Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshini Mishra

Others

3  

Priyadarshini Mishra

Others

ଯାମିନୀକାନ୍ତ

ଯାମିନୀକାନ୍ତ

3 mins
7.3K


ପ୍ରିୟଦର୍ଶିନୀ ମିଶ୍ର

ଏକ ବହୁ ରାଷ୍ଟ୍ରିୟ କମ୍ପାନୀରେ ସି॰ଇ॰ଓ॰ ଯାମିନୀକାନ୍ତ ଦାସ, ଓଡିଶାର ଏକ ସମ୍ଭ୍ରାନ୍ତ ପରିବାରର ଏକମାତ୍ର ପୁତ୍ର ଅଟନ୍ତି । ପୁଅର ଏହି ସଫଳତା ପାଇଁ ତାଙ୍କ ବାପା ମାଆ ମଧ୍ୟ ଗର୍ବିତ । ବାପା ମାଆଙ୍କୁ ସୁଖ ଦେଇପାରିଥିବାରୁ ଯାମିନୀକାନ୍ତ ମଧ୍ୟ ସମ ପରିମାଣର ଖୁସି ଅନୁଭବ କରୁଥିଲେ । ଯାମିନୀକାନ୍ତଙ୍କର ଜନ୍ମ ପରେ ଜ୍ୟୋତିଷମାନେ ତାଙ୍କର ଯେଉଁ ଭବିଷ୍ୟବାଣୀ କରିଥିଲେ ସେଥିରେ ତାଙ୍କ ବାପା ମାଆଙ୍କର ପାଦ ତଳୁ ମାଟି ଖସିଯାଇଥିଲା । ବାପା ମାଆଙ୍କ ଦୁଃଖର କାରଣ ସନ୍ତାନ ହେବ ଜାଣି ବାପା ମାଆ ଆଚମ୍ବିତ ହେବା ସ୍ଵାଭାବିକ । ତେଣୁ ଯାମିନୀକାନ୍ତଙ୍କର ବାପା ମାଆ ସନ୍ତାନର ଲାଳନ ପାଳନ ପ୍ରତି ଅଧିକ ଯତ୍ନବାନ ହୋଇଥିଲେ । ତାଙ୍କର ଛତ୍ରଛାୟା ତଳେ ଯାମିନୀକାନ୍ତ ଭଲ ସଂସ୍କାର ପାଇ ଭଲ ମଣିଷ ଭାବେ ଆଗକୁ ବଢିଥିଲେ ।

