶା ଜାଣନ୍ତି ଏବଂ ପରସ୍ପରକୁ ସାହାଯ୍ୟ ସହଯୋଗ କରନ୍ତି।

ରିକ୍ସାଟିକୁ ବୁଲାଇ ଲୋକଟି ଚାଲିଲା "ଆହାର କେନ୍ଦ୍ର"କୁ ପାଞ୍ଚ ଟଙ୍କିଆ ଭାତ ଡାଲମା ଖାଇବା ପାଇଁ। ହେଲେ ଟିକେଟ କାଉଣ୍ଟରରେ ବସିଥିବା ଲୋକଟି ଫେରାଇ ଦେଲା, ଖାଇବା ସାରିଗଲାଣି କହି। ରିକ୍ସାବାଲାଟି ଅତି ନେହୁରା ହୋଇ କହିବାରୁ କାଉଣ୍ଟରରେ ବସିଥିବା ଲୋକଟି ଚଢା ଗଳାରେ କହିଲା, ଦିନକୁ ଯେତିକି ଲୋକ ଖାଇବା କଥା ସେତିକି ଲୋକ ଖାଇ ସରିଲେଣି। ଆଉ ଆସିବ କେଉଁଠୁ। ରିକ୍ସା ବାଲାଟି ଥିଲା ନିରୁପାୟ। ଫେରି ଯିବା ପାଇଁ ତା ପାଦ ଉଠୁ ନ ଥିଲା। ଆହାର କେନ୍ଦ୍ରର ବାହାରେ ଛିଡ଼ା ହୋଇ ଉଦାସ ଆଖିରେ ଦେଖୁଥିଲା ଅନେକ ଲୋକ ଭିତରେ ଛିଡା ହୋଇ ଖାଉଛନ୍ତି, କିନ୍ତୁ ସେମାନଙ୍କ ଚାଲି ଚଳଣି ରୂପ ଭେକ ଏବଂ ପୋଷାକ ପତ୍ରରୁ ସମସ୍ତେ ଗରିବ ଅଭାବି ଜଣାପଡୁ ନ ଥିଲେ।

ଫେରିବା ବେଳେ ରିକ୍ସା ବାଲାଟି ଭାବୁଥିଲା, ପୁଅଟା କାମ ପାଇଁ ଚାଲିଗଲା ରାଜ୍ୟ ବାହାରକୁ। ମତେ ତ ଗଣ୍ଡେ ଖାଇବାକୁ ମିଳୁନି ପିଲାଟି କେମିତି ଥିବ, କଣ ଖାଇ ଥିବ ନ ଖାଇ ଥିବ।ନୂଆ ଜାଗାକୁ ନୂଆ ମଣିଷ।ହେ ପ୍ରଭୁ ତୁମେ ହିଁ ତାକୁ ସାହା। ଏସବୁ କଥା ଭାବୁ ଭାବୁ ବଜାର ଶେଷ ମୁଣ୍ଡ ନାଳକୂପ ପାଖରେ ରିକ୍ସାଟି ରଖିଦେଇ ପାଣି ମୁନ୍ଦେ ପିଇଲା। ସତେ ଯେମିତି ଦେହରେ ତାର ପ୍ରାଣ ସଂଚାରିତ ହେଲା। ଘରକୁ ଫେରିବା ସମୟରେ ସ୍କୁଲର ମାଟି ମାଡି ନ ଥିବା ରିକ୍ସା ବାଲାଟି ଭାବୁଥିଲା "ଆହାର ଯୋଜନା"ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ କରି ସେଇ ଟଙ୍କାରେ କିଛି ରୋଜଗାର ସୃଷ୍ଟି କଲେ ମୋ ଭଳି ଗରିବ ମାନେ ଭୋକିଲା ରୁହନ୍ତେ ନାହିଁ କି ମୋ ପୁଅ ଭଳି ତରୁଣ ମାନେ ରାଜ୍ୟ ଛାଡି କେରଳ, ତାମିଲନାଡୁ କି ସୁରଟ ଯାଆନ୍ତେନି।

ବୈଶାଖ ଅସହ୍ୟ ରିକ୍ସାବାଲା

Rate the content


Originality
Flow
Language
Cover design

Comments

Post

Some text some message..