ପାଠ ପଢା ବେଳେ ସବୁ ସ୍ଥାନରେ ପ୍ରଥମ ସ୍ଥାନ ଅଧିକାର କରି ଯାମିନୀକାନ୍ତ ବାପା ମାଆଙ୍କୁ ଅମାପ ଖୁସି ଦେଇଥିଲେ । ଜଣେ ମେଧାବୀ ଛାତ୍ର ହିସାବରେ ତାଙ୍କର ସୁଖ୍ୟାତି ରହିଥିଲା । ପାଠ ପଢାରେ ଅଗ୍ରଣୀ ଥିବାରୁ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ତାଙ୍କୁ ଭଲ କମ୍ପାନୀରେ ଚାକିରି ମଧ୍ୟ ମିଳିଗଲା । ଯେଉଁ ଦିନ ନିଜର ନିଯୁକ୍ତି ପତ୍ର ସେ ବାପା ମାଆଙ୍କୁ ଦେଖାଇଥିଲେ ମାଆ କହିଥିଲେ, “ବେଳେବେଳେ ଜ୍ୟୋତିଷମାନଙ୍କ ଭବିଷ୍ୟବାଣୀ ମଧ୍ୟ ଭୁଲ ହୋଇପାରେ” । ବାପା, ମାଆ ଓ ଯାମିନୀକାନ୍ତଙ୍କର ସୁଖର ସଂସାର ଆଗେଇ ଚାଲିଲା । ପୁଅର ଚାକିରି ହେବ ପରେ ବାପା ମାଆ ତା’ର ବିବାହ ପାଇଁ ବ୍ୟସ୍ତ ହେବାକୁ ଲାଗିଲେ । ଯେତେବେଳେ ମାଆ ଯାମିନୀକାନ୍ତକୁ ବିବାହ ବିଷୟରେ ପଚାରିଲେ ସେ ସଫା ମନା କରିଦେଲେ । ଯେତେବେଳେ ନିଜ ପସନ୍ଦର ଜୀବନ ସାଥି ମିଳିବ ସେତେବେଳେ ବିବାହ କରିବେ ବୋଲି ଶୁଣାଇ ଦେଲେ । ଯାମିନୀକାନ୍ତଙ୍କର ବିବାହକୁ ନେଇ ବାପା ମାଆ ଦୁଃଖୀ ହେବେ ବୋଲି ଭାବି ତା’ର ମାଆ ବିବ୍ରତ ହେବାକୁ ଲାଗିଲେ । ତଥାପି ପୁଅ ଉପରେ ବିଶ୍ଵାସ ରଖି ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ । ଏହିପରି ପାଞ୍ଚ ବର୍ଷ ବିତିଗଲା । ପୁଅ କିନ୍ତୁ ବିବାହ କରିବାକୁ ନାରାଜ । ପ୍ରତ୍ୟେକ ବାପା ମାଆ ସନ୍ତାନର ପରିବାର ଦେଖି ଖୁସି ହୁଅନ୍ତି । କିନ୍ତୁ ଯାମିନୀକାନ୍ତଙ୍କର ବାପା ମାଆ ତା’ର ବିବାହକୁ ନେଇ ଦୁଃଖ କରିବାକୁ ଲାଗିଲେ । ସେ ବିବାହ କରିବାକୁ ମନା କରିବା ହିଁ ତାଙ୍କର ଦୁଃଖର କାରଣ ଥିଲା । ସେମାନେ ଚାହୁଁଥିଲେ ପୁଅ ନିଜ ପସନ୍ଦରେ ହେଉ ପଛେ, ବିବାହ କରୁ ।

ଦିନେ ହଠାତ୍ ଯାମିନୀକାନ୍ତ ଘରକୁ ଫେରି ବିବାହ କରିବା ପାଇଁ ସ୍ଥିର କରିଥିବା କହିଥିଲେ । ବାପା ମାଆ ଖୁସିରେ ଆତ୍ମହରା ହୋଇ ଉଠିଲେ । ମାଆ ସେହି ଭାଗ୍ୟଶାଳୀ ଝିଅ କିଏ ପଚାରିଥିଲେ ମଧ୍ୟ ଯାମିନୀକାନ୍ତ କୌଣସି ଉତ୍ତର ନଦେଇ ଚାଲିଯାଇଥିଲେ । ତା’ ପରଦିନ ସକାଳୁ, ସେହି ଦିନ ସନ୍ଧ୍ୟାରେ ନିଜ ଜୀବନ ସାଥି ସହ ବାପା ମାଆଙ୍କୁ ମିଶାଇବା ପାଇଁ କହି ଚାଲିଗଲେ । ସନ୍ଧ୍ୟା ସମୟ ଯେତେ ଯେତେ ପାଖେଇ ଆସୁଥିଲା ମାଆଙ୍କ ହୃଦସ୍ପନ୍ଦନ ବଢି ଚାଲିଥିଲା । ସନ୍ଧ୍ୟା ସାତଟାରେ ଯାମିନୀକାନ୍ତଙ୍କ ଗାଡ଼ି ଶବ୍ଦ ଶୁଣି ମାଆ ଦୌଡ଼ିଯାଇ କବାଟ ଖୋଲିଥିଲେ । ସେ ଦେଖିଲେ ଯାମିନୀକାନ୍ତଙ୍କ ସହ ତାଙ୍କ ସାଙ୍ଗ ସନ୍ଦୀପ ଠିଆ ହୋଇଛନ୍ତି । ମାଆ ଯାମିନୀକାନ୍ତଙ୍କୁ ସେ ଝିଅ ବିଷୟରେ ପଚାରିଥିଲେ । ଯାମିନୀକାନ୍ତ ଘର ଭିତରକୁ ଯିବା ପାଇଁ ଇସାରା କରି ବାପାଙ୍କୁ ଡ଼ାକିବାକୁ ଲାଗିଲେ । ବାପା ବୈଠକକୁ ଆସିବା ପରେ ଯାମିନୀକାନ୍ତ ବାପା ମାଆଙ୍କୁ ନିଜର ନିଷ୍ପତ୍ତି ଶୁଣାଇଲେ । ସେ ସନ୍ଦୀପଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି କହିଲେ । ମାଆ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତୁ କ’ଣ କହୁଛୁ ? ତୁ ଗୋଟିଏ ପୁଅକୁ ବିବାହ କରିବୁ । ଏହା କ’ଣ ସମ୍ଭବ ! ସତରେ ଜ୍ୟୋତିଷମାନଙ୍କ ଭବିଷ୍ୟବାଣୀ ସତ ହେବ ! ତୁ ବିବାହ କରିବୁ ନାହିଁ କହିଲା ବେଳେ ଆମେ ଯେତିକି ଦୁଃଖିତ ନଥିଲୁ ସନ୍ଦୀପ ସହ ତୋ’ର ବିବାହ ନିଷ୍ପତ୍ତି ଶୁଣି ଆମେ ମର୍ମାହତ । ତୁ ସତରେ ଆମକୁ ଏତେ ଦୁଃଖ ଦେବୁ ବୋଲି ଆମେ ଭାବିନଥିଲୁ । “

ଯାମିନୀକାନ୍ତ ବାପା ମାଆଙ୍କୁ ବୁଝାଇବାକୁ ଯାଇ କହିଲେ ଅନେକ ଦେଶରେ ଆଜିକାଲି ଏଭଳି ବିବାହ ପ୍ରଚଳିତ । ଆମ ଦେଶରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟରେ ଏ ସମ୍ବନ୍ଧୀୟ ଶୁଣାଣି ଆରମ୍ଭ ହୋଇଛି । ସମଲିଙ୍ଗୀ ବିବାହକୁ ଆମ ଦେଶରେ ମଧ୍ୟ ସ୍ଵିକୃତୀ ମିଳିଯିବ । ମୁଁ ଓ ସନ୍ ଦୀପ ଜୀବନ ସାଥି ଭାବରେ ଆମର ପୁରା ଜୀବନ ସାଙ୍ଗ ହୋଇ ରହିବା ପାଇଁ ଚାହୁଁଛୁ ।

କିନ୍ତୁ କାନ୍ଦି କାନ୍ଦି ମାଆ ସେତେବେଳକୁ ଅଥୟ ହୋଇସାରିଥିଲେ । ପ୍ରକୃତିର ନିୟମ ବିରୁଦ୍ଧରେ ଯାଇ କେବେ କେହି ସୁଖରେ ରହି ପାରି ନାହିଁ । ତୁ କାହିଁକି ଏପରି କରୁଛୁ । ଜ୍ୟୋତିଷମାନଙ୍କର ଭବିଷ୍ୟବାଣୀ ତୁ ସତରେ ପରିଣତ କରିଦେଇଛୁ । ଏତିକି କହୁ କହୁ ମାଆ ଚେତ ଶୂନ୍ୟ ହୋଇ ଚଟାଣରେ ଟଳିପଡିଲେ । ଯାମିନୀକାନ୍ତ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ଉଦ୍ୟତ ହେଲାବେଳେ ବାପା ତାଙ୍କୁ ସେଥିରୁ ନିବୃତ୍ତ କରି ମାଆକୁ ନିଜେ ଡାକ୍ତରଖାନା ନେଇଗଲେ । ଯାମିନୀକାନ୍ତ ଡାକ୍ତରଖାନାରେ ପହଞ୍ଚିବା ପରେ ବାପା କେବଳ ଏତିକି କହିଲେ, “ତୁ ସୁଖରେ ରହ । ମାଆକୁ ହୋସ୍ ଆସିବା ପୂର୍ବରୁ ତୁ ଏଠାରୁ ଚାଲିଯାଆ । ମୁଁ ତୋ’ର ମାଆଙ୍କୁ ବୁଝାଇଦେବି । ଯାମିନୀକାନ୍ତ ଆଖିରେ ଲୁହ, ଛାତିରେ କୋହ ନେଇ ଭାରି ମନରେ ଡାକ୍ତରଖାନାରୁ ଫେରି ଆସିଲେ ।


Rate this content
Log